ETV Bharat / bharat

PMC ବ୍ୟାଙ୍କ ଦୁର୍ନୀତି: ପୁଣି ଜଣେ ଖାତାଧାରୀଙ୍କ ଗଲା ଜୀବନ

author img

By

Published : Oct 18, 2019, 9:59 PM IST

ଡିଜାଇନ ଫଟୋ

ପଞ୍ଜାବ ଓ ମହାରାଷ୍ଟ୍ର କୋପୋରେଟିଭ(ପିଏମସି) ବ୍ୟାଙ୍କର ଆଉ ଜଣେ ଖାତାଧାରୀ ପ୍ରାଣ ହରାଇଛନ୍ତି । ମୁମ୍ବାଇର ମୁଲୁଣ୍ଡର ଜଣେ ବ୍ୟକ୍ତିଙ୍କ ହୃଦଘାତରେ ଜୀବନ ଯାଇଛି । ଅଧିକ ପଢନ୍ତୁ...

ମୁମ୍ବାଇ: ପଞ୍ଜାବ ଓ ମହାରାଷ୍ଟ୍ର କୋପୋରେଟିଭ(ପିଏମସି) ବ୍ୟାଙ୍କର ଆଉ ଜଣେ ଖାତାଧାରୀ ପ୍ରାଣ ହରାଇଛନ୍ତି । ମୁମ୍ବାଇର ମୁଲୁଣ୍ଡର ମୁରଲୀଧର ଆସନଦାସ ଧାରା ନାମକ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ବ୍ୟାଙ୍କରୁ ଟଙ୍କା ଉଠାଣ ସମସ୍ୟା କାରଣକୁ ତାଙ୍କର ଜୀବନ ଯାଇଥିବା ପରିବାର ଲୋକେ କହିଛନ୍ତି ।

ମୃତ ମୁରଲୀଧର ଦାସଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ପିଏମସି ବ୍ୟାଙ୍କରୁ ଟଙ୍କା ଉଠାଣ କରି ପାରି ନଥିବାରୁ ତାଙ୍କର ଚିକିତ୍ସା ହୋଇ ପାରିନଥିଲା । ବାଇପାସ ସର୍ଜରୀ କରିବା ପାଇଁ ଟଙ୍କା ଯୋଗାଡ କରିବାରେ ଅସମର୍ଥ ହେବା ଫଳରେ ମୁରଲୀଧରଙ୍କ ଚିକିତ୍ସା ହୋଇ ପାରିନଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ତାଙ୍କ ପୁଅ ।

ଏହାପୂର୍ବରୁ ଟଙ୍କା ଉଠାଣ ସମସ୍ୟା ଯୋଗୁ ୨ ଜଣ ଖାତାଧାରୀଙ୍କ ହୃଦଘାତରେ ପ୍ରାଣ ହରାଇ ସାରିଲେଣି । ସଞ୍ଜୟ ଗୁଲାଟି ଓ ଫତେମଲ୍ଲ ପଞ୍ଜାବୀଙ୍କ ମୃତ୍ୟୁ ହୋଇଛି ।

ସୂଚନା ଯୋଗ୍ୟ ଯେ , ନେଣଦେଣରେ ଗଡ଼ବଡ଼ ଅଭିଯୋଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ ବ୍ୟାଙ୍କ(ପିଏମସି)ରୁ ଟଙ୍କା ଉଠାଇବା ଉପରେ ପ୍ରତିବନ୍ଧକ ଲଗାଇଛି । ଫଳରେ ଖାତାଧାରୀଙ୍କୁ ଟଙ୍କା ଉଠାଣରେ ସମସ୍ୟା ସୃଷ୍ଟି ହେଉଛି ।

Intro:Body:

sdsd


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.