ETV Bharat / bharat

2022 UP polls: ୧୦୦ ଆସନରେ ଲଢିବ AIMIM

author img

By

Published : Nov 21, 2021, 10:20 PM IST

2022 UP polls: ୧୦୦ ଆସନରେ ଲଢିବ AIMIