ETV Bharat / bharat

ଦୀପାବଳିରେ ଅଗ୍ନିକାଣ୍ଡ

author img

By

Published : Nov 15, 2020, 12:06 AM IST

ଦୀପାବଳିରେ ଅଗ୍ନିକାଣ୍ଡ
ଦୀପାବଳିରେ ଅଗ୍ନିକାଣ୍ଡ

ଦୀପାବଳିରେ ମୁମ୍ବାଇରେ ଅଗ୍ନିକାଣ୍ଡ । ରେଷ୍ଟୁରାଣ୍ଟରେ ଲାଗିଲା ନିଆଁ । ଅଧିକ ପଢନ୍ତୁ...

ମୁମ୍ବାଇ: ମହାରାଷ୍ଟ୍ରର ବାଇକୁଲା ଅଞ୍ଚଳର ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ରାତି 9 ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚିଛି । କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ସାଇ ପାଲେସ ରେଷ୍ଟୁରାଣ୍ଟରେ ରାତି 9ଟାରେ କୌଣସି କାରଣରୁ ନିଆଁ ଲାଗିଥିଲା । ତେବେ ଏହା ଜଣାପଡିବା ପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଛି । ଅନ୍ୟପଟେ ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

ନିଆଁ ଅଳ୍ପ ମାତ୍ରାରେ ଲାଗିଥିବାରୁ ଅଗ୍ନିଶମ ବାହିନୀ ତତକ୍ଷଣାତ୍‌ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବାରେ ସମକ୍ଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.