ETV Bharat / bharat

ଜ୍ଞାନବ୍ୟାପୀ ମସଜିଦ ରାୟକୁ ନୈରାଶ୍ୟଜନକ କହିଲା ମୁସଲିମ୍ ବୋର୍ଡ

author img

By

Published : Sep 13, 2022, 11:02 AM IST

ଜ୍ଞାନବ୍ୟାପୀ ମସଜିଦ ରାୟକୁ ନୈରାଶ୍ୟଜନକ କହିଲା AIMPLB
ଜ୍ଞାନବ୍ୟାପୀ ମସଜିଦ ରାୟକୁ ନୈରାଶ୍ୟଜନକ କହିଲା AIMPLB

ଜ୍ଞାନବ୍ୟାପୀ ମସଜିଦ ଶୃଙ୍ଗାରଗୌରୀ ମନ୍ଦିର ବିବାଦ ମାମଲା । ଏହି ପ୍ରସଙ୍ଗରେ ବାରଣାସୀ ଜିଲ୍ଲା କୋର୍ଟଙ୍କ ରାୟକୁ ନୈରାଶ୍ୟଜନକ କହିଲା ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ' ବୋର୍ଡ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ(Gyanvapi Case) ବାରଣାସୀ ଜିଲ୍ଲା କୋର୍ଟ ସୋମବାର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ମସଜିଦ ପରିସରରେ ହିନ୍ଦୁ ଲୋକଙ୍କୁ ପୂଜାର୍ଚ୍ଚନା କରିବାକୁ ଅନୁମତି ଦିଆଯାଉ ବୋଲି ହିନ୍ଦୁ ସମ୍ପ୍ରଦାୟ କୋର୍ଟରେ ଆବେଦନ କରିଥିଲେ । ସୋମବାର କୋର୍ଟ ଏହି ପ୍ରସଙ୍ଗରେ ହିନ୍ଦୁମାନଙ୍କ ପକ୍ଷରୁ କରାଯାଇଥିବା ଆବେଦନ ବିଚାରଯୋଗ୍ୟ ବୋଲି କୋର୍ଟ କହିଛନ୍ତି । କୋର୍ଟଙ୍କ ଏହି ରାୟକୁ ଅତ୍ୟନ୍ତ ନୈରାଶ୍ୟଜନକ ଓ ଦୁଃଖଦ ବୋଲି କହିଛି ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ' ବୋର୍ଡ(All India Muslim Personal Law Board) ।

ଜ୍ଞାନବ୍ୟାପୀ ମସଜିଦ ରାୟକୁ ନୈରାଶ୍ୟଜନକ କହିଲା AIMPLB
ଜ୍ଞାନବ୍ୟାପୀ ମସଜିଦ ରାୟକୁ ନୈରାଶ୍ୟଜନକ କହିଲା AIMPLB

