ETV Bharat / bharat

ରାଜସ୍ଥାନ ରାଜନୀତିରେ ବଢୁଛି ବସୁନ୍ଧରା ରାଜେଙ୍କ ସକ୍ରିୟତା, ଜାରି ରହିଛି ମାରାଥନ ବୈଠକ

author img

By

Published : Aug 19, 2020, 10:05 PM IST

ରାଜସ୍ଥାନ ରାଜନୀତିରେ ବଢୁଛି ବସୁନ୍ଧରା ରାଜେଙ୍କ ସକ୍ରିୟତା, ଜାରି ରହିଛି ମାରାଥନ ବୈଠକ
ରାଜସ୍ଥାନ ରାଜନୀତିରେ ବଢୁଛି ବସୁନ୍ଧରା ରାଜେଙ୍କ ସକ୍ରିୟତା, ଜାରି ରହିଛି ମାରାଥନ ବୈଠକ

ଅତୀତରେ ରାଜନୈତିକ ଡ୍ରାମାରୁ ଦୂରେଇ ରହିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବେ ଖୁବ୍‌ ସକ୍ରିୟ ଅଛନ୍ତି । 13 ସିଭିଲ୍ ଲାଇନରେ ଥିବା ତାଙ୍କ ବାସଭବନରେ ଦଳୀୟ ନେତାଙ୍କ ଗତିବିଧି ମଧ୍ୟ ବୃଦ୍ଧି ପାଇଛି।

ଜୟପୁର : ରାଜସ୍ଥାନର ରାଜନୈତିକ ସଙ୍କଟ ଶେଷ ହୋଇଛି ସତ ହେଲେ ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି ନେତାଙ୍କ ସକ୍ରିୟତା ଏବଂ ମାରାଥନ ବୈଠକ ଜାରି ରହିଛି। ବିଶେଷ କରି ଅତୀତରେ ରାଜନୈତିକ ଡ୍ରାମାରୁ ଦୂରେଇ ରହିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବେ ଖୁବ୍‌ ସକ୍ରିୟ ଅଛନ୍ତି । 13 ସିଭିଲ୍ ଲାଇନରେ ଥିବା ତାଙ୍କ ବାସଭବନରେ ଦଳୀୟ ନେତାଙ୍କ ଗତିବିଧି ମଧ୍ୟ ବୃଦ୍ଧି ପାଇଛି। ରାଜ୍ୟ ସଂଗଠନର ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ବୁଧବାର ଦିନ ରାଜେଙ୍କୁ ଭେଟିଛନ୍ତି।

ରାଜସ୍ଥାନ ରାଜନୀତିରେ ବଢୁଛି ବସୁନ୍ଧରା ରାଜେଙ୍କ ସକ୍ରିୟତା, ଜାରି ରହିଛି ମାରାଥନ ବୈଠକ

କୁହାଯାଉଛି ଯେ ଚନ୍ଦ୍ରଶେଖର ରାଜେଙ୍କ ସରକାରୀ ବାସଭବନରେ ପ୍ରାୟ 2 ଘଣ୍ଟା ରହିଥିଲେ । ଏହି ସମୟରେ ରାଜେ ତାଙ୍କ ସହ ବହୁ ରାଜନୈତିକ ତଥା ସାଂଗଠନିକ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ବିଧାନସଭା ଅଧିବେଶନର ପ୍ରଥମ ଦିନରେ 4 ଜଣ ବିଧାୟକ ଅନୁପସ୍ଥିତିକୁ ନେଇ ଦଳ ମଧ୍ୟ ଚିନ୍ତିତ ଥିବା ଜଣାପଡିଛି। ତେବେ ରାଜେ ସଂଗଠନର ସାଧାରଣ ସମ୍ପାଦକଙ୍କ ସହ ଏସମ୍ପର୍କରେ ମଧ୍ୟ ଆଲୋଚନା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଥି ସହିତ ବିଧାନସଭା ଅଧିବେଶନ ଏବଂ ଆଗାମୀ ଦିନରେ ପ୍ରଦେଶ ସଂଗଠନରେ ହେବାକୁ ଥିବା ମୋର୍ଚ୍ଚା, ପ୍ରକଳ୍ପ ଏବଂ ପ୍ରଦେଶ କାର୍ଯ୍ୟକାରିଣୀର ଘୋଷଣା ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ଏହାର ଦିନକ ପୂର୍ବରୁ ସାଧାରଣ ସମ୍ପାଦକ ଦଳର ରାଜ୍ୟ ଅଧ୍ୟକ୍ଷ ସତୀଶ ପୁନିଆଙ୍କୁ ଭେଟିଥିଲେ।

ଗତ 5 ଦିନରୁ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଜେପି ନେତାଙ୍କୁ ଭେଟିବାର ପ୍ରକ୍ରିୟା ବସୁନ୍ଧରା ରାଜେଙ୍କ ସରକାରୀ ବାସଭବନରେ ଚାଲିଛି। ସେଥିମଧ୍ୟରେ ରାଜ୍ୟ ସଂଗଠନରେ ଦାୟିତ୍ବ ଗ୍ରହଣ କରିଥିବା ସର୍ଦ୍ଦାର ଅଜୟ ପାଲ ସିଂ, ଭରତପୁର ସାଂସଦ ରଞ୍ଜିତା କୋଲି ମଧ୍ୟ ସାମିଲ ଅଛନ୍ତି । ସେହିପରି ବହୁ ସଂଗଠନର ଅଧିକାରୀ ତଥା ପୂର୍ବତନ ବିଧାୟକମାନେ ମଧ୍ୟ ରାଜେଙ୍କ ବାସଭବନ ପହଞ୍ଚି ତାଙ୍କୁ ଭେଟିଛନ୍ତି। ଏହି ବୈଠକର ଅନେକ ଅର୍ଥ ବାହାର କରାଯାଉଛି ଏବଂ ରାଜନୈତିକ ବିଶେଷଜ୍ଞମାନେ ଏହାକୁ ରାଜ୍ୟ ରାଜନୀତିରେ ରାଜେଙ୍କ ବଢୁଥିବା ସକ୍ରିୟତା ଭାବରେ ଦେଖୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.