ETV Bharat / bharat

ଦିଲ୍ଲୀରେ ଗଡିଲା ଦେଶର ପ୍ରଥମ ହାଇଡ୍ରୋଜେନ-ସିଏନଜି ବସ୍‌

author img

By

Published : Oct 20, 2020, 7:15 PM IST

ଦିଲ୍ଲୀରେ ଗଡିବ ଦେଶର ପ୍ରଥମ ହାଇଡ୍ରୋଜେନ-ସିଏନଜି ବସ୍‌
ଦିଲ୍ଲୀରେ ଗଡିବ ଦେଶର ପ୍ରଥମ ହାଇଡ୍ରୋଜେନ-ସିଏନଜି ବସ୍‌

ଦେଶର ପ୍ରଥମ ହାଇଡ୍ରୋଜେନ-ସିଏନଜି ଗ୍ୟାସରେ ଚାଳିତ ବସ୍‌ ଦିଲ୍ଲୀରେ ଗଡିବାକୁ ଯାଉଛି । ଏହା ଦ୍ବାରା ଦୂଷିତ ଗ୍ୟାସ କାର୍ବନ ମନୋକ୍ସାଇଡ୍ 70 ପ୍ରତିଶତ କମିବ । ଦିଲ୍ଲୀ ସରକାର ଏହି ପ୍ରକଳ୍ପ ପାଇଁ 15 କୋଟି ଟଙ୍କା ବିନିମୟ କରିଥିବାର ସୂଚନା ମିଳିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦିଲ୍ଲୀରେ ଗଡିବାକୁ ଯାଉଛି ଦେଶର ପ୍ରଥମ ହାଇଡ୍ରୋଜେନ-ସିଏନଜି ଗ୍ୟାସରେ ଚାଳିତ ବସ୍‌ । ରାଜଧାନୀରେ ବଢୁଥିବା ବାୟୁ ପ୍ରଦୂଷଣ କମାଇବା ପାଇଁ ସରକାରଙ୍କୁ ପକ୍ଷରୁ ଏହି ବିକଳ୍ପକୁ ଆରମ୍ଭ କରାଯାଇଛି । ମଙ୍ଗଳବାର ପ୍ରାୟ 50ଟି ହାଇଡ୍ରୋଜେନ-ସିଏନଜି ବସ୍‌ ସେବା ଆରମ୍ଭ ହେବାର ସୂଚନା ମିଳିଛି ।

ରାଜଧାନୀରେ ସମୟକ୍ରମେ ବଢୁଥିବା ପ୍ରଦୂଷଣର ମାତ୍ରା ବର୍ତ୍ତମାନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବଢାଇବାରେ ଯାନବାହନରୁ ନିର୍ଗତ ଧୂଆଁର ବହୁତ ବଡ ଭୂମିକା ରହିଛି । ଏଣୁ ସରକାର ଯାନବାହନରୁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ସରକାର ବିଭିନ୍ନ ବିକଳ୍ପମାନ ଚିନ୍ତା କରୁଛନ୍ତି । ଏହି ବିକଳ୍ପରେ ହାଇଡ୍ରୋଜେନ-ସିଏନଜି ବସ୍‌ ସେବା ସାମିଲ ହୋଇଛି ।

ଦିଲ୍ଲୀରେ ଗଡିବ ଦେଶର ପ୍ରଥମ ହାଇଡ୍ରୋଜେନ-ସିଏନଜି ବସ୍‌

ଭାରତରେ ସବୁଠାରୁ ବିଶୁଦ୍ଧ ଇନ୍ଧନ ଭାବେ ସିଏନଜିର ନାମ ପ୍ରଥମ ଆସୁଥିବାରୁ ସରକାର ହାଇଡ୍ରୋଜେନ ସହିତ ଏହାର ବ୍ୟବହାର କରିଛନ୍ତି । କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମିଳିତ ସହଯୋଗରେ ଏହି ସେବାକୁ ଆରମ୍ଭ କରାଯାଉଛି । ତେବେ ଏହି ବସ୍‌ଗୁଡିକ ଇନ୍ଧନ ଭରିବା ପାଇଁ ଦିଲ୍ଲୀର ରାଜଘାଟ ଡିପୋଠାରେ ଏକ ଅଲଗା ହାଇଡ୍ରୋଜେନ-ସିଏନଜି ପ୍ଲାଣ୍ଟ ଓ ଇନ୍ଧନ ଷ୍ଟେସନର ନିର୍ମାଣ କରାଯାଇଛି ।

ଏହି ପ୍ରସଙ୍ଗରେ ଦିଲ୍ଲୀ ପରିବହନ ମନ୍ତ୍ରୀ କହିଛନ୍ତି," ହାଇଡ୍ରୋଜେନ-ସିଏନଜି ବସ୍‌ ସେବା ଆରମ୍ଭ ହେବା ପରେ ଏହାର ପ୍ରଭାବ ସଂପର୍କରେ ଜାଣିବା ପାଇଁ ପ୍ରତିଦିନ ଏହାର ଯାଞ୍ଚ କରାଯିବ । ଦିଲ୍ଲୀ ସରକାର ଏହି ପ୍ରକଳ୍ପ ପାଇଁ 15 କୋଟି ଟଙ୍କା ବିନିମୟ କରିଛନ୍ତି । ଗତ ଦେଢ ବର୍ଷ ଧରି ଏହି ପ୍ରକଳ୍ପ ସମ୍ବନ୍ଧୀୟ କାମ ଚାଲୁ ରହିଥିଲା । ତେବେ ଦେଶରେ ପ୍ରଥମ କରି ଚାଲିବାକୁ ଥିବା ହାଇଡ୍ରୋଜେନ-ସିଏନଜି ବସ୍‌ ସେବା ରାଜଧାନୀରେ ପ୍ରଦୂଷଣ ମାତ୍ରା କମାଇବ ବୋଲି ଆଶା କରାଯାଇଛି । " ଏହି ବସ୍‌ଗୁଡିକର ଇନ୍ଧନରେ ହାଇଡ୍ରୋଜେନ୍ ଓ ସିଏନଜିର ପରିମାଣ ଯଥାକ୍ରମେ 18 ଓ 82 ପ୍ରତିଶତ ରହିଛି । ଏହା ଦ୍ବାରା କାର୍ବନ ମନୋକ୍ସାଇଡ୍ 70 ପ୍ରତିଶତ କମୁଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.