ETV Bharat / bharat

ଦିଲ୍ଲୀରେ ସ୍ବାଭାବିକ ହେଉଛି ବାୟୁ ଗୁଣବତ୍ତା

author img

By

Published : Nov 27, 2020, 3:08 PM IST

ଦିଲ୍ଲୀରେ ଶୁକ୍ରବାର ବାୟୁମଣ୍ଡଳରେ ସ୍ବଚ୍ଛତା ଦେଖାଦେଇଛି । ତେବେ ବାୟୁ ପ୍ରବାହର ଦିଗରେ ପରିବର୍ତ୍ତନ ଯୋଗୁଁ ବାୟୁ ଗୁଣବତ୍ତାରେ ସୁଧାର ଆସିଥିବା ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କେନ୍ଦ୍ରର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି । ଅଧିକ ପଢନ୍ତୁ...

Air quality improves to moderate in Delhi on Friday
ଦିଲ୍ଲୀରେ ସ୍ବାଭାବିକ ହେଉଛି ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀ ବାୟୁମଣ୍ଡଳରେ ବାୟୁ ପ୍ରବାହ ଯୋଗୁଁ ବାୟୁ ଗୁଣବତ୍ତାରେ ସୁଧାର ଆସିଛି । ଗତ 2 ଦିନ ପୂର୍ବରୁ ବାୟୁମଣ୍ଡଳର ଅବସ୍ଥା ଅତ୍ୟନ୍ତ ଖରାପ ଥିବାବେଳେ ଏହା ମଧ୍ୟମ ଧରଣର ସ୍ତରକୁ ଆସିଛି । ଫଳରେ ଦିଲ୍ଲୀବାସୀଙ୍କୁ ନିଃଶ୍ବାସ ପ୍ରଶ୍ବାସରେ ପୂର୍ବପରି କଷ୍ଟ ଅନୁଭବ ହେଉନଥିବା ସୂଚନା ମିଳିଛି ।

ଶୁକ୍ରବାର ସକାଳ 7ଟା ସୁଦ୍ଧା ବାୟୁମଣ୍ଡଳ ମଧ୍ୟମ ବର୍ଗରେ ଥିବା ବେଳେ ଏହାର ବାୟୁ ଗୁଣବତ୍ତା ସୂଚକାଙ୍କ 143 ରହିଥିଲା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଗୁରୁବାର ଦିନ ଅପରାହ୍ନ 4ଟାରେ ପ୍ରସାରଣ କରିଥିବା ବୁଲେଟିନ୍ ଅନୁଯାୟୀ ବୁଧବାର ଏବଂ ମଙ୍ଗଳବାର ହାରାହାରି ବାୟୁ ଗୁଣବତ୍ତା ଯଥାକ୍ରମେ 413 ଓ 379 ରହିଥିଲା ବେଳେ ଶୁକ୍ରବାର ହାରାହାରି ବାୟୁ ଗୁଣବତ୍ତା 302 ରହିଛି ।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାୟୁ ପ୍ରବାହରେ ବେଗ ବଢିବା ସହିତ ଏହାର ପ୍ରବାହର ଦିଗ ବଦଳି ଥିବାରୁ ଦିଲ୍ଲୀ ବାୟୁମଣ୍ଡଳରେ ପରିବର୍ତ୍ତନ ଆସିଛି । ପୂର୍ବ ଅପେକ୍ଷା ଏହାର ଗୁଣବତ୍ତା ବଢିଛି । ତେବେ ନଭେମ୍ବର 27 ତାରିଖରୁ ଦିଲ୍ଲୀରେ ତାପମାତ୍ରା କମୁଥିବାରୁ ଶୀତ ଅନୁଭୂତ ହେବ ବୋଲି ଆଇଏମଡିର ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କେନ୍ଦ୍ରର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି । ନଭେମ୍ବର ଶେଷ ପର୍ଯ୍ୟନ୍ତ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା 6-7 ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.