ETV Bharat / bharat

Afghanistan Crisis: ସର୍ବଦଳୀୟ ବୈଠକ ପରେ ବୈଦେଶିକମନ୍ତ୍ରୀଙ୍କ ବୟାନ, ଭାରତୀୟଙ୍କ ଉଦ୍ଧାର ପାଇଁ ପ୍ରତିଶୃତିବଦ୍ଧ

author img

By

Published : Aug 26, 2021, 5:04 PM IST

Afghanistan Crisis: ସର୍ବଦଳୀୟ ବୈଠକ ପରେ ବୈଦେଶିକମନ୍ତ୍ରୀଙ୍କ ବୟାନ, ଭାରତୀୟଙ୍କ ଉଦ୍ଧାର ପାଇଁ ପ୍ରତିଶୃତିବଦ୍ଧ
Afghanistan Crisis: ସର୍ବଦଳୀୟ ବୈଠକ ପରେ ବୈଦେଶିକମନ୍ତ୍ରୀଙ୍କ ବୟାନ, ଭାରତୀୟଙ୍କ ଉଦ୍ଧାର ପାଇଁ ପ୍ରତିଶୃତିବଦ୍ଧ

ଆଫଗାନିସ୍ତାନ ସଙ୍କଟ ଉପରେ ସରିଛି ସର୍ବଦଳୀୟ ବୈଠକ । ତାଲିବାନ ପ୍ରତି ଭାରତ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ଉପରେ ସରିଛି ସର୍ବଦଳୀୟ ବୈଠକ । ସାଢେ 3 ଘଣ୍ଟା ଧରି ବୈଠକ ଚାଲିଥିବା ସୂଚନା ଦେଇଛନ୍ତି ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । 31ଟି ଦଳର 37 ଜଣ ନେତା ଏହି ବୈଠକରେ ହୋଇଥିଲେ ସାମିଲ । ସମସ୍ତେ ଏହା ଉପରେ ନିଜ ମତ ରଖିଛନ୍ତି ।

  • #WATCH "Govt strongly committed to ensuring full evacuation as soon as possible, doing everything to bring back our people from Afghanistan," says EAM Dr S Jaishankar after briefing all-party panel on the Afghanistan situation pic.twitter.com/GWkMZJUMOz

    — ANI (@ANI) August 26, 2021 " class="align-text-top noRightClick twitterSection" data=" ">

ତାଲିବାନ ପ୍ରତି ଭାରତ ସରକାରଙ୍କ ଆଭିମୁଖ୍ୟ ଉପରେ ବୈଦେଶିକମନ୍ତ୍ରୀ ଜୟଶଙ୍କର କହିଛନ୍ତି, ସମସ୍ତ ରାଜନୈତିକ ଦଳର ନେତା ଆଫଗାନିସ୍ତାନ ସ୍ଥିତି ଉପରେ ଅବଗତ । ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଉପରେ ଏବେ ସରକାରଙ୍କ ଫୋକସ ରହିଛି । ସବୁ ଦଳର ବିଚାର ସମାନ ରହିଛି । ସମସ୍ୟା ଉପରେ ରାଷ୍ଟ୍ରୀୟ ଏକତା ବାବନା ସହିତ ଆଲୋଚନା କରିଥିବା କହିଛନ୍ତି ଜୟଶଙ୍କର ।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଅପରେସନ ଦେବୀ ଶକ୍ତି ଅଧୀନରେ 6ଟି ବିମାନ ଚଳାଚଳ କରିଥିଲୁ। ଆମେ ଅଧିକାଂଶ ଭାରତୀୟଙ୍କୁ ଫେରାଇ ଆଣିଛୁ। ହେଲେ ଏଥିରେ ସମସ୍ତଙ୍କୁ ଫେରାଇ ଅଣାଯାଇପାରିନାହିଁ । କାରଣ କିଛି ଲୋକ ସଠିକ ସମୟରେ ପହଞ୍ଚିପାରିନଥିଲେ । ଆମେ ନିଶ୍ଚିତ ଭାବରେ ସମସ୍ତଙ୍କୁ ସ୍ବଦେଶ ଫେରାଇ ଆଣିବୁ । କିଛି ଆଫଗାନିସ୍ତାନ ନାଗରିକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ବୈଦେଶିକମନ୍ତ୍ରୀ ।

ଶୀଘ୍ର ସଂପୂର୍ଣ୍ଣ ସ୍ଥାନାନ୍ତର ସୁନିଶ୍ଚିତ କରିବାକୁ ସରକାର ପ୍ରତିଶ୍ରୃତିବଦ୍ଧ । ଏଥି ସହିତ, ବିଶ୍ବ ସମୂହର ନିଷ୍ପତ୍ତି ପ୍ରସଙ୍ଗକୁ ମଧ୍ୟ ଦେଖୁଛୁ ଏବଂ ସେଠାରେ ହେଉଥିବା ବୈଠକରେ ଆମର ଭୂମିକା ସ୍ବୀକୃତିପ୍ରାପ୍ତ । ଆଗାମୀ ଦିନରେ ଆହୁରି ଅନେକ ବୈଠକ ହେବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଜୟଶଙ୍କର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.