ETV Bharat / bharat

Atiq Ahmed son encounter: ଅଖିଳେଶ କହିଲେ ଫେକ୍‌ ଏନକାଉଣ୍ଟର, ତଦନ୍ତ ଆବଶ୍ୟକ

author img

By

Published : Apr 13, 2023, 5:28 PM IST

Atiq Ahmed son encounter: ଅଖିଳେଶ କହିଲେ ଫେକ ଏନକାଉଣ୍ଟର
Atiq Ahmed son encounter: ଅଖିଳେଶ କହିଲେ ଫେକ ଏନକାଉଣ୍ଟର

ଝାନ୍ସି ଏନକାଉଣ୍ଟର ପରେ ଉତ୍ତର ପ୍ରଦେଶରେ ରାଜନୀତି ଆରମ୍ଭ । ଏନକାଉଣ୍ଟରକୁ ଫେକ କହିବା ସହ ତଦନ୍ତ ଦାବି କଲେ ଅଖିଳେଶ ଯାଦବ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ପୋଲିସ ଏନକାଉଣ୍ଟରରେ ମାଫିଆ-ରାଜନେତା ଅତିକ ଅହମ୍ମଦ ପୁଅ ଓ ତାର ଜଣେ ସହଯୋଗୀ ସୁଟରର ମୃତ୍ୟୁ ହେବା ପରେ ଉତ୍ତର ପ୍ରଦେଶ ରାଜନୀତିରେ ପୁୁଣି ବୟାନବାଜୀ ଆରମ୍ଭ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଏହି ଏନକାଉଣ୍ଟରକୁ ସିଧାସଳଖ ଫେକ ଏନକାଉଣ୍ଟର କହି ପ୍ରଶ୍ନ ଉଠାଇଛନ୍ତି । ଯୋଗୀ ନେତୃତ୍ବାଧୀନ ବିଜେପି ସରକାର ନ୍ୟାୟିକ ପ୍ରକ୍ରିୟାରେ ବିଶ୍ବାସ ରଖେନାହିଁ ଓ ମିଥ୍ୟା ଏନକାଉଣ୍ଟର କରି ପ୍ରକୃତ ପ୍ରସଙ୍ଗରୁ ଦୃଷ୍ଟି ହଟାଇବାକୁ ଚାହୁଁଛି ବୋଲି କହିଛନ୍ତି ଅଖିଳେଶ ।

  • झूठे एनकाउंटर करके भाजपा सरकार सच्चे मुद्दों से ध्यान भटकाना चाह रही है। भाजपाई न्यायालय में विश्वास ही नहीं करते हैं। आजके व हालिया एनकाउंटरों की भी गहन जाँच-पड़ताल हो व दोषियों को छोड़ा न जाए। सही-गलत के फ़ैसलों का अधिकार सत्ता का नहीं होता है।

    भाजपा भाईचारे के ख़िलाफ़ है।

    — Akhilesh Yadav (@yadavakhilesh) April 13, 2023 " class="align-text-top noRightClick twitterSection" data=" ">

ଘଟଣା ପରେ ଅଖିଳେଶଙ୍କ ଟ୍ବିଟ ନଜର ଆସିଛି । ଟ୍ବିଟ୍‌ରେ ଅଖିଳେଶ ଲେଖଛନ୍ତି, ‘‘ମିଥ୍ୟା ଏନକାଉଣ୍ଟର କରି ବିଜେପି ସରକାର ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି । ବିଜେପି ନ୍ୟାୟିକ ବ୍ୟବସ୍ଥାରେ ଆଦୌ ବିଶ୍ୱାସ କରେ ନାହିଁ । ଆଜି ହୋଇଥିବା ଏବଂ ସାମ୍ପ୍ରତିକ ଏନକାଉଣ୍ଟରଗୁଡିକ ମଧ୍ୟ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଉଚିତ ଏବଂ ଅପରାଧୀଙ୍କୁ ଛଡାଯିବା ଉଚିତ ନୁହେଁ । ଠିକ୍‌ ଭୁଲର ନିର୍ଣ୍ଣୟ କରିବାର ଶକ୍ତି ଶାସନ ନିକଟରେ ନଥାଏ । ବିଜେପି ଭାଇଚାରା ବିରୋଧୀ ।’’


ଆଜି ମଧ୍ୟାହ୍ନରେ ବହୁଚର୍ଚ୍ଚିତ ପ୍ରୟାଗରାଜ ଉମେଶ ପାଲ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ପୁଅ ଅସଦ ଅହମ୍ମଦ ଓ ତାର ସହଯୋଗୀ ସୁଟର ଗୁଲାମକୁ ଝାନ୍ସିରେ ଏନକାଉଣ୍ଟରରେ ନିପାତ କରିଛି ଉତ୍ତର ପ୍ରଦେଶ ଏସଟିଏଫ । ଉଭୟ ଉମେଶ ପାଲ ହତ୍ୟାକାଣ୍ଡରେ ସିଧା ସମ୍ପୃକ୍ତ ଥିବା ବେଳେ ଘଟଣା ପରଠାରୁ ଫେରାର ଥିଲେ । ଆଜି ଉଭୟଙ୍କୁ ପୋଲିସ ଝାନ୍ସି ନିକଟରେ ଠାବ କରିବା ସହ ଏନକାଉଣ୍ଟର କରିଛି । ଉଭୟଙ୍କ ନିକଟରୁ ବିଦେଶୀ ପିସ୍ତଲ ମଧ୍ୟ ଜବତ କରାଯାଇଛି ।

ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସକୁ ପ୍ରଶଂସା କରିଛନ୍ତି । ପୋଲିସ ଏଡିଜି ମଧ୍ୟ ପ୍ରେସମିଟ କରି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ରଖିଛନ୍ତି । ଉଭୟ ହତ୍ୟାରେ ସିଧା ସମ୍ପୃକ୍ତ ଥିଲେ । ହତ୍ୟାକାଣ୍ଡ ଭିଆଇବା ପରେ ଫେରାର ହୋଇଥିବା ଉଭୟ ଅଭିଯୁ୍କ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ 5 ଲକ୍ଷ ଟଙ୍କା ଲେଖାଏଁ ପରୁସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ଉଭୟ ପେଶାଦାର ଅପରାଧୀ ଓ ସେମାନଙ୍କ ନାମରେ ବିଭିନ୍ନ ସଙ୍ଗୀନ ଅପରାଧିକ ମାମଲା ମଧ୍ୟ ରହିଛି । ଉତ୍ତର ପ୍ରଦେଶ ପୋଲିସ ଅପରାଧୀ ଓ ଅପରାଧ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତିରେ କାର୍ଯ୍ୟ କରୁଛି ବୋଲି ଆଇନ ଶୃଙ୍ଖଳା ଏଡିଜି ପ୍ରଶାନ୍ତ କୁମାର ପ୍ରେସ୍‌ମିଟ୍‌ରେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.