ETV Bharat / bharat

ଶନିବାର ଜାତିସଂଘର ସାଧାରଣ ଅଧିବେଶନକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

author img

By

Published : Sep 25, 2020, 10:43 PM IST

ଶନିବାର ଜାତିସଂଘର ସାଧାରଣ ଅଧିବେଶନକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି
ଶନିବାର ଜାତିସଂଘର ସାଧାରଣ ଅଧିବେଶନକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଜାତିସଂଘର 75 ତମ ସାଧାରଣ ଅଧିବେଶନକୁ ଶନିବାର ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ସମୟ ଅନୁଯାୟୀ ସମ୍ବୋଧନର ସମୟ ସଂଧ୍ୟା 6ଟା 30ରେ ହେବ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଜାତିସଂଘର 75 ତମ ସାଧାରଣ ଅଧିବେଶନକୁ ଶନିବାର ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନା ଅନୁଯାୟୀ ଶନିବାର କାର୍ଯ୍ୟକ୍ରମକୁ ପ୍ରଥମ ବକ୍ତା ଭାବରେ ରଖାଯାଇଛି । ବୈଠକ ନ୍ୟୁୟର୍କ ସମୟ ସକାଳ 6 ଅର୍ଥାତ ଭାରତୀୟ ସମୟ ଅନୁଯାୟୀ ସଂଧ୍ୟା 6ଟା 30ରେ ହେବ ।

75 ତମ ମିଳିତ ଜାତିସଂଘ ସାଧାରଣ ସଭା (UNGA) ଅଧିବେଶନର ବିଷୟବସ୍ତୁ ରହିଛି "ଆମେ ଚାହୁଁଥିବା ଭବିଷ୍ୟତ, ଜାତିସଂଘ ଯାହା ଆମକୁ ଆବଶ୍ୟକ: କୋରୋନା ସାମ୍ନାରେ ପ୍ରଭାବଶାଳୀ ବହୁପକ୍ଷୀୟ କାର୍ଯ୍ୟ, ବହୁପକ୍ଷୀୟତା ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ନିଶ୍ଚିତ କରେ।"

ମହାମାରୀ କୋରୋନା ସଙ୍କଟ ଯୋଗୁଁ ଚଳିତ ଥର ଜାତିସଂଘର ସାଧାରଣ ଅଧିବେଶନ ଭର୍ଚୁଆଲ ହେବ । ଏଣୁ ନ୍ୟୁୟର୍କର ମିଳିତ ଜାତିସଂଘର ସାଧାରଣ ସଭା ହଲରେ ପୂର୍ବ-ରେକର୍ଡ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଭାବରେ ପ୍ରସାରିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.