AIMPLB ମହାସଚିବ ମୌଲାନା ଖାଲିଦ ସୈଫୁଲ୍ଲା ରହମାନୀ କହିଛନ୍ତି ଯେ, "ଜ୍ଞାନବାପୀ ମସଜିଦ ପ୍ରସଙ୍ଗରେ ଜିଲ୍ଲା କୋର୍ଟଙ୍କ ରାୟ ନୈରାଶ୍ୟଜନକ । ୧୯୯୧ରେ ବାବ୍ରି ମସଜିଦ ବିବାଦ ମଧ୍ୟରେ ସଂସଦ କହିଥିଲେ ଯେ, ବାବ୍ରି ମସଜିଦକୁ ଛାଡି ଅନ୍ୟ ସବୁ ଧାର୍ମିକ ସ୍ଥଳ ୧୯୪୭ ମସିହାରେ ଯେଉଁ ସ୍ଥିତିରେ ଥିଲା ସେହି ସ୍ଥିତିରେ ରହିବ । ଏହା ବିରୁଦ୍ଧରେ କୌଣସି ପ୍ରକାର ବିବାଦ ଗ୍ରହଣ କରାଯିବ ନାହିଁ । ଏହାସତ୍ତ୍ବେ ଦେଶରେ ଘୃଣା ସୃଷ୍ଟି କରିବାକୁ ଏବଂ ଏକତା ନଷ୍ଟ କରିବାକୁ ଚାହୁଁଥିବା କିଛି ଲୋକ ଜ୍ଞାନବାପୀ ମସଜିଦ ପ୍ରସଙ୍ଗ ଉଠାଇଲେ । ବିଡମ୍ବନାର ବିଷୟ, ସ୍ଥାନୀୟ ଜିଲ୍ଲା କୋର୍ଟ ମଧ୍ୟ ୧୯୯୧ ଆଇନକୁ ଅଣଦେଖା କରି ହିନ୍ଦୁ ଚରମପନ୍ଥୀଙ୍କ ଆବେଦନ ସ୍ବୀକାର କରିଛନ୍ତି । ଏପରି କରି କୋର୍ଟ ହିନ୍ଦୁ ପକ୍ଷଙ୍କ ରାସ୍ତା ସହଜ କରି ଦେଇଛନ୍ତି । ଯାହାକି ଦେଶ ତଥା ସମାଜ ପାଇଁ ଯନ୍ତ୍ରଣାଦାୟକ ବିଷୟ ।''

ଏହାମଧ୍ୟ ପଢନ୍ତୁ: Gyanvapi case: ହିନ୍ଦୁପକ୍ଷର ଆବେଦନ ଗ୍ରହଣ କଲେ ବାରାଣାସୀ ଜିଲ୍ଲା କୋର୍ଟ, ଜ୍ଞାନବ୍ୟାପୀ-ଶୃଙ୍ଗାରଗୌରୀ ମାମଲା ବିଚାରଯୋଗ୍ୟ

ବୋର୍ଡ ମହାସଚିବ ଆହୁରିମଧ୍ୟ କହିଛନ୍ତି ଯେ, ''ଜିଲ୍ଲା କୋର୍ଟଙ୍କ ନିଷ୍ପତ୍ତି ଦେଶର ଏକତାକୁ ପ୍ରଭାବିତ କରିବ । ସାମ୍ପ୍ରଦାୟିକ ସଦଭାବନକୁ ଆଘାତ ପହଞ୍ଚିବ । ଏହାଦ୍ବାରା ଉଗ୍ରବାଦ ଏବଂ ହିଂସା ବୃଦ୍ଧି ପାଇବ ସଙ୍ଗେ ସଙ୍ଗେ ସହରରେ ଅରାଜକତା ସୃଷ୍ଟି ହେବ । ତେଣୁ ସରକାର ୧୯୯୧ ଆଇନକୁ ଲାଗୁ କରିବା ଆବଶ୍ୟକ । ଯାହାଦ୍ବାରା ଏଭଳି ପରିସ୍ଥିତି ଉପୁଜିବ ନାହିଁ । ଅଳ୍ପସଂଖ୍ୟକ ସମୁଦାୟ ଯେପରି ନ୍ୟାୟ ବ୍ୟବସ୍ଥା ପ୍ରତି ନିରାଶ ନ ହୁଅନ୍ତୁ, ସେଭଳି ସ୍ଥିତି ନ ହେଉ ବୋଲି କହିଛନ୍ତି ଖାଲିଦ ସୈଫୁଲ୍ଲା ରହମାନୀ ।" ଅନ୍ୟପଟେ ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗାରଗୌରୀ ମନ୍ଦିର ବିବାଦ ମାମଲାରେ ଜିଲ୍ଲା କୋର୍ଟଙ୍କ ରାୟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ମାମଲାର ଶୁଣାଣି ପ୍ରକ୍ରିୟା ମଧ୍ୟ ବାବ୍ରି ମସଜିଦ ମାମଲା ରାସ୍ତାରେ ଯାଉଛି । ଏହାର ଫଳାଫଳ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଯାଉଛି ବୋଲି କହିଛନ୍ତି AIMIM ନେତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.