ETV Bharat / bharat

ପୁଣି ୟୁପିରେ ଲଜ୍ଜା, 5 ବର୍ଷର ଶିଶୁକୁ ଦୁଷ୍କର୍ମ କରି ବନ୍ଧା ହେଲେ ଶିକ୍ଷକ

author img

By

Published : Oct 10, 2020, 9:44 AM IST

ଥମୁନି ନାରୀ ଉପରେ ଅତ୍ୟାଚାର । ପୁଣି ୟୁପିରେ ନାବାଳିକାକୁ ଦୁଷ୍କର୍ମ । ଗିରଫ ହେଲେ ଶିକ୍ଷକ, ତଦନ୍ତ ଜାରି । ଅଧିକ ପଢନ୍ତୁ....

5-year-old girl allegedly raped by tuition teacher's brother in Uttar Pradesh's Hardoi
ପୁଣି ୟୁପିରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ କରି ବନ୍ଧା ହେଲେ ଶିକ୍ଷକ

ଲକ୍ଷ୍ନୌ: ହାସରଥକୁ ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭର ନିଆଁ ଜଳୁଥିବା ବେଳେ ପୁଣି ଉତ୍ତରପ୍ରଦେଶରେ ଘଟିଛି ଦୁଷ୍କର୍ମ । ୟୁପିର ହାରଦୋଇରେ 5 ବର୍ଷର ଶିଶୁ ସହିତ ହୋଇଛି ଦୁଷ୍କର୍ମ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ତଦନ୍ତ ଜାରି ରଖିଛି। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ହାରଦୋଇ ଅଞ୍ଚଳର ଜଣେ 5 ବର୍ଷର ଶିଶୁ ନିଜ ଭାଇର ଶିକ୍ଷକଙ୍କ ଘର ସାନ୍ଦିଲାକୁ ଯାଇଥିଲା । ହେଲେ କାମୁକ ରୁପୀ ଶିକ୍ଷକ ଶିଶୁଟିକୁ ସେଠାରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପରେ ନାବାଳିକା ଜଣକ ନିଜ ଘରକୁ ଫେରି ପୁରା ଘଟଣା ଘର ଲୋକଙ୍କ ଆଗରେ ବଖାଣି ଥିଲେ । ଏନେଇ ପରିବାର ପକ୍ଷରୁ ଶିକ୍ଷକଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.