ETV Bharat / bharat

ଇଣ୍ଟରନେଟରେ ଫେକ୍ ‘ଆରୋଗ୍ୟ ସେତୁ ଆପ୍‌’ ପ୍ରତି ହୁଅନ୍ତୁ ସାବଧାନ

author img

By

Published : May 5, 2020, 9:17 PM IST

fake aarogya setu app, aarogya setu app, central governement's aarogya setu app, corona measure taken by central government, corona in india, ନକଲି ଆରୋଗ୍ୟ ସେତୁ ଆପ୍‌, ଆରୋଗ୍ୟ ସେତୁ ଆପ୍‌, କେନ୍ଦ୍ର ସରକାରଙ୍କ ଆରୋଗ୍ୟ ସେତୁ ଆପ୍‌, କେନ୍ଦ୍ର ସରକାରଙ୍କ କୋରୋନା ପଦକ୍ଷେପ, ଭାରତରେ କୋରୋନା
ଇଣ୍ଟରନେଟରେ ଫେକ୍ ‘ଆରୋଗ୍ୟ ସେତୁ ଆପ୍‌’ ପ୍ରତି ହୁଅନ୍ତୁ ସାବଧାନ

ଏହି ଆପ୍‌ରେ ଆପଣ ନିଜ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ଆଖପାଖ ଅଞ୍ଚଳର କୋଭିଡ-19 ଖବର ପାଇପାରିବେ । ହେଲେ ଏହି ସରକାରୀ ଆପ୍‌କୁ ଏବେ ନକଲ କରିଛନ୍ତି କିଛି ଅପରାଧୀ । ଆଉ ନକଲି ଆପ ଜରିଆରେ ଲୋକଙ୍କ ମଧ୍ୟରେ ସୃଷ୍ଟି କରିଛନ୍ତି ଭୟର ବାତାବରଣ । ଏନେଇ ତେଲେଙ୍ଗନାର ରଚାକୋଣ୍ଡା ଜିଲ୍ଲା ସହକାରୀ ପୋଲିସ କମିଶନର ଦେଇଛନ୍ତି କିଛି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ।

ହାଇଦ୍ରାବାଦ: ଲକଡାଉନ ସମୟରେ ଲୋକେ ଇଣ୍ଟରନେଟର ବହୁଳ ବ୍ୟବହାର କରୁଥିବା ବେଳେ ଏହାର ଫାଏଦା ଉଠାଇବା ପାଇଁ ପ୍ରସ୍ତୁତ ସାଇବର ଠକ । ବର୍ତ୍ତମାନ ସମୟରେ ଅନେକ ଅନଲାଇନ ଟ୍ରାନଞ୍ଜାକ୍ସନ ଓ କାରବାର ହେଉଥିବାରୁ ଏହାର ଲାଭ ଉଠାଇ ବ୍ୟକ୍ତିଗତ ତଥ୍ୟ ଚୋରି କରିବା ସହ ଲୋକଙ୍କ ଠକିବାରେ ଲାଗିଛନ୍ତି ଏହି ସାଇବର କ୍ରିମିନାଲ । ତେବେ କୋରୋନା ସଂକ୍ରମଣ ନେଇ ଦେଶବାସୀଙ୍କ ସ୍ବାସ୍ଥ୍ୟାବସ୍ଥାର ଟ୍ରାକ ରଖିବା ପାଇଁ କେନ୍ଦ୍ର ସରକାର ଲଞ୍ଚ କରିଥିଲେ ‘ଆରୋଗ୍ୟ ସେତୁ’ ଆପ୍‌ ।

ଏହି ଆପ୍‌ରେ ଆପଣ ନିଜ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ଆଖପାଖ ଅଞ୍ଚଳର କୋଭିଡ-19 ଖବର ପାଇପାରିବେ । ହେଲେ ଏହି ସରକାରୀ ଆପ୍‌କୁ ଏବେ ନକଲ କରିଛନ୍ତି କିଛି ଅପରାଧୀ । ଆଉ ନକଲି ଆପ ଜରିଆରେ ଲୋକଙ୍କ ମଧ୍ୟରେ ସୃଷ୍ଟି କରିଛନ୍ତି ଭୟର ବାତାବରଣ । ଏନେଇ ତେଲେଙ୍ଗାନାର ରଚାକୋଣ୍ଡା ଜିଲ୍ଲା ସହକାରୀ ପୋଲିସ କମିଶନର ଦେଇଛନ୍ତି କିଛି ଗୁରୁତ୍ବପୂର୍ଣ୍ଣ ପରାମର୍ଶ । ଲୋକେ କିପରି ଏହି ଫେକ ଆପ୍‌ରୁ ନିଜକୁ ସୁରକ୍ଷିତ ରଖିପାରିବେ ସେ ନେଇ ଜାରି କରିଛନ୍ତି ଗାଇଡଲଇନ ।

ସେ କହିଛନ୍ତି କି ଏହି ସରକାରୀ ଆପ୍‌କୁ ଆଇଫୋନରେ କେବଳ ଆପ ଷ୍ଟୋର ଓ ଆଣ୍ଡ୍ରଏଡ ଫୋନରେ କେବଳ ପ୍ଲେ ଷ୍ଟୋରରୁ ହିଁ ଡାଉନଲୋଡ କରିହେବ । ସାଇବର କ୍ରିମିନାଲ ଓ ଠକମାନେ ଯେପରି ପ୍ଲେ ଷ୍ଟୋର ଓ ଆପ ଷ୍ଟୋରକୁ ଆକ୍ସେସ ନକରିପାରିବେ ସେନେଇ କେନ୍ଦ୍ର ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି । ଅନ୍ୟପଟେ ଏହାକୁ କଡା ଜବାବ ଦେଇ ଏହି ଠକମାନେ ଏକ ଭିନ୍ନ ପନ୍ଥା ଆପଣାଇଛନ୍ତି । ବର୍ତ୍ତମାନ ଲୋକଙ୍କ ପାଖକୁ ଆରୋଗ୍ୟ ସେତୁ ଆପ୍‌ର ନକଲି ଲୋଗୋ ସହ ବିଭିନ୍ନ ମେସେଜ ପଠାଇ ଏହି ଠକ ଲୋକଙ୍କୁ ଆକର୍ଷିତ କରୁଛନ୍ତି ।

ତେବେ ଏହି ନକଲି ଆପ୍‌ ଓ ଅସଲି ଆପ୍‌ ମଧ୍ୟରେ ରହିଛି ସାମାନ୍ୟ ତଫାତ୍ । ଅସଲି ଆପ୍‌ର ନାମ ‘Arogya Setu App’ ରହିଥିବା ବେଳେ ନକଲି ଆପ୍‌ର ନାମ ରହିଛି ‘Aarogya Setu App’ । ତେଣୁ ଏହି ଆପ୍‌ ଡାଉନଲୋଡ କରିବା ପୂର୍ବରୁ ଏହାର ସ୍ପେଲିଂ ଭଲ ଭାବେ ପରଖି ନିଅନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.