ETV Bharat / bharat

ଦ୍ବିତୀୟ ପର୍ଯ୍ୟାୟ ଲକଡାଉନର ଗାଇଡଲାଇନ ଜାରି, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

author img

By

Published : Apr 15, 2020, 11:56 AM IST

ଦ୍ବିତୀୟ ପର୍ଯ୍ୟାୟ ଲକଡାଉନର ଗାଇଡଲାଇନ ଜାରି, ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ଦ୍ବିତୀୟ ପର୍ଯ୍ୟାୟ ଲକଡାଉନର ଗାଇଡଲାଇନ ଜାରି, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଦେଶରେ ଲକଡାଉନର ଦ୍ବାତୀୟ ପର୍ଯ୍ୟାୟକୁ ନେଇ କେନ୍ଦ୍ର ପକ୍ଷରୁ ନୂଆ ଗାଇଡଲାଇନ ଜାରି । କୃଷି କ୍ଷେତ୍ରରେ କଟକଣା କୋହଳ ସହ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଦେଶରେ ଲକଡାଉନର ଦ୍ବାତୀୟ ପର୍ଯ୍ୟାୟର ଆଜି ପ୍ରଥମ ଦିନ । ଲକଡାଉନକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଏହି ଗାଇଡଲାଇନ ଆନୁସାରେ କୃଷିକ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ଏହା ବ୍ୟତିତ ମନରେଗା ଓ ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେପଟେ କୋରୋନା ସଂକ୍ରମଣର ହଟ୍‌ସ୍ପଟ୍‌ରେ କଟକଣାକୁ କୋହୋଳ ନେଇ କୌଣସି ଅନୁମତି ଦିଆ ନଯାଇଥିବା ବେଳେ 20 ଏପ୍ରିଲ ପରେ କଟକଣା କୋହଳ ନେଇ ସର୍ତ୍ତମୂଳକ ଅନୁମତି ଦିଆଯିବ ।ଦେଶରେ ଲକଡାଉନ ଅବଧି ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି ।

ଦ୍ବିତୀୟ ପର୍ଯ୍ୟାୟ ଲକଡାଉନର ଗାଇଡଲାଇନ ଜାରି
ଦ୍ବିତୀୟ ପର୍ଯ୍ୟାୟ ଲକଡାଉନର ଗାଇଡଲାଇନ ଜାରି

କଣ ସବୁ ରହିବ ବନ୍ଦ?

ସମସ୍ତ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନସେବା , ଶିକ୍ଷାନୁଷ୍ଠାନ, କୋଚିଂସେଣ୍ଟର, ଔଦଗିକ ଓ ବାଣିଜ୍ୟ କ୍ଷେତ୍ର, ହୋଟେଲ, ଅଟୋରିକ୍ସା, ସିନେମା ହଲ୍‌, ସପିଂ ମଲ, ଜିମ, ସ୍ବିମିଙ୍ଗ୍‌ ପୁଲ୍‌, ବାର, ସମସ୍ତ ଧାର୍ମିକ ସ୍ଥଳୀ ଆଦି ବନ୍ଦ ରହିବ । ଏହା ବ୍ୟତିତ କୌଣସି ବି ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ 20ରୁ ଅଧିକ ଲୋକଙ୍କୁ ସାମିଲ ହେବା ପାଇଁ ଅନୁମତି ଦିଆଯାଇନାହିଁ ।

ଦ୍ବିତୀୟ ପର୍ଯ୍ୟାୟ ଲକଡାଉନର ଗାଇଡଲାଇନ ଜାରି
ଦ୍ବିତୀୟ ପର୍ଯ୍ୟାୟ ଲକଡାଉନର ଗାଇଡଲାଇନ ଜାରି

କୃଷି କ୍ଷେତ୍ରରେ କଟକଣା କୋହଳ

ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନରେ କୃଷିକ୍ଷେତ୍ରରେ ଜଡିତ କାର୍ଯ୍ୟକୁ ଅନୁମତି ପ୍ରଦାନ କରାଯାଇଛି । ଚାଷୀଙ୍କୁ ସେମାନଙ୍କ ଫସଲ ଅମଳ କରିବାକୁ ଅନୁମତି ମିଳିଛି । ଏହାସହ ଏଜେନ୍ସିଗୁଡିକ ଚାଷୀଙ୍କଠାରୁ ଫସଲ କିଣିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ଦ୍ବିତୀୟ ପର୍ଯ୍ୟାୟ ଲକଡାଉନର ଗାଇଡଲାଇନ ଜାରି
ଦ୍ବିତୀୟ ପର୍ଯ୍ୟାୟ ଲକଡାଉନର ଗାଇଡଲାଇନ ଜାରି

ମନରେଗା ଓ ନିର୍ମାଣ କାର୍ଯ୍ୟକୁ ଅନୁମତି ପ୍ରଦାନ

ଲକଡାଉନ ସମୟରେ ମନରେଗା ଅନ୍ତର୍ଗତ ସମସ୍ତ କାଯ୍ୟକୁ ଜାରି ରଖିବା ପାଇଁ ନିର୍ଦ୍ଦେଶ ମିଳିଛି । ହେଲେ ସାମାଜିକ ଦୂରତା ବଜାୟ ରଖିବାକୁ ଅପିଲ କରାଯାଇଛି । ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ନିର୍ମାଣ କାର୍ଯ୍ୟକୁ ଅନୁମତି ପ୍ରଦାନ କରାଯାଇଛି ।

ସାର୍ବଜନିନ ସ୍ଥାନରେ ମାସ୍କ ବାଧ୍ୟତାମୂଳକ

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏବେ ମାସ୍କ ପିନ୍ଧିବା କଟକଣାକୁ ଆହୁରି ବଢାଇଦିଆଯାଇଛି । ନୂଆ ଗାଇଡଲାଇନ ଅନୁସାରେ ସାର୍ବଜନିନ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହା ବ୍ୟତିତ ରାସ୍ତରେ ଛେପ ପକାଇଲେ ଜୋରିମାନା ଆଦାୟର ମଧ୍ୟ ପ୍ରାବଧାନ କରାଯାଇଛି ।

ହଟ୍‌ସ୍ପଟ୍‌ ଅଞ୍ଚଳରେ କୋହଳ ହେବନି କଟକଣା

କୋରୋନା ସଂକ୍ରମଣ ହଟସ୍ପଟ ଅଞ୍ଚଳରେ କଟକଣା କୋହଳ ନେଇ କୌଣସି ଅନୁମତି ଦିଆଯାଇନାହିଁ । ଏହି ଅଞ୍ଚଳଗୁଡିକରେ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନର ସମସ୍ତ ନିୟମ ପାଳନ କରାଯିବ । ଏହାସହ କାହାକୁ ବି ବାହାରକୁ ବାହାରିବାକୁ ଅନୁମତି ଦିଆଯିବ ନାହିଁ । ଅତ୍ୟାବଶ୍ୟକ ଜିନିଷର ହୋମ ଡେଲିଭରୀ କରାଯିବ । କେବଳ ଏହି ଅଞ୍ଚଳଗୁଡକରେ ସୁରକ୍ଷାକର୍ମୀ ଓ ହସ୍ପିଟାଲ କର୍ମଚାରୀ ରହିବେ ।

କେନ୍ଦ୍ରର ଗାଇଡଲାଇନ ଅନୁସାରେ ଯେଉଁ ଅଞ୍ଚଳରେ କୋରୋନା ସଂକ୍ରମଣର ମାମଲା ଆସିବ ନାହିଁ , ସେଠାରେ କଟକଣା କୋହଳ କରାଯିବ । ଏହାର ସମୀକ୍ଷା 20 ଏପ୍ରିଲ ପରେ ହିଁ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.