ETV Bharat / bharat

ଆପ୍‌ ନେତା ନବୀନଙ୍କ ଠାରୁ ଛାଡପତ୍ର ନେଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା

author img

By

Published : Feb 19, 2020, 10:26 PM IST

ଦିଲ୍ଲୀ ମହିଳା କମିଶନ(DCW) ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ବୁଧବାର ସ୍ବାମୀ ତଥା ଆପ୍‌ ନେତା ନବୀନ ଜୟହିନ୍ଦଙ୍କ ଠାରୁ ଛାଡପତ୍ର ନେଇଛନ୍ତି । ସ୍ବାତୀ ଜୁଲାଇ 2015ରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ୨୦୧୯ ଡିସେମ୍ବରରେ ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧୀକ ମାମଲାରେ ଆକ୍ରୋଶ ପ୍ରକାଶ କରି ପୋକ୍ସୋ ଆଇନରେ ସଂଶୋଧନ ଦାବି କରି ଆମରଣ ଅନଶନ କରିଥିଲେ ସ୍ବାତୀ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ(DCW) ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ବୁଧବାର ସ୍ବାମୀ ତଥା ଆପ୍‌ ନେତା ନବୀନ ଜୟହିନ୍ଦଙ୍କ ଠାରୁ ଛାଡପତ୍ର ନେଇଛନ୍ତି । ଏହା ତାଙ୍କ ପାଇଁ ସବୁଠାରୁ ଅଧିକ ଦୁଃଖୁପୂର୍ଣ୍ଣ ଘଟଣା ଥିଲା ବୋଲି ଟ୍ବିଟ କରିଛନ୍ତି ।

swati maliwal divorce
ଫଟୋ ସୌଜନ୍ୟ: ଟ୍ବିଟର @SwatiJaiHind

ନିଜ ଟ୍ବିଟର ପେଜରେ ସେ ଛାଡପତ୍ରକୁ ନେଇ ଏକ ଭାବପ୍ରବଣ ଲେଖା ଲେଖିଛନ୍ତି । ଯେତେବେଳେ ପରୀମାନଙ୍କ କାହାଣୀ ସମାପ୍ତ ହୋଇଥାଏ ତାହା ସବୁଠାରୁ ମର୍ମଭେଦୀ କ୍ଷଣ ହୋଇଯାଏ । ଏବେ ମୋର ମଧ୍ୟ ପରୀ କାହାଣୀ ସମାପ୍ତ ହୋଇଛି । ‘ମୁଁ ଏବେ ନବୀନଙ୍କ ଠାରୁ ଛାଡପତ୍ର ନେଇସାରିଛି । ଅନେକ ସମୟରେ ଶ୍ରେଷ୍ଠ ଲୋକ ସାଥୀରେ ନଥାନ୍ତି ବୋଲି ସେ ଟ୍ବିଟରେ ଲେଖିଛନ୍ତି । ମୁଁ ସର୍ବଦା ତାଙ୍କୁ ମନେପକାଇବି ଓ ପ୍ରତ୍ୟେକ ଦିନ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବି ଯେ ଆମକୁ ଓ ଆମ ଭଳି ଅନେକଙ୍କୁ ଦୁଃଖ, କଷ୍ଟ ସହିବା ପାଇଁ ଶକ୍ତି ପ୍ରଦାନ କରିବେ ।

ସ୍ବାତୀ ଜୁଲାଇ 2015ରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ତାଙ୍କ କାର୍ଯ୍ୟକାଳ ଜୁଲାଇ 2018ରେ ତିନି ବର୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଥିଲା । ଏହି ପଦରେ ରହିବାରେ ସେ ସର୍ବକନିଷ୍ଠ ମହିଳା ଥିଲେ ।

ସ୍ବାତୀ ଓ ତାଙ୍କ ପତି ନବୀନ ଉଭୟ ଆନ୍ନା ହଜାରେଙ୍କ ନେତୃତ୍ବରେ ‘ଇଣ୍ଡିଆ ଏଗନେଷ୍ଟ କରପ୍ସନ’ ଆନ୍ଦୋଳନରେ ଜଡିତ ଥିଲେ । ଏହାସହ ୨୦୧୯ ଡିସେମ୍ବରରେ ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧୀକ ମାମଲାରେ ଆକ୍ରୋଶ ପ୍ରକାଶ କରି ପୋକ୍ସୋ ଆଇନରେ ସଂଶୋଧନ ଦାବି କରି ଆମରଣ ଅନଶନ କରିଥିଲେ ସ୍ବାତୀ ।

ସେହପରି ନବୀନ ଜୟହିନ୍ଦ ଆପ୍‌ର ହରିୟାଣା ପ୍ରଦେଶ ଅଧ୍ୟକ୍ଷ ରହିଥିଲେ । 2019ରେ ହରିୟାଣା ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.