ETV Bharat / bharat

ସ୍ବପ୍ନ ପୂରଣ କଲା ବର୍ଦ୍ଧିତ ପେଟ୍ରୋଲ ଦର, ଗାଡ଼ି ବିକି ଘୋଡ଼ା କିଣିଲେ ଯୁବକ

author img

By

Published : Oct 31, 2021, 1:50 PM IST

ପେଟ୍ରୋଲ ଦର ବୃଦ୍ଧି ପୂରଣ କଲା ସ୍ବପ୍ନ, ଗାଡ଼ି ବିକି ଘୋଡ଼ା କିଣିଲେ ଯୁବକ
ପେଟ୍ରୋଲ ଦର ବୃଦ୍ଧି ପୂରଣ କଲା ସ୍ବପ୍ନ, ଗାଡ଼ି ବିକି ଘୋଡ଼ା କିଣିଲେ ଯୁବକ

ତେଲେଙ୍ଗାନାରେ ଜଣେ ଯୁବକଙ୍କ ସ୍ବପ୍ନ ପୂରଣ କରିଛି ବର୍ଦ୍ଧିତ ପେଟ୍ରୋଲ ଦର। ଯୁବକ ଜଣକ ନିଜ ମୋଟର ସାଇକେଲ ବିକ୍ରି କରି ଘୋଡ଼ା କିଣିଛନ୍ତି। ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଦେଶରେ ଅହେତୁକ ପେଟ୍ରୋଲ ଦର ବୃଦ୍ଧି ଗ୍ରାହକଙ୍କୁ କରିଛି ଅସ୍ତବ୍ୟସ୍ତ । ଏହା ବିରୋଧରେ ଚାଲିଛି ଆନ୍ଦୋଳନ । କିନ୍ତୁ ଏପଟେ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ଜଣେ ଯୁବକ ଙ୍କ ଅନେକ ଦିନର ସ୍ବପ୍ନ ପୂରଣ ହୋଇଛି । ସେ ନିଜର ବାଇକ୍‌କୁ ବିକ୍ରି କରି ଗୋଟିଏ ଘୋଡ଼ା କିଣିଛନ୍ତି । ଆଉ ସେହି ଘୋଡ଼ା ଦ୍ବାରା କରୁଛନ୍ତି ଯାତାୟାତ । ଏଭଳି ଘଟଣା ତେଲେଙ୍ଗାନାର ଗଡ଼ୱାଲା ଜିଲ୍ଲାର ମୁଲକାଲାପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି ।

ପେଟ୍ରୋଲ ଦର ବୃଦ୍ଧି ପୂରଣ କଲା ସ୍ବପ୍ନ, ଗାଡ଼ି ବିକି ଘୋଡ଼ା କିଣିଲେ ଯୁବକ

ନରସିଂହା ଜୀବନରେ ଗୋଟିଏ ଥର ପାଇଁ ଘୋଡ଼ା ଚଢିବାକୁ ସ୍ବପ୍ନ ଦେଖିଥିଲେ । କିନ୍ତୁ ସେ ନିଜର ସ୍ବପ୍ନକୁ ପୂରଣ କରିବା ପାଇଁ ସାମର୍ଥ ନଥିଲେ । ଏହାପରେ ସେ EMI ଦେଇ ଗୋଟିଏ ମୋଟର ସାଇକେଲ କିଣିଥିଲେ । କିନ୍ତୁ ଦେଶରେ ପେଟ୍ରୋଲ ଦର ଅହେତୁକ ବୃଦ୍ଧି ହେବା ଫଳରେ ଶେଷରେ ନିଜ ବାଇକକୁ ବିକ୍ରି କରି ଗୋଟିଏ ଘୋଡ଼ା କିଣି ନିଜର ସ୍ବପ୍ନ ପୂରଣ କରିଛନ୍ତି ଏହି ଯୁବକ । ସେ ଘୋଡ଼ା ସାହାଯ୍ୟରେ ପ୍ରାୟ ୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରୁଛନ୍ତି । ବାଇକରେ ପେଟ୍ରୋଲ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥରେ ସେ ଘୋଡ଼ାର ରକ୍ଷାଣବେକ୍ଷଣ କରିପାରୁଛନ୍ତି ।

ଏହି ଘୋଡ଼ାକୁ କିଣି ସେ ନିଜ ଛୋଟ ଦିନର ସ୍ବପ୍ନକୁ ପୂରଣ କରିଛନ୍ତି । ସେ ଘୋଡ଼ାଟିକୁ କଡପା ଜିଲ୍ଲା ପ୍ରୋଡ୍ଡାଟୁରରୁ ୨୨ ହଜାର ଟଙ୍କାରେ କିଣିଛନ୍ତି । ଘୋଡ଼ାର ରକ୍ଷାଣବେକ୍ଷଣ ସହିତ ଯାତାୟାତରେ ୨ରୁ ୩ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ଏହାସହିତ ସେ ମାସକୁ ୨ ହଜାର ଟଙ୍କା ସଞ୍ଚୟ ମଧ୍ୟ କରିପାରୁଛନ୍ତି । ଘୋଡ଼ା ଖାଦ୍ୟ ଯୋଗାଇବା ବ୍ୟତୀତ ଅନ୍ୟ କୌଣସି ପ୍ରକାରେ ତାଙ୍କର ଖର୍ଚ୍ଚ ହେଉନଥିବା ଜଣାପଡ଼ିଛି । ସେ ଘୋଡ଼ା ସାହାଯ୍ୟରେ ବଜାର, ସମ୍ପର୍କୀୟଙ୍କ ଘର ଆଦି ବିଭିନ୍ନ ସ୍ଥାନକୁ ଭ୍ରମଣ କରୁଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.