ETV Bharat / bharat

Gyanvapi case: ହିନ୍ଦୁପକ୍ଷର ଆବେଦନ ଗ୍ରହଣ କଲେ ବାରାଣାସୀ ଜିଲ୍ଲା କୋର୍ଟ, ଜ୍ଞାନବ୍ୟାପୀ-ଶୃଙ୍ଗାରଗୌରୀ ମାମଲା ବିଚାରଯୋଗ୍ୟ

author img

By

Published : Sep 12, 2022, 2:58 PM IST

Updated : Sep 12, 2022, 4:06 PM IST

ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ଓ ଶୃଙ୍ଗାରଗୌରୀ ମାମଲାରେ ବଡ ରାୟ (Gyanvapi Mosque-Shringar Gauri case ) । ହିନ୍ଦୁ ପକ୍ଷର ମାମଲାକୁ ବିଚାରଯୋଗ୍ୟ ଭାବେ ଗ୍ରହଣ କଲେ ବାରାଣାସୀ ଜିଲ୍ଲା କୋର୍ଟ । ଖାରଜ ହେଲା ମୁସଲିମ ପକ୍ଷର ଆବେଦନ । ଅଧିକ ପଢନ୍ତୁ

Gyanvapi case: ହିନ୍ଦୁପକ୍ଷର ଆବେଦନକୁ ଗ୍ରହଣ କଲେ କୋର୍ଟ, ମୁସଲିମ ପକ୍ଷର ଆବେଦନ ଖାରଜ
Gyanvapi case: ହିନ୍ଦୁପକ୍ଷର ଆବେଦନକୁ ଗ୍ରହଣ କଲେ କୋର୍ଟ, ମୁସଲିମ ପକ୍ଷର ଆବେଦନ ଖାରଜ

ନୂଆଦିଲ୍ଲୀ: ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ଓ ଶୃଙ୍ଗାରଗୌରୀ ମନ୍ଦିର ବିବାଦ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ ପାଇଛି (Gyanvapi Mosque-Shringar Gauri case ) । ହିନ୍ଦୁ ପକ୍ଷ କରିଥିବା ଆବେଦନକୁ ବିଚାରଯୋଗ୍ୟ ଭାବେ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶର ବାରାଣାସୀ ଜିଲ୍ଲା କୋର୍ଟ । ମସଜିଦ ପରିସରରେ ଥିବା ଶୃଙ୍ଗାରଗୌରୀ ମନ୍ଦିରରେ ଦୈନିକ ପୂଜାର୍ଚ୍ଚନା କରିବା ପାଇଁ ଅନୁମତି ଦେବା ନେଇ ହିନ୍ଦୁ ପକ୍ଷ ଏହି ମାମଲା ଦାଏର କରିଥିଲେ । ବାରାଣାସୀ ଜିଲ୍ଲା କୋର୍ଟ ଜଜ ଏ.କେ ବିିଶ୍ବେଶ (AK Vishvesh) ହିନ୍ଦୁ ପକ୍ଷର ଆବେଦନକୁ ବିଚାରଯୋଗ୍ୟ ଦର୍ଶାଇ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ଏହାସହ ପ୍ରତିପକ୍ଷ ତଥା ମୁସଲିମ ପକ୍ଷର ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି ।

  • Uttar Pradesh | A single bench of district Judge AK Vishvesh delivering the verdict in the Gyanvapi Shrinagar Gauri dispute case holds case is maintainable pic.twitter.com/DH3s5WYawd

    — ANI (@ANI) September 12, 2022 " class="align-text-top noRightClick twitterSection" data=" ">

ଏହା ସହିତ କୋର୍ଟଙ୍କ ଏହି ରାୟ ପରେ ବର୍ତ୍ତମାନ ଏହି ମାମଲାର ଶୁଣାଣି ହୋଇପାରିବ । ମେ ମାସ 20 ତାରିଖରେ ସୁପ୍ରିମକୋର୍ଟ ବାରାଣାସୀ ଜିଲ୍ଲା ଜଜଙ୍କୁ ଏହି ଆବେଦନର ଯୋଗ୍ୟତା ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜିଲ୍ଲା କୋର୍ଟ ଆଜି ଏହି ଆବେଦନକୁ ବିଚାରଯୋଗ୍ୟ ଦର୍ଶାଇ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ଅଗଷ୍ଟ 24 ରେ ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଥିଲେ । ଯାହା ଆଜି ଜଣିକିଆ ଖଣ୍ଡପୀଠ ଦ୍ବାରା ପ୍ରକାଶ ପାଇଛି ।

