ETV Bharat / bharat

କୁରୁକ୍ଷେତ୍ରରେ ଜମି ଅଧିଗ୍ରହଣ ବିବାଦ, ୨୧ ବର୍ଷ ପରେ ମିଳିଲା ମାଲିକଙ୍କୁ ଜମି

author img

By

Published : Apr 27, 2022, 10:27 PM IST

କୁରୁକ୍ଷେତ୍ରରେ ଜମି ଅଧିଗ୍ରହଣ ବିବାଦ, ୨୧ ବର୍ଷ ପରେ ମିଳିଲା ମାଲିକଙ୍କୁ ଜମି
କୁରୁକ୍ଷେତ୍ରରେ ଜମି ଅଧିଗ୍ରହଣ ବିବାଦ, ୨୧ ବର୍ଷ ପରେ ମିଳିଲା ମାଲିକଙ୍କୁ ଜମି

ହରିୟାଣାର କୁରୁକ୍ଷେତ୍ରରେ ଏକ ଭିନ୍ନ ମାମଲା ସାମ୍ନାକୁ ଆସିଛି । ତେବେ ୨୧ ବର୍ଷ ପରେ କରୁକ୍ଷେତ୍ରର ସେକ୍ଟର-୭ରେ ଥିବା କେଡିବି ଭିଆଇପି(KDB VIP) ରାସ୍ତାର ଅଧା ସ୍ଥାନ ଜମି ମାଲିକଙ୍କୁ ମିଳିଛି । କୋର୍ଟଙ୍କ ନିର୍ଦ୍ଦେଶରେ ପରେ ସୋମବାର ଅପରାହ୍ନରେ ଜିଲ୍ଲା ପ୍ରଶାସନ କାଂଶୀରାମଙ୍କୁ ତାଙ୍କ ଜମି ହସ୍ତାନ୍ତର କରିଛନ୍ତି । ଅଧିକ ପଢନ୍ତୁ

ଚଣ୍ଡିଗଡ: ହରିୟାଣାର କୁରୁକ୍ଷେତ୍ରରେ ଏକ ଭିନ୍ନ ମାମଲା ସାମ୍ନାକୁ ଆସିଛି । ତେବେ ୨୧ ବର୍ଷ ପରେ କୁରୁକ୍ଷେତ୍ରର ସେକ୍ଟର-୭ରେ ଥିବା କେଡିବି ଭିଆଇପି(KDB VIP) ରାସ୍ତାର ଅଧା ସ୍ଥାନ ଜମି ମାଲିକଙ୍କୁ ମିଳିଛି । କୋର୍ଟଙ୍କ ନିର୍ଦ୍ଦେଶରେ ପରେ ସୋମବାର ଅପରାହ୍ନରେ ଜିଲ୍ଲା ପ୍ରଶାସନ କାଂଶୀରାମଙ୍କୁ ତାଙ୍କ ଜମି ହସ୍ତାନ୍ତର କରିଛନ୍ତି ।

ସେହିପରି ଜମିର ମାଲିକ କାଂଶୀରାମ ୨୧ ବର୍ଷ ପୂର୍ବେ ରାସ୍ତାର ଗୋଟିଏ ପାର୍ଶ୍ୱରେ କଣ୍ଟା ତାର ବାନ୍ଧି ସହରର ମୁଖ୍ୟ ରାସ୍ତା ବନ୍ଦ କରିଦେଇଥିଲେ । ମାତ୍ର ରାସ୍ତା ବନ୍ଦ ହେବା ଫଳରେ ପୋଲିସ ଏହି ରାସ୍ତାକୁ ସେତେବେଳେ ବଦଳାଇ ଦେଇଥିଲା । ଏଥିସହ ଛକ ସମ୍ମୁଖରେ ବ୍ୟାରିକେଡ୍ ମଧ୍ୟ ପୋଲିସ ଲଗାଇଥିଲା ।

ସେହିଭଳି ୨୦୦୧ ମସିହା ଏହି ମାମଲାଟି ହୋଇଥିବାବେଳେ ସେହି ସମୟ ମଧ୍ୟରେ ହରିୟାଣା ନଗର ଉନ୍ନୟନ ପ୍ରାଧିକରଣ ଜମି ଅଧିଗ୍ରହଣ କରୁଥିଲା । ତେବେ ଏହି ଏହି ସମୟ କାଂଶୀରାମ, ଗୁରୁଚରଣ ସିଂ ଏବଂ ଦିଦର ସିଂଙ୍କ ଜମି ମଧ୍ୟ ଅଧିଗ୍ରହଣ କରାଯାଇଥିଲା । ଏନେଇ ଏହାକୁ ବିରୋଧ କରି ଜମି ମାଲିକଙ୍କ ପକ୍ଷରୁ କୋର୍ଟରେ ମାମଲା ଦାୟର କରାଯାଇଥିଲା ।

ଅନ୍ୟପଟେ ଗତ ମାସରେ ଏହି ମାମଲାରେ କୋର୍ଟ ଏକ ପ୍ରୋଜେକସନ ୱାରେଣ୍ଟ ମଧ୍ୟ ଜାରି କରିଥିଲେ । ମାତ୍ର କୌଣସି କାରଣରୁ ଜମି ମାଲିକମାନେ ଏହି ସମ୍ପତ୍ତି ପାଇପାରିନଥିଲେ । ଏହା ପରେ ଜମି ମାଲିକଙ୍କ ପକ୍ଷରୁ ପୁଣିଥରେ କୋର୍ଟରେ ଆବେଦନ କରାଯାଇଥିଲା । ତେବେ ସମସ୍ତ ଯାଞ୍ଚ ପରେ ଜମି ମାଲିକଙ୍କ ତାଙ୍କ ଜମି ହସ୍ତାନ୍ତର କରିଛି ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.