ETV Bharat / bharat

ଦୃଢ ମନୋବଳର ପ୍ରତୀକ ‘ରାନୀ ରାମପାଲ’

author img

By

Published : Mar 4, 2020, 9:31 AM IST

Queen of indian Hockey 'rani rampal'
ଦୃଢ ମନୋବଳର ପ୍ରତୀକ ‘ରାନୀ ରାମପାଲ’

ଦୃଢ ମନୋବଳ ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସେ ଆଜି କମ ବୟସରୁ ବି ସଫଳ । ପରିବାର ସହଯୋଗ ତାଙ୍କୁ ଆଜି ସାରା ଦେଶରେ ପରିଚିତ କରିଥିବା କୁହନ୍ତି ହକି ରାଣୀ ରାନୀ ରାମପାଲ । ଅଧିକ ପଢନ୍ତୁ...

ଚଣ୍ଡିଗଡ: ଦୃଢ ମନୋବଳ, କଠିନ ପରିଶ୍ରମ ଓ ସଚ୍ଚୋଟ ଭାବ । ଏସବୁର ଏକ ସଫଳ ମିଶ୍ରଣ ଭାରତୀୟ ମହିଳା ହକି ଟିମ୍‌ର କ୍ୟାପଟେନ ରାନୀ ରାମପାଲ । ହରିୟାଣା ସାହାବାଦ ମାର୍କନ୍ଦାର ଏକ ଗରିବ ପରିବାରରେ ଜନ୍ମିତ ରାନୀ ଯେ ଆଗକୁ ବଢି ଅନ୍ତର୍ଜାତୀୟ ହକିରେ ଭାରତକୁ ପ୍ରତିନିଧିତ୍ବ କରିବେ ତାହା ସେ କେବେ କଳ୍ପନା ବି କରିନଥିଲେ । ହେଲେ ନିଜ ପରିଶ୍ରମ ଓ କର୍ମରେ ବିଶ୍ବାସ ରଖି ସେ ମାଡି ଚାଲିଥିଲେ ଆଗକୁ ଆଗକୁ । ଆଉ ଝିଅର ଏହି ସଫଳତା ଆଜି ବାପା ମା’ଙ୍କୁ କରିଛି କୁଣ୍ଢେମୋଟ ।

ଦୃଢ ମନୋବଳର ପ୍ରତୀକ ‘ରାନୀ ରାମପାଲ’

ରାନୀ ନା ଯେ କେବଳ ନିଜ ରାଜ୍ୟ ବରଂ ସାରା ଦେଶ ଆଣିଛନ୍ତି ଗର୍ବ । ଡିସେମ୍ବର 4, 1994ରେ ଜନ୍ମିତ ରାନୀଙ୍କ ପରିବାର ଆରମ୍ଭରୁ ଅନେକ ଆର୍ଥିକ ଅସୁବିଧା ଦେଖି ଆସିଛି । ଏମିତିରେ ସ୍କୁଲ ପଡିଆର ଖେଳ ଯେ କେବେ ତାଙ୍କ ଜୀବନର ଲକ୍ଷ୍ୟ ପାଲଟିଗଲା ତାହା ସେ ଜାଣିନଥିଲେ । ହକି ପ୍ରତି ତାଙ୍କର ଦୁର୍ବଳତା ତାଙ୍କୁ ଚତୁର୍ଥ ଶ୍ରେଣୀରୁ ହିଁ ହକି ଷ୍ଟିକ ପ୍ରତି ଆକୃଷ୍ଟ କରିଥିଲା । ଝିଅର ପ୍ରତିଟି ଇଚ୍ଛା ପୂରଣ କରିବା ପାଇଁ ବାପା ବି କରିଥିଲେ କଠୋର ପରିଶ୍ରମ । ଫଳରେ ମାତ୍ର 13 ବର୍ଷ ବୟସରେ ଭାରତୀୟ ହକି ଦଳରେ ସାମିଲ ହେବାର ଗୌରବ ଅର୍ଜନ କରିଥିଲେ ରାନୀ ।

