ETV Bharat / bharat

ସିଙ୍ଘୁ ବର୍ଡରରେ ପୁଣି ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Dec 21, 2020, 6:23 PM IST

ସିଙ୍ଘୁ ବର୍ଡରରେ ପୁଣି ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ସୁଇସାଇଡ ନୋଟ ଜବତ । ଅଧିକ ପଢନ୍ତୁ...

farmer attempted suicide at singhu border protest
ସିଙ୍ଘୁ ବର୍ଡରରେ ପୁଣି ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ 26 ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ନିଜ ଦାବିରୁ ଓହରିବାକୁ ନାରାଜ ଚାଷୀ । ଏହାରି ମଧ୍ୟରେ ସିଂଘୁ ସୀମାରେ ଆଉ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଖବର ସାମ୍ନାକୁ ଆସିଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆତ୍ମହତ୍ୟା କରିଥିବା ଚାଷୀ ଜଣକ ହେଉଛନ୍ତି ନିରଞ୍ଜନ ସିଂ ।

ସୂଚନା ଅନୁସାରେ, କୃଷକ ନିରଞ୍ଜନ ପିକେଟିଂରେ ପହଞ୍ଚି ବିଷ ପିଇଥିଲେ । ସେଠାରେ ଉପସ୍ଥିତ ଆନ୍ଦୋଳନକାରୀ କୃଷକମାନେ ନିରଞ୍ଜନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ଏଠାରୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରୋହତକ ପିଆଇଜିକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ତାଙ୍କ ଠାରୁ ଏକ ସୁଇସାଇଡ ନୋଟ ମିଳିଛି । ସୁଇସାଇଡ ନୋଟରେ ନିରଞ୍ଜନ ଲେଖିଛନ୍ତି ଯେ ‘‘କୃଷକମାନେ ନିଜ ଜୀବନ ଦେଇପାରିବେ,କିନ୍ତୁ ଜମି ହରାଇବାର ଦୁଃଖ ସହି ପାରିବେ ନାହିଁ । ସରକାର ଚିନ୍ତା କରିବା ଉଚିତ ଯେତେବେଳେ ଚାଷୀଙ୍କ ସୁନାର ଫସଲ ପୁଞ୍ଜିପତିଙ୍କ ହାତକୁ ଯିବ । ସେତେବେଳେ ଆମ ଫସଲ କିଏ କିଣିବ । ଯଦିବି କିଏ କିଣିବ ତାହାର ଉଚିତ ମୂଲ୍ୟ କାହିଁକି ଦବ’’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.