ETV Bharat / bharat

ଅମୃତସରରେ କେଜ୍ରିଓ୍ବାଲ ଓ ମାନଙ୍କ ବିଶାଳ ରୋଡ ସୋ

author img

By

Published : Mar 13, 2022, 4:20 PM IST

ଅମୃତସରରେ କେଜ୍ରିଓ୍ବାଲ ଓ ମାନଙ୍କ ରୋଡ ସୋ
ଅମୃତସରରେ କେଜ୍ରିଓ୍ବାଲ ଓ ମାନଙ୍କ ରୋଡ ସୋ

ଅମୃତସରରେ ରୋଡ ସୋ’ରେ ଶକ୍ତି ଦେଖାଇଲା ଆପ । ସାମିଲ ହେଲେ ଦଳମୁଖ୍ୟ କେଜ୍ରିଓ୍ବାଲ ଓ ଭାବି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ। ରୋଡ ସୋ ପୂର୍ବରୁ ସ୍ବର୍ଣ୍ଣ ମନ୍ଦିର ଯାଇ ପ୍ରାର୍ଥନା କଲେ ଉଭୟ ନେତା । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଞ୍ଜାବରେ ସରକାର ଗଠନ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛି ଆମ ଆଦମି ପାର୍ଟି (AAP) । ଆଜି ଅମୃତସରରେ ପହଞ୍ଚିଥିବା ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଓ ଆଗାମି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଏକ ବିଶାଳ ରୋଡ ସୋ ମଧ୍ୟ କରିଛନ୍ତି । ଚଳିତ ନିର୍ବାନଚରେ ଦଳ ହାସଲ କରିଥିବା ଐତିହାସିକ ବିଜୟକୁ ପାଳନ କରିବା ପାଇଁ ପାର୍ଟି ମୁଖ୍ୟ କେଜ୍ରିଓ୍ବାଲ ଆଜି ପଞ୍ଜାବ ଗସ୍ତ କରିଥିବାବେଳେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଦଳର ଆଗାମୀ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ।

ପରେ ଉଭୟ ନେତା ସ୍ବର୍ଣ୍ଣ ମନ୍ଦିର ଯାଇ ଦର୍ଶନ ଓ ପ୍ରାର୍ଥନା ମଧ୍ୟ କରିଥିଲେ। ରୋଡ ସୋରେ ଅଂଶଗ୍ରହଣ କରିବା ପାଇଁ ହଜାର ହଜାର କର୍ମୀ ଓ ସମର୍ଥକ ମଧ୍ୟ ଅମୃତସରରେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । ଉଭୟ ନେତା ରୋଡ ସୋରେ ପଞ୍ଜାବବାସୀଙ୍କ ଅଭିବାଦନ ଗ୍ରହଣ କରିବା ସହ ଜନାଦେଶ ପାଇଁ ଧନ୍ୟବାଦ ମଧ୍ୟ ଦେଇଥିଲେ।

ମତଦାନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ଭଗଓ୍ବନ୍ତ ମାନଙ୍କ ନାମ ଘୋଷଣା ସାରିଥିଲା ଦଳ । ମାନ ମଧ୍ୟ ପ୍ରାୟ 85 ହଜାର ଭୋଟ ବ୍ୟବଧାନରେ ପଞ୍ଜାବର ଧୁରୀ ଆସନରୁ ନିର୍ବାଚିତ ହୋଇଥିଲେ । ସାମ୍ବିଧାନିକ ପରମ୍ପରା ଭାବେ ଗତକାଲି ସେ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ମଧ୍ୟ କରିଥିଲେ । 16 ତାରିଖରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ ଆଶା କରାଯାଉଛି ।

ତେବେ ରାଜଭବନରେ ଶପଥ ଗ୍ରହଣ ସମାରୋହ ହେବା ପରିବର୍ତ୍ତେ ମହାନ କ୍ରାନ୍ତିକାରୀ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ଜନ୍ମସ୍ଥାନ ଖାତକର କଲନରେ ଶପଥ ନେବ ମାନ ସରକାର । ତଳିଚ ନିର୍ବାଚନରେ ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ସମେତ ବିଜେପି ଓ ଅନ୍ୟ ଦଳଙ୍କୁ ମୂଳପୋଛ କରିବା ସହ ଐତିହାସିକ ଭାବେ ପ୍ରଚଣ୍ଡ ବହୁମତ ପାଇଛି ଆମ ଆଦମୀ ପାର୍ଟି । ମୋଟ 117 ବିଧାନସଭା ଆସନରୁ 92ଟି ଆସନରେ ବିଜୟୀ ହୋଇ ଏକକ ସଂଖ୍ୟା ଗରିଷ୍ଠ ସରକାର ଗଠନ କରିବାକୁ ଯାଉଛି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.