ETV Bharat / bharat

ଗୋଟିଏ ସିରିଞ୍ଜରେ 39 ସ୍କୁଲ ପିଲାଙ୍କୁ କୋଭିଡ ଟିକା, ଥାନାରେ ଏତଲା

author img

By

Published : Jul 28, 2022, 6:23 PM IST

ଗୋଟିଏ ସିରିଞ୍ଜରେ 39 ସ୍କୁଲ ପିଲାଙ୍କୁ କୋଭିଡ ଟିକା, ଥାନାରେ ଏତଲା
ଗୋଟିଏ ସିରିଞ୍ଜରେ 39 ସ୍କୁଲ ପିଲାଙ୍କୁ କୋଭିଡ ଟିକା, ଥାନାରେ ଏତଲା

ସ୍କୁଲରେ କୋଭିଡ ଟୀକାକରଣରେ ଚରମ ଅବହେଳା । ଗୋଟିଏ ସିରିଞ୍ଜରେ 39 ସ୍କୁଲ ପିଲାଙ୍କୁ କୋଭିଡ ଟିକା ଦେବା ନେଇ ଥାନାରେ ଏତଲା । ଟିକା ଦେଇଥିବା ସ୍ବାସ୍ଥ୍ୟକର୍ମୀ ଫେରାର । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଭୋପାଲ: ମଧ୍ୟ ପ୍ରଦେଶର ଏକ ସ୍କୁଲରେ କୋଭିଡ ଟିକାକରଣରେ ଚରମ ଅବହେଳା ଦେଖିବାକୁ ମିଳିଛି । ଗୋଟିଏ ସିରିଞ୍ଜରେ ସ୍କୁଲର 39 ପିଲାଙ୍କୁ ଟିକା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ମଧ୍ୟ ପ୍ରଦେଶର ସାଗର ସହରରେ ଥିବା ଏକ ଘରୋଇ ସ୍କୁଲରେ ଏପରି ଅଭିଯୋଗ ଆସିବା ପରେ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ସହରର ଜୈନ ଉଚ୍ଚ ମାଧ୍ୟମିକ ସ୍କୁଲରେ ଚାଲିଥିବା ଏହି ଭାକ୍ସିନେସନ ଡ୍ରାଇଭରେ ଏପରି ଚରମ ଅବହେଳା ସାମ୍ନାକୁ ଆସିଛି । ସ୍କୁଲ ପିଲାମାନେ ଟିକା ନେଉଥିବା ବେଳେ ସିରିଞ୍ଜ ବଦଳା ଯାଉନଥିବା ଦେଖି ପ୍ରତିବାଦ କରିଥିଲେ ସେଠାରେ ଉପସ୍ଥିତ ଥିବା ଜଣେ ଅବିଭାବକ । ପରେ ଉତ୍ତେଜନା ପ୍ରକାଶ ପାଇବା ସହ ଗୋଟିଏ ଛୁଞ୍ଚିରେ ପ୍ରାୟ 39 ପିଲାଙ୍କୁ ଟିକା ଦିଆ ସରିଥିବା ଜଣାପଡିଥିଲା । ଏପରି ଚରମ ଅବହେଳା ସାମ୍ନାକୁ ଆସିବା ପରେ ସ୍କୁଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପିଲାଙ୍କୁ ଟିକା ଦେଇଥିବା ଜିତେନ୍ଦ୍ର ଅହିରଓ୍ବାର ନାମରେ ଗୋପାଳଗଞ୍ଜ ଥାନାରେ ଏତଲା ଦାଏର ହୋଇଛି । ଚିକିତ୍ସାରେ ଅବହେଳା କରିବା ନେଇ ଭାରତୀୟ ଦଣ୍ଡବିଧି ଧାରା ୩୩୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି ।

ତେବେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ପ୍ରଶାସନିକ ସ୍ତରରେ ମଧ୍ୟ ତତ୍ପାରତା ପ୍ରକାଶ ପାଇଛି । ଟିକା ନେଇଥିବା ସମସ୍ତ ସ୍କୁଲ ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କରିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏପରି କରିଥିବା ସ୍ବାସ୍ଥ୍ୟକର୍ମୀ ଜିତେନ୍ଦ୍ର ଅହିରଓ୍ବାର ଫେରାର ହୋଇଯାଇଛନ୍ତି । ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.