ETV Bharat / bharat

ନିର୍ବାଚନ ପ୍ରତଶୃତି ପାଳନ ନ କଲେ ରାଜରାସ୍ତାକୁ ଓହ୍ଲାଇବି: ଜ୍ୟୋତିରାଦିତ୍ୟ ସିନ୍ଧିଆ

author img

By

Published : Feb 18, 2020, 9:04 AM IST

election-promise-not-fulfilled-then-i-will-be-in-road-for-public-says-jyotiraditya-scindia
ନିର୍ବାଚନ ପ୍ରତଶୃତି ପାଳନ ନ କଲେ ରାଜରାସ୍ତାକୁ ଓହ୍ଲାଇବି: ଜ୍ୟୋତିରାଦିତ୍ୟ ସିନ୍ଧିଆ

କଂଗ୍ରେସ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୁଣି ଥରେ କମଲନାଥ ସରକାରଙ୍କୁ ଅଡୁଆରେ ପକାଇଛନ୍ତି । କଂଗ୍ରେସ ଶାସିତ ମଧ୍ୟପ୍ରଦେଶର କମଲନାଥ ନେତୃତ୍ବାଧୀନ ସରକାର ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶୃତିକୁ ପାଳନ ନ କଲେ 'ଲୋକଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇବି' ବୋଲି ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରକାଶ କରିଛନ୍ତି। ଅଧିକ ପଢନ୍ତୁ...

ଭୋପାଳ: କଂଗ୍ରେସ ମହାସଚିବ ତଥା ମଧ୍ୟପ୍ରଦେଶର ଗୁନା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୁଣିଥରେ କମଲନାଥ ସରକାରଙ୍କୁ ଅଡୁଆରେ ପକାଇଛନ୍ତି । କଂଗ୍ରେସ ଶାସିତ ମଧ୍ୟପ୍ରଦେଶର କମଲନାଥ ନେତୃତ୍ବାଧୀନ ସରକାର ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶୃତିକୁ ପାଳନ ନ କଲେ 'ଲୋକଙ୍କ ପାଇଁ ରାଜରାସ୍ତାକୁ ମଧ୍ୟ ଓହ୍ଲାଇବି' ବୋଲି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ।

ସେ ଗ୍ବାଲିଅରରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି 'ମୁଁ ସାଧାରଣ ଲୋକଙ୍କ ସେବକ ତାଙ୍କ ପାଇଁ ଲଢିବା ମୋର ପ୍ରଥମ ଧର୍ମ । ଯେଉଁ ପ୍ରତିଶୃତି ଇସ୍ତାହାରରେ ଦିଆଯାଇଛି, ତାହାକୁ ପୂରଣ କରିବା ପାଇଁ ସରକାର ବାଧ୍ୟ'। ଯଦି ପ୍ରତିଶୃତି ପୂରଣ ନ କରିନ୍ତି ତା ହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପଡିବ ବୋଲି କହିଛନ୍ତି ।

ସୂଚନାଥାଉକି ସିନ୍ଧିଆ ଗତ ସପ୍ତାହରେ ମଧ୍ୟପ୍ରଦେଶର କଲେଜରେ ଅତିଥି ଅଧ୍ୟାପକ ନିଯୁକ୍ତି ସମ୍ବନ୍ଧରେ କହିଥିଲେ ଯଦି କଂଗ୍ରେସ ସରକାର ନିଜ ନିର୍ବାଚନ ପ୍ରତିଶୃତି ପୂରଣ କରୁନାହିଁ ସଡକରେ ଓହ୍ଲାଇବୁ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ କମଲନାଥ କହିଥିଲେ ଯଦି ସିନ୍ଧିଆ ରାଜରାସ୍ତାକୁ ଓହ୍ଲାଇବାକୁ ଚାହୁଁଛନ୍ତି ଓହ୍ଲାନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.