ETV Bharat / bharat

ରାନି ରାମପାଲ: ଭାରତୀୟ ମହିଳା ହକି ଟିମର କ୍ୟାପଟେନ୍

author img

By

Published : Oct 12, 2020, 1:50 PM IST

ରାନି ରାମପାଲ: ଭାରତୀୟ ମହିଳା ହକି ଟିମର କ୍ୟାପଟେନ୍
ରାନି ରାମପାଲ: ଭାରତୀୟ ମହିଳା ହକି ଟିମର କ୍ୟାପଟେନ୍

ଭାରତୀୟ ମହିଳା ହକି ଟିମର କ୍ୟାପଟେନ୍ । ଚଳିତ ବର୍ଷର ପଦ୍ମଶ୍ରୀ ବିଜେତା । ଆମେ କହୁଛୁ ହରିୟାଣା କୁରୁକ୍ଷେତ୍ର ଜିଲ୍ଲାର ଛୋଟ ସହର ଶାହାବାଦର ସୁନା ଝିଅ ରାନି ରାମପାଲଙ୍କ କଥା । ତେବେ ଏହି ହକି ଖେଲରେ ନିଜ ଯାତ୍ରା ଆରମ୍ଭ କରିବା ପୂର୍ବରୁ ରାନିଙ୍କୁ ଏବଂ ତାଙ୍କ ପରିବାରକୁ କେଉଁ ସବୁ ସଂଘର୍ଷ, ସମସ୍ୟାର ସାମ୍ନା କରିବାକୁ ପଡିଥିଲା, ଅଧିକ ପଢନ୍ତୁ...

ହରିୟାଣା: କୁରୁକ୍ଷେତ୍ର ଜିଲ୍ଲାର ଛୋଟ ସହର ଶାହାବାଦର ସୁନା ଝିଅ । ଭାରତୀୟ ମହିଳା ହକି ଟିମର କ୍ୟାପଟେନ୍ । ରାନି ରାମପାଲ । ଚଳିତ ବର୍ଷ ସେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ବେଳେ ପରିବାର ତାଙ୍କ ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି । ଏଥିପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାନି ରାମପାଲ ହରିୟାଣାର ଏକମାତ୍ର ଖେଳାଳି ଯାହାଙ୍କ ନାମ ଚଳିତବର୍ଷ ପଦ୍ମଶ୍ରୀ ପୁରସ୍କାରରେ ସାମିଲ କରାଯାଇଛି ।

ରାନିଙ୍କ ବାପା ରାମପାଲ ଘୋଡା ଗାଡି ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ଝିଅର ଜିଦରେ, ରାନୀ 4ର୍ଥ ଶ୍ରେଣୀରେ ପଢୁଥିବା ବେଳେ ହାତରେ ହକି ବାଡି ଧରାଇ ଦେଇଥିଲେ । 13 ବର୍ଷ ବୟସରେ ରାନି ଭାରତୀୟ ମହିଳା ହକି ଟିମ୍‌ରେ ସାମିଲ ହୋଇଥିଲେ ।

ରାନି ରାମପାଲ: ଭାରତୀୟ ମହିଳା ହକି ଟିମର କ୍ୟାପଟେନ୍

4ର୍ଥ ଶ୍ରେଣୀରେ ପଢୁଥିବା ବେଳେ ପଡିଆରେ ରାନି ଝିଅମାନଙ୍କୁ ହକି ଖେଳୁଥିବାର ଦେଖିଥିଲେ । ଆଉ ନିଜେ ମଧ୍ୟ ହକି ଖେଳିବା ଆରମ୍ଭ କରି ଦେଇଥିଲେ । ଧିରେ ଧିରେ ରାନୀ ହକିରେ ନାଁ ଅର୍ଜନ କରିବାକୁ ଲାଗିଲେ ଆଉ ଭାରତୀୟ ମହିଳା ହକି ଟିମର କ୍ୟାପଟେନ ଭାର ସମ୍ଭାଳିଥିଲେ । ରାନି ସଫଳତା ସହିତ ହକିରେ ଆଗକୁ ବଢୁଥିବା ବେଳେ ପରିବାରର ଆର୍ଥିକ ସ୍ଥିତିରେ ବି ସୁଧାର ଆସିବାକୁ ଲାଗିଥିଲା । ରାନୀ ଅନ୍ତର୍ଜାତୀୟ ସ୍ତରରେ ଛୋଟ ସହର ଶାହାବାଦ ଏବଂ ଭାରତର ନାଁକୁ ଗୌରବାନ୍ବିତ କରିଥିଲେ । ରାନିଙ୍କୁ ଭୀମ ଆୱାର୍ଡ ଏବଂ ଅର୍ଜୁନ ଆୱାର୍ଡରେ ବି ସମ୍ମାନିତ କରାଯାଇଛି ।

ରାନିକୁ ପଦ୍ମଶ୍ରୀ ମିଳିଥିବାରୁ ବାପା ରାମପାଲ ଖୁସି ଜାହିର କରିବା ସହ ନିଜର ଏବଂ ଝିଅର ସଂଘର୍ଷକୁ ମନେ ପକାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.