  • Uttar Pradesh | The court rejected the Muslim side's petition and said the suit is maintainable. The next hearing of the case is on Sep 22: Advocate Vishnu Shankar Jain, representing the Hindu side in the Gyanvapi mosque case pic.twitter.com/EYqF3nxRlT

    — ANI UP/Uttarakhand (@ANINewsUP) September 12, 2022 " class="align-text-top noRightClick twitterSection" data=" ">

ସେପ୍ଟେମ୍ବର 22 ରେ ଏହି ମାମଲାର ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ । ହିନ୍ଦୁ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଏହି ମାମଲାର ପରିଚାଳନା କରିଆସୁଛନ୍ତି । ଆଜି ରାୟ ପ୍ରକାଶ ପାଇବା ପରେ ହିନ୍ଦୁ ପକ୍ଷଙ୍କ ଦ୍ବାରା ଖୁସି ମନାଯାଉଛି । ଆବେଦନକାରୀ ସୋହନ ଲାଲ ଆର୍ୟା କହିଛନ୍ତି, ଏହା ଜ୍ଞାନବ୍ୟାପୀ ମନ୍ଦିର ପ୍ରତିଷ୍ଠାର ଆରମ୍ଭ ମାତ୍ର । ସେହିପରି ସମସ୍ତେ ଶାନ୍ତି ବଜାୟ ରଖନ୍ତୁ ବୋଲି ମଧ୍ୟ ସେ ନିବେଦନ କରିଛନ୍ତି । ପୂର୍ବରୁ ବାରାଣାସୀ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମସଜିଦ କମ୍ପ୍ଲେକ୍ସରେ କୋର୍ଟ କମିଶନଙ୍କ ନେତୃତ୍ବରେ ଭଡିଓଗ୍ରାଫି ସର୍ଭେ ଶେଷ ହୋଇସାରିଛି । ଏହି ସର୍ଭେର ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ ହୋଇ ସାରିଛି । ଏହି ସର୍ଭେ ସମୟରେ ମସଜିଦ ପରିସରରେ ଏକ ବିଶାଳ ଶିବଲିଙ୍ଗ ମିଳିଥିବା ମଧ୍ୟ ଦାବି କରିଥିଲେ ହିନ୍ଦୁ ପକ୍ଷ । ପ୍ରତିପକ୍ଷ ଏହାକୁ ଶିବଲିଙ୍ଗ ନୁହେଁ ବରଂ ସୌନ୍ଦର୍ଯ୍ୟକରଣ ପାଇଁ ଲଗାଯାଇଥିବା ଓ୍ବାଟର ଫାଉଣ୍ଟେନ ବୋଲି କହିଥିଲେ ।

ଏହି ଶିବଲିଙ୍ଗକୁ ପୂଜାର୍ଚ୍ଚନା କରିବା ପାଇଁ ହିନ୍ଦୁମାନଙ୍କୁ ପ୍ରବେଶ ଅନୁମତି ଦେବାକୁ କୋର୍ଟରେ ଆଉ ଏକ ଆବେଦନ ମଧ୍ୟ ଦାଖଲ ହୋଇଥିଲା । ଠାବ ହୋଇଥିବା କୁହାଯାଉଥିବା ଶିବଲିଙ୍ଗର ସତ୍ୟତା ସମ୍ପର୍କରେ ଜାଣିବା ପାଇଁ ଭାରତୀୟ ପ୍ରତ୍ନତାତ୍ବିକ ବିଭାଗ (ASI) ଦ୍ବାରା ଅନୁଧ୍ୟାନ କରାଯାଇବା ପାଇଁ ମଧ୍ୟ ହିନ୍ଦୁ ପକ୍ଷ ଦାବି କରିଥିଲେ । ଶ୍ରାବଣରେ କିଛି ହିନ୍ଦୁ ମହନ୍ତ ଓ ଶ୍ରଦ୍ଧାଳୁ ମଧ୍ୟ ଏହି ଶିବଲିଙ୍ଗରେ ଜଳାଭିଷେକ କରିବା ପାଇଁ ପ୍ରୟାସ କରିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆଜି ଏହି ବହୁଚର୍ଚ୍ଚିତ ମାମଲାର ରାୟ ଆସିଛି । ହିନ୍ଦୁ ପକ୍ଷ କରିଥିବା ଆବେଦନର ବୈଧତା ନିର୍ଦ୍ଧାରଣ କରିବା ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଗଷ୍ଟ 22 ରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ବାରାଣାସୀ ଜିଲ୍ଲା କୋର୍ଟ । ଆଜି ଏହି ମାମଲାକୁ ବିଚାରଯୋଗ୍ୟ ଭାବେ ଗ୍ରହଣ କରାଯିବା ମୁସଲିମ ପକ୍ଷଙ୍କ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 12, 2022, 4:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.