ETV Bharat / bharat

Interesting News: ସନ୍ନି ଲିଓନିଙ୍କ ପ୍ରଶଂସକଙ୍କ ପାଇଁ ମିଳୁଛି ରିହାତିରେ ଚିକେନ, ରହିଛି ୩ ସର୍ତ୍ତ

author img

By

Published : Apr 14, 2022, 9:47 PM IST

ସନ୍ନି ଲିଓନି ପ୍ରଶଂସକଙ୍କୁ ଦୋକାନୀ ଦେଉଛନ୍ତି ସ୍ବତନ୍ତ୍ର ରିହାତିରେ ଚିକେନ
ସନ୍ନି ଲିଓନି ପ୍ରଶଂସକଙ୍କୁ ଦୋକାନୀ ଦେଉଛନ୍ତି ସ୍ବତନ୍ତ୍ର ରିହାତିରେ ଚିକେନ

ଚିକେନ ଦୋକାନରେ ସନ୍ନି ଲିଓନି ପ୍ରଶଂସକଙ୍କ ପାଇଁ ସ୍ବତନ୍ତ୍ର ରିହାତି । ସନ୍ନି ଲିଓନିଙ୍କ ପ୍ରଶଂସକଙ୍କୁ ରିହାତି ମୂଲ୍ୟରେ ଚିକେନ ପ୍ରଦାନ କରିବେ କର୍ଣ୍ଣାଟକର ଜଣେ ଦୋକାନୀ । ଅଧିକ ପଢନ୍ତୁ

ବେଙ୍ଗାଲୁର: ଚିକେନ ଦୋକାନରେ ସନ୍ନି ଲିଓନି ପ୍ରଶଂସକଙ୍କ ପାଇଁ ସ୍ବତନ୍ତ୍ର ରିହାତି । ସନ୍ନି ଲିଓନିଙ୍କ ପ୍ରଶଂସକଙ୍କୁ ରିହାତି ମୂଲ୍ୟରେ ଚିକେନ ପ୍ରଦାନ କରୁଛନ୍ତି କର୍ଣ୍ଣାଟକର ଜଣେ ଦୋକାନୀ । ତେବେ କର୍ଣ୍ଣାଟକର ବାର୍ ସର୍କଲ ଅନ୍ତର୍ଗତ ନୁରାଡି ସହର ରାସ୍ତାରେ ଥିବା ଜଣେ ଚିକେନ ଦୋକାନରେ ସନ୍ନି ଲିଓନି ପ୍ରଶଂସକଙ୍କୁ ଏହି ବିଶେଷ ରିହାତି ଦିଆଯାଉଛି ।

ସନ୍ନି ଲିଓନି ପ୍ରଶଂସକଙ୍କୁ ଦୋକାନୀ ଦେଉଛନ୍ତି ସ୍ବତନ୍ତ୍ର ରିହାତିରେ ଚିକେନ

ସେପଟେ ଏହି ଦୋକାନ ଚଳାଉଥିବା ଯୁବକ ଅଭିନେତ୍ରୀ ସନ୍ନି ଲିଓନିଙ୍କର ଜଣେ ପ୍ରଶଂସକ ହୋଇଥିବା କାରଣରୁ ସେ ବର୍ଷ ସାରା ସନ୍ନି ଲିଓନି ପ୍ରଶଂସକ ଓ ଅନୁସରଣକାରୀଙ୍କୁ ଏହି ରିହାତି ଦେଉଛନ୍ତି ।

ସେହିଭଳି ଦୋକାନର ମାଲିକ ପ୍ରସାଦ ବାହାରେ ଏକ ବୋର୍ଡ ମଧ୍ୟ ଲଗାଇଛନ୍ତି । ଏଥିରେ ସନ୍ନି ଲିଓନି ପ୍ରଶଂସକଙ୍କ ପାଇଁ ୧୦ ପ୍ରତିଶତ ରିହାତିରେ ଚିକେନ ଦେବା ଲାଗି ଲେଖାଯାଇଛି । ଏପଟେ ଦୋକାନକୁ ଆସି ମୁଁ ଜଣେ ସନ୍ନି ଲିଓନିଙ୍କ ପ୍ରଶଂସକ କହିଲେ ଏହି ରିହାତି ପାଇ ପାରିବି ନାହିଁ । ଏଥିପାଇଁ ପ୍ରସାଦ ପ୍ରଶଂସକଙ୍କ ଲାଗି ତିନୋଟି ମୁଖ୍ୟ ସର୍ତ୍ତ ରଖିବା ସହ ଅନୁସରଣ କଲେ ଯାଇ ଏହି ରିହାତି ମିଳିବ ବୋଲି ସେ କହିଛନ୍ତି ।

ସନ୍ନି ଲିଓନି ପ୍ରଶଂସକଙ୍କୁ ଦୋକାନୀ ଦେଉଛନ୍ତି ସ୍ବତନ୍ତ୍ର ରିହାତିରେ ଚିକେନ
ସନ୍ନି ଲିଓନି ପ୍ରଶଂସକଙ୍କୁ ଦୋକାନୀ ଦେଉଛନ୍ତି ସ୍ବତନ୍ତ୍ର ରିହାତିରେ ଚିକେନ

ପ୍ରଥମ ସର୍ତ୍ତ: ସୋସିଆଲ ନେଟୱାର୍କିଂ ସାଇଟ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ସନ୍ନି ଲିଓନିଙ୍କୁ ଅନୁସରଣ କରିବା ଦରକାର ।

ଦ୍ବିତୀୟ ସର୍ତ୍ତ: ସେହିପରି ପ୍ରଶଂସକ ଫୋନରେ ସନ୍ନିଙ୍କ ୧୦ଟି ଫଟୋ ନିହାତି ରହିଥିବା ଆବଶ୍ୟକ ।

ତୃତୀୟ ସର୍ତ୍ତ: ସେହିଭଳି ପ୍ରଶଂସକ ସନ୍ନି ଲିଓନଙ୍କ ପ୍ରତ୍ୟେକ ପୋଷ୍ଟ ଓ ଫଟୋରେ ଲାଇକ ଓ କମେଣ୍ଟ ଦେଲେ ହିଁ ଏହି ରିହାତି ମିଳିବ ।

ସନ୍ନି ଲିଓନି ପ୍ରଶଂସକଙ୍କୁ ଦୋକାନୀ ଦେଉଛନ୍ତି ସ୍ବତନ୍ତ୍ର ରିହାତିରେ ଚିକେନ
ସନ୍ନି ଲିଓନି ପ୍ରଶଂସକଙ୍କୁ ଦୋକାନୀ ଦେଉଛନ୍ତି ସ୍ବତନ୍ତ୍ର ରିହାତିରେ ଚିକେନ

ଅନ୍ୟପଟେ ପ୍ରଶଂସକ ଏହି ସବୁ ନିୟମ ମାନିଲେ ତାଙ୍କୁ ଯାଇ ରିହାତି ଦରରେ ଚିକେନ ମିଳିବ ବୋଲି ପ୍ରସାଦ କହିଛନ୍ତି । ତେବେ ଏହି ଚିକେନ ଦର ବୋର୍ଡ ଏବେ ଖୁବ ଭାଇରାଲ ହେବାର ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.