ETV Bharat / bharat

ଆଇନ ମନ୍ତ୍ରଣାଳୟକୁ ୯ ବିଚାରପତିଙ୍କ ନା ସୁପାରିଶ କଲା ସୁପ୍ରିମକୋର୍ଟ କଲେଜିୟମ

author img

By

Published : Aug 18, 2021, 10:59 AM IST

ବିଭି ନାଗରାଥନ
BV Nagarathan

ସୁପ୍ରିମକୋର୍ଟରେ ୯ ଜଣ ବିଚାରପତିଙ୍କୁ ନିଯୁକ୍ତି ପାଇଁ କଲେଜିୟମର ପଦକ୍ଷେପ । ୩ ଜଣ ମହିଳା ବିଚାରପତିଙ୍କ ସମେତ ମୋଟ ୯ ଜଣଙ୍କ ନା କେନ୍ଦ୍ର ସରକାରଙ୍କୁ ସୁପାରିଶ କଲେ କଲେଜିୟମ। ପ୍ରଥମଥର କଲେଜିୟମ ଏକାଥରକେ ୩ ଜଣ ମହିଳା ବିଚାରପତିଙ୍କ ନାଁ ସୁପାରିଶ କରିଛନ୍ତି । ଅଧି୍କ ପଢନ୍ତୁ...

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୯ ଜଣ ବିଚାରପତିଙ୍କୁ ନିଯୁକ୍ତି ପାଇଁ କଲେଜିୟମର ପଦକ୍ଷେପ । ୩ ଜଣ ମହିଳା ବିଚାରପତିଙ୍କ ସମେତ ମୋଟ ୯ ଜଣଙ୍କ ନା କେନ୍ଦ୍ର ସରକାରଙ୍କୁ ସୁପାରିଶ କଲେ କଲେଜିୟମ । ପ୍ରଥମଥର କଲେଜିୟମ ଏକାଥରକେ ୩ ଜଣ ମହିଳା ବିଚାରପତିଙ୍କ ନାଁ ସୁପାରିଶ କରିଛନ୍ତି ।

ଯଦି କଲେଜିୟମର ସୁପାରିଶକୁ ଆଇନ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରେ ନିକଟ ଭବିଷ୍ୟତରେ ଦେଶକୁ ମିଳିପାରନ୍ତି ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି । କଲେଜିୟମ ମୁଖ୍ୟ ତଥା ପ୍ରଧାନ ବିଚାରପତି ଏମଭି ରମଣା କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବିଭି ନାଗରାଥନ(BV Nagarathan), ତେଲେଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ହିମା କୋହଲି (Hima Kohli) ଓ ଗୁଜୁରାଟ ହାଇକୋର୍ଟର ବିଚାରପତି ବିଲା ତ୍ରିବେଦୀ(Bela Trivedi)ଙ୍କ ନାଁ ସୁପାରିଶ କରିଛନ୍ତି । ଯଦି କଲେଜିୟମର ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରନ୍ତି ତେବେ ଭବିଷ୍ୟତରେ ବିଚାରପତି ବିଭି ନାଗରଥନ ହୋଇପାରନ୍ତି ଦେଶର ପ୍ରଧାନ ବିଚାରପତି ।

ସେହିପରି କଲେଜିୟମ ସୁପାରିଶ କରିଥିବା ଅନ୍ୟ ନାଁ ମଧ୍ୟରେ ରହିଛନ୍ତି ବରିଷ୍ଠ ଆଇନଜୀବୀ ପିଏସ ନରସିହ୍ମା, ବିଚାରପତି ଏଏସ ଓକା, ବିଚାରପତି ବିକ୍ରମ ନାଥ, ବିଚାରପତି ଜେକେ ମାହେଶ୍ବରୀ, ବିଚାରପତି ସିଟି ରବିନ୍ଦ୍ର କୁମାର, ବିଚାରପତି ଏମଏମ ସୁନ୍ଦରେଶଙ୍କ ନାମ ସୁପାରିଶ କରିଛନ୍ତି କଲେଜିୟମ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ସୁପ୍ରିମକୋର୍ଟରେ ସ୍ବୀକୃତିପ୍ରାପ୍ତ ମୋଟ ୩୪ ଜଣ ବିଚାରପତିଙ୍କ ମଧ୍ୟରୁ ୨୬ ଜଣ କାର୍ଯ୍ୟରତ ଥିବା ବେଳେ ୨୫ ଜଣ ବିଚାରପତି ପୁରୁଷ ଓ ଜଣେ ମହିଳା ବିଚାରପତି ଅଛନ୍ତି । ୮ଟି ବିଚାରପତି ପଦ ବର୍ତ୍ତମାନ ଖାଲି ରହିଛି । ପୁଣି ଆଗାମୀ ୨ ମାସ ମଧ୍ୟରେ ବିଚାରପତି ଆରଏଫ ନରୀମନ ଓ ବିଚାରପତି ନବୀନ ସିହ୍ନା ଅବସର ନେବେ । ଫଳରେ ସଂଖ୍ୟା ୨୪କୁ ହ୍ରାସ ପାଇବ । ସୁପ୍ରିମକୋର୍ଟଙ୍କ ତଥ୍ୟ ଅନୁସାରେ ବର୍ଷ ୨୦୧୮ରେ ୮ ଜଣ ବିଚାରପତି, ବର୍ଷ ୨୦୧୯ରେ ୧୦ ଜଣ ନିଯୁକ୍ତି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.