Queen of indian Hockey 'rani rampal'
ରାନୀ ରାମପାଲ

ପରିଶ୍ରମର ଫଳ, ଭାରତୀୟ ମହିଳା ହକି ଟିମ୍‌ର କ୍ୟାପଟେନ:

ହକି ଷ୍ଟିକ ପ୍ରତି ନିଜ ଦୁର୍ବଳତାକୁ ସଫଳତାରେ ପରିଣତ କରିବାରେ ଜଣେ ଦକ୍ଷ ଉଦାହରଣ ହେଉଛନ୍ତି ରାନୀ ରାମପାଲ । ଆଉ ରାନୀଙ୍କ ଏହି ସଫଳତା ପରିବାରରେ ମଧ୍ୟ ସୁଖ ଓ ଆର୍ଥିକ ସୁବିଧା ଆଣିପାରିଥିଲା । ସମୟ କ୍ରମେ କଠିନ ପରିଶ୍ରମ ବଳରେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି ପାରିଥିଲେ ସେ ।

ପରିବାର କହିଲେ ରାନୀଙ୍କର ବାପା ମା’ ଓ ଦୁଇ ଭାଇ । ବଡ ଦୁଇ ଭାଇଙ୍କ ମଧ୍ୟରୁ ଜଣେ ରେଲୱେରେ କାର୍ଯ୍ୟରତ । ଘରର ସାନ ଝିଅ ହୋଇଥିଲେ ବି ରାନୀଙ୍କ ସ୍ବପ୍ନ କିଛି ଛୋଟ ନଥିଲା । ଏପଟେ ରାନୀଙ୍କ ପିତା ରେଲୱେରେ ଚାକିରି କରିଛନ୍ତି । ପିଲାଟି ଦିନୁ ରାନୀଙ୍କ ସଫଳତାରେ ଖୁସିଥିବା ତାଙ୍କ ବାପା ଝିଅର ପଦ୍ମଶ୍ରୀରେ ଅନେକ ଖୁସି ହୋଇଥିଲେ । ସ୍ବପ୍ନକୁ ଝିଅ ପୂରଣ କରିଛି ବୋଲି ଗର୍ବ କରନ୍ତି ରାନୀଙ୍କ ବାପା । ବାପାଙ୍କ ନାମ ସହ ନିଜ ନାମ ଯୋଡିଛନ୍ତି ରାନୀ ।

ଆସନ୍ତୁ ନଜର ପକାଇବା ରାନୀଙ୍କ କ୍ୟାରିଅର ଉପରେ:

  • 2013 ମସିହାରେ ଜୁନିୟର ମହିଳା ହକି ମ୍ୟାଚ ଖେଳି ବ୍ରୋ଼ଞ୍ଚ ପଦକ ହାସଲ କରିଥିଲେ ରାନୀ । ଯାହା ଭାରତକୁ 38 ବର୍ଷ ପରେ ମିଳିଥିଲା ।
  • 2010 ମସିହାରେ ହକି ୱାର୍ଲ୍ଡ କପରେ ସର୍ବ କନିଷ୍ଠ ଖେଳାଳୀ ଥିଲେ ସେ । ସେହି ସମୟରେ ମାତ୍ର 15 ବର୍ଷର ଥିଲେ ରାନୀ ।
  • ମାତ୍ର 14 ବର୍ଷ ବୟସରେ ସେ ଆର୍ନ୍ତଜାତୀୟ ମ୍ୟାଚରେ ଖେଳିଥିଲେ । 2009 ଏସିଆ କପରେ ସେ ରୌପ୍ୟ ଜିତି ଦେଶ ପାଇଁ ଆଣିଥିଲେ ଗୌରବ ।
  • 2010 କମନ ୱେଲଥ ଗେମରେ ସେ ସାମିଲ ହୋଇଥିଲେ । ସେହିଭଳି 2013 ଜୁନିୟର ଟିମରେ ସାମିଲ ହୋଇଥିଲେ ।
  • ସେ ବେଷ୍ଟ ୟଙ୍ଗ ଫରୱାର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.