ETV Bharat / bharat

ବିଷ ବଳୟରେ ଶ୍ବାସକ୍ରିୟା ପାଇଁ ସଂଘର୍ଷ

author img

By

Published : Nov 6, 2019, 10:29 PM IST

ବିଷାକ୍ତ ହୋଇଛି ଦିଲ୍ଲୀ ବାୟୁମଣ୍ଡଳ। ଦୀପାବଳୀ ବାଣର ଧୂଆଁ ସମ୍ପୂର୍ଣ୍ଣ ଉତ୍ତର ଭାରତ ବିଷ ବଳୟ ମଧ୍ୟକୁ ଚାଲି ଆସିଛି। ସତେଜ ବାୟୁ ଟିକକ ପାଇଁ ଡହଳବିକଳ ଲୋକେ। ଅଧିକ ପଢ଼ନ୍ତୁ...

ବିଷ ବଳୟରେ ଶ୍ବାସକ୍ରିୟା ପାଇଁ ସଂଘର୍ଷ

ହାଇଦ୍ରାବାଦ: ନିଶ୍ବାସ ନେବା ପାଇଁ ସଂଘର୍ଷ କରୁଛି ଦେଶର ରାଜଧାନୀ ଦିଲ୍ଲୀ । ଦୀପାବଳି ପରେ ପ୍ରତିବର୍ଷ ଏପରି ପରିସ୍ଥିତିର ସାମ୍ନା କରେ। ଚଳିତ ବର୍ଷ ପରିସ୍ଥିତି ଅତି ଭୟଙ୍କର ହୋଇଛି। ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ମୌସୁମୀ ବର୍ଷା କାରଣରୁ ଦିଲ୍ଲୀ ବାୟୁମଣ୍ଡଳର ସ୍ଥିତିରେ କିଛିଟା ସୁଧାର ଥିଲା। ହେଲେ ଦୀପାବଳୀ ବାଣର ଧୂଆଁ ସମ୍ପୂର୍ଣ୍ଣ ଉତ୍ତର ଭାରତ ବିଷ ବଳୟ ମଧ୍ୟକୁ ଚାଲି ଆସିଛି। ସେପଟେ ପଞ୍ଜାବ ଓ ହରିୟାଣାରେ ନଡା ପୋଡିବା ଯୋଗୁଁ ଦିଲ୍ଲୀ ଅଧିକ କ୍ଷତିଗ୍ରସ୍ତ ହେଉଛି । ବିଷାକ୍ତ ବାୟୁ ଯୋଗୁଁ କେଜ୍ରିୱାଲ ସରକାର ସ୍ବାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ନଭେମ୍ବର 5 ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଥିଲା। ଏହାସହ ସମସ୍ତ ନିର୍ମାଣ କାର୍ଯ୍ୟ ମଧ୍ୟ ସ୍ଥଗିତ ହୋଇଥିଲା । ଅଡ-ଇଭେନ ଯୋଜନା ଲାଗୁ ହେବା ପରିସ୍ଥିତିର ଗମ୍ଭୀରତା ଦର୍ଶାଉଛି।

ମନ୍ତ୍ରୀ ବର୍ଷା ଯୋଗୁଁ ନଡା ପୋଡିବା କାରଣରୁ ହେଉଥିବା ଧୂଆଁ କମ ହୋଇଛି ବୋଲି ଦର୍ଶାଉଥିବା ବେଳେ, ବାୟୁର ଗୁଣବତ୍ତା ସୂଚକାଙ୍କ ଅନ୍ୟ କିଛି ତଥ୍ୟ ପ୍ରଦାନ କରୁଛି । ଯଦି ବାୟୁର ଗୁଣବର୍ତ୍ତା ସୂଚକାଙ୍କ 400-500 ମଧ୍ୟରେ ରହେ ତେବେ ତାହା ବିପଦଜନକ ବୋଲି ଧରା ଯାଉଥିବା ବେଳେ ଦିଲ୍ଲୀର ଅନେକ ଅଞ୍ଚଳରେ ଏହା ବୃଦ୍ଧି ପାଇ 500 ଉପରେ ପହଁଞ୍ଚି ଥିଲା । ଯାହା କାରଣରୁ ବିମାନ ଉଡାଣ ବାତିଲ ହୋଇଥିଲା । ଗୁରୁଗ୍ରାମ, ନୋଏଡା, ଫରିଦାବାଦ, ଓ ଗାଜିଆବାଦରେ ଲୋକେ ବିନା ମାସ୍କରେ ଘରୁ ବାହରକୁ ବାହାରି ପାରୁନାହାନ୍ତି । ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଓଡିଶା ମଧ୍ୟ ଏହି ବାୟୁ ପ୍ରଦୁଷଣରେ ପ୍ରଭାବିତ ହୋଇଛି।

ଉତ୍ତର ଭାରତରେ ଚାଷୀ ଗହମକୁ ଚାରା ଭାବେ ବ୍ୟବହାର କରୁଥିବା ବେଳେ ନିଜ ଖେତରେ ନଡା ଗୁଡିକୁ ପୋଡି ଦେଇଥାନ୍ତି । ରାଷ୍ଟ୍ରୀୟ ଗ୍ରୀନ ଟ୍ରିବ୍ୟୁନାଲ 4 ବର୍ଷ ତଳେ ଏହା ଉପରେ କଟକଣା ଲଗାଇଥିଲେ । ପଞ୍ଜାବ ଓ ହରିୟାଣ ସରକାର ଗ୍ରୀନ ଟ୍ରିବ୍ୟୁନାଲର ଗାଇଡଲାଇନକୁ କଡାକଡି ଭାବେ ମାନିବାକୁ ପ୍ରତିଶ୍ରୃତି ମଧ୍ୟ ଦେଇଥିଲେ । କେନ୍ଦ୍ର ସରକାର ଏହି ନିୟମ ଲାଗୁ ନେଇ 1100 କୋଟି ଟଙ୍କା ଖର୍ଚ୍ଚ କରିଥିଲେ, କିନ୍ତୁ ପରିସ୍ଥିତି ପୂର୍ବବତ ରହିଛି । ଏକ ଟନ ନଡା ପୋଡିଲେ 60 କିଗ୍ରା କାର୍ବନ ଡାଇଅକ୍ସାଇଡ, 100 କିଗ୍ରା ସବୁଜ କୋଠରୀ ଗ୍ୟାସ, 3 କିଗ୍ରା ସଲଫର ଡାଇଅକ୍ସାଇଡ ଉତ୍ପନ୍ନ ହୁଏ । ହରିୟାଣା, ପଞ୍ଜାବ ଓ ଉତ୍ତର ପ୍ରଦେଶ ପ୍ରତିବର୍ଷ 5 କୋଟି ଟନ ନଡା ଜଳାଇ ଥାନ୍ତି। ଏହା ଯୋଗୁଁ କେବଳ ବିଷାକ୍ତ ଗ୍ୟାସ ଉତ୍ପନ୍ନ ହୁଏ ତାହା ନୁହେଁ ବଂର ଅନେକ ହିତସାଧନକାରୀ ବ୍ୟାକ୍ଟେରିଆ ମଧ୍ୟ ନଷ୍ଟ ହୋଇଯାନ୍ତି । ମୃର୍ତ୍ତିକାର ଆର୍ଦ୍ରତା କମି ଯାଇଛି । ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧିକରଣ (EPCA) ହରିୟାଣା, ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କୁ ଏଦିଗରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଖୁ ଚାଷ ବଦଳରେ ବାଜରା ଓ ଧାନ ଚାଷ ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

ବାୟୁ ପ୍ରଦୂଷଣ କେବଳ ଦିଲ୍ଲୀରେ ସୀମିତ ନୁହେଁ । ଭାରତର ଦୁଇ ତୃତୀୟାଂଶ ସହର ଏହା ଦ୍ବାରା ପ୍ରଭାବିତ ହୋଇଛି । ବାୟୁର ଗୁଣବତ୍ତା ସର୍ବେକ୍ଷଣ ହୋଇଥିବା 180ଟି ଦେଶରେ ଭାରତ ଶେଷ ସ୍ଥାନରେ ରହିଛି । ଭାରତରେ ହେଉଥିବା ପ୍ରତ୍ୟେକ 8ଟି ମୃତ୍ୟୁରୁ ଗୋଟିଏର କାରଣ ବାୟୁ ପ୍ରଦୂଷଣ ହୋଇଥାଏ । ବାୟୁ ପ୍ରଦୂଷଣ କାରଣରୁ ହେଉଥିବା ମୃତ୍ୟୁ ସଂଖ୍ୟା ଚୀନରେ ଅନେକ ପରିମାଣରେ ହ୍ରାସ ପାଇଛି । କାରଣ ଚୀନ ସରକାର ଏନେଇ ନେଇଛନ୍ତି କଡା କାର୍ଯ୍ୟାନୁଷ୍ଠାନ । ଭାରତରେ କିନ୍ତୁ ଏହି ସଂଖ୍ୟା 23 ପ୍ରତିଶତ ବୃଦ୍ଧି ପାଇଛି । ଏମସ(All India Institute of Medical Sciences) ପ୍ରଦୂଷଣ ଯୋଗୁଁ ହୃଦୟ ଓ ଫୁସଫୁସ ଜନିତ ରୋଗ ହେଉଥିବା ଚେତାବନୀ ଦେଇଛି ।

ନିକଟରେ ଚିକୋଗୋ ବିଶ୍ବବିଦ୍ୟାଳୟ ଦ୍ବାର କାରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ବିଷାକ୍ତ ବାୟୁମଣ୍ଡଳ କାରଣରୁ ନାଗରିକଙ୍କ ଆୟୁ 7 ବର୍ଷ ପର୍ଯ୍ୟନ୍ତ କମି ଯାଉଛି । କୁରନୁଲ ଓ ୱାରଙ୍ଗଲ ପରି ଛୋଟ ସହରରେ ମଧ୍ୟ ବାୟୁରେ ନିକେଲ ଓ ଆର୍ସେନିକର ମାତ୍ରା ଅଧିକ ରହିଛି । ବାୟୁ ପ୍ରଦୂଷଣ ସିଧାସଳଖ 66 ପ୍ରତିଶତ ଭାରତୀୟଙ୍କ ଜୀବନ ଉପରେ ପ୍ରଭାବ ପକାଇଛି। ଅଷ୍ଟ୍ରେଲିଆ, କାନାଡା ଓ ବାରବାଡୋସ ପରି ଦେଶ ନିଜ ନାଗରିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସଭିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଭାରତକୁ ମଧ୍ୟ ଏଦିଗରେ ସଚେତନ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ନାଗରିକ ଓ ସରକାର ଉଭୟ ଏଦିଗରେ କାର୍ଯ୍ୟ କଲେ ଓ ସଚେତନ ହେଲେ ନିଶ୍ଚିତ ଭାବେ ଜଳବାୟୂ ଜନିତ ବିପତ୍ତି ଗୁଡିକୁ ଏଡା ଯାଇପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.