ETV Bharat / bharat

ଆନ୍ଧ୍ରପ୍ରଦେଶରେ ପହଞ୍ଚିଲେ RSS ମୁଖ୍ୟ, ପ୍ରଚାରକ ବୈଠକରେ ଦେବେ ଯୋଗ

author img

By

Published : Oct 10, 2020, 2:04 PM IST

ରାଷ୍ଟ୍ରିୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛନ୍ତି। ପୂଜାପାଠ ପାଇଁ ପାରମ୍ପାରିକ ପୋଷାକରେ ମୋହନ ଭଗବତ ପହଞ୍ଚିଥିଲେ।

ଆନ୍ଧ୍ରାପ୍ରଦେଶରେ ପହଞ୍ଚିଲେ RSS ମୁଖ୍ୟ
ଆନ୍ଧ୍ରାପ୍ରଦେଶରେ ପହଞ୍ଚିଲେ RSS ମୁଖ୍ୟ

ଅମରାବତୀ: ରାଷ୍ଟ୍ରିୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛନ୍ତି । ରାଜ୍ୟର ପ୍ରଚାରକମାନଙ୍କର ଏକ ବୈଠକ ପାଇଁ ବିଜୟୱାଡା ପହଞ୍ଚିଥିବା ମୋହନ ଭଗବତ ଶନିବାର ସକାଳେ ଇନ୍ଦ୍ରକିଲାଦ୍ରିରେ ପହଞ୍ଚି ପ୍ରାଚୀନ କନକ ଦୁର୍ଗା ମନ୍ଦିରରେ ପ୍ରାର୍ଥନା କରିଥିଲେ । ଆରଏସଏସ ମୁଖ୍ୟ ମନ୍ଦିରରେ ପହଞ୍ଚିବା ପରେ ପୁରୋହିତ ଏବଂ ମନ୍ଦିର ପରିଚାଳକ ଏକ ବିରାଟ ସ୍ବାଗତ କରିଥିଲେ।

ପୂଜାପାଠ ପାଇଁ ପାରମ୍ପାରିକ ପୋଷାକରେ ମୋହନ ଭଗବତ ପହଞ୍ଚିଥିଲେ। ପ୍ରକାଶଥାଉକି, ଗୁଣ୍ଟୁର ଜିଲ୍ଲାର ଏକ ବିଦ୍ୟାଳୟରେ ଆରଏସଏସର ପ୍ରଚାରକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ଶନିବାର ଠାରୁ ଆରମ୍ଭ ହେବ। ଏହାପୂର୍ବରୁ ଆରଏସଏସ ମୁଖ୍ୟ ମହାରାଷ୍ଟ୍ରର ଏକ ହିନ୍ଦୀ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ଭାରତର ମୁସଲମାନମାନଙ୍କୁ ବିଶ୍ବରେ ସବୁଠାରୁ ଅଧିକ ସନ୍ତୁଷ୍ଟ ବୋଲି ବର୍ଣ୍ଣନା କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.