ETV Bharat / bharat

ନାସା ଖୋଲିଲା ଦିଲ୍ଲୀ ପ୍ରଦୂଷଣର ସତ୍ୟତା, 2900ଟି ସ୍ଥାନରେ ଜଳୁଛି ନଡା

author img

By

Published : Nov 4, 2019, 9:30 AM IST

ଦିଲ୍ଲୀର ବିଷାକ୍ତ ବାୟୁ ପଛର ସତ । ସତ୍ୟତା ଦେଖାଇଲା ନାସା । ସାଟେଲାଇଟରେ ନିଆଯାଇଥିବା ଏକ ଫଟୋରୁ ବାୟୁ ପ୍ରଦୂଷଣର ପ୍ରକୃତ କାରଣ ଦର୍ଶାଇଛି ନାସା ।

ଦିଲ୍ଲୀର ବିଷାକ୍ତ ବାୟୁ ସତ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବଢୁଥିବା ପ୍ରଦୂଷଣକୁ ନେଇ ହେଥ୍ଲ ଆଡଭାଇଜାରୀ ଜାରି । ବାୟୁମଣ୍ଡଳ ଏତେ ମାତ୍ରାରେ ବିଷାକ୍ତ ହୋଇଉଠିଛି ଯେ, ନିଶ୍ବାସ ପ୍ରଶ୍ବାସ ନେବା କଷ୍ଟକର ହୋଇପଡିଛି । ଆଉ ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି ଶସ୍ୟକ୍ଷେତରେ ନଡା ଜାଳିବା । ପଡୋଶୀ ରାଜ୍ୟରେ ମାତ୍ରାଧିକ ପରାଲୀ (ଶସ୍ୟ ନଡା) ପୋଡାଯାଉଥିବାରୁ ଦିଲ୍ଲୀ ବାୟୁମଣ୍ଡଳ ବିଷାକ୍ତ ହୋଇଥିବା ନେଇ ନାସା ପକ୍ଷରୁ ଜାରି ହୋଇଥିବା ଫଟୋରେ ସ୍ପଷ୍ଟ ହୋଇଛି ।

ବର୍ତ୍ତମାନ ନାସାର ଏହି ଫଟୋ ସମସ୍ତଙ୍କର ଚିନ୍ତା ବଢାଇଛି । ପଞ୍ଜାବ ଓ ହରିୟାଣାରେ ପାଖାପାଖି 2900ଟି ସ୍ଥାନରେ ପରାଲୀ ଜଳାଯାଉଥିବା ନେଇ ସାଟେଲାଇଟରୁ ନିଆଯାଇଥିବା ଫଟୋରେ ଜଣାପଡିଛି । ମାତ୍ରାଧିକ ପରାଲୀ(ଶସ୍ୟ ନଡା) ଜାଳିବା ଦ୍ବାରା ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ବାୟୁ ବିଷାକ୍ତ ହେବାରେ ଲାଗିଛି ।

ରିପୋର୍ଟ ଅନୁସାରେ, ହରିୟାଣାରେ ପରାଲୀ(ଶସ୍ୟ ନଡା)କୁ ନେଇ କାମ କରାଯାଇଛି, କିନ୍ତୁ ଏବେ ବି ଏଥିରେ ପଛରେ ରହିଛି ପଞ୍ଜାବ । ପରାଲୀ (ଶସ୍ୟ ନଡା) ଜଳାଇବାରେ ପଞ୍ଜାବ 25 ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ହରିୟାଣାରେ କମ ପୋଡାଜଳା ହୋଇଛି । ତେବେ ପରାଲୀ ପୋଡାଜଳାକୁ ନେଇ ସରକାର କଟକଣା ଲାଗୁ କରିଥିଲେ ମଧ୍ୟ ଏଥିରେ ରୋକ ଲାଗିପାରୁନାହିଁ ।

ସେପଟେ,କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ସୁପ୍ରିମ କୋର୍ଟଙ୍କୁ ଜଣାଇଛନ୍ତି ଯେ, 2016 ଓ 2018 ମଧ୍ୟରେ ଦିଲ୍ଲୀ ଓ ଏହାର ଆଖପାଖ ରାଜ୍ୟରେ ପରାଲୀ ପୋଡା ଘଟଣା 41 ପ୍ରତିଶତକୁ ଖସିଥିବାର ଦର୍ଶାଯାଇଛି ।

Intro:Body:

xccv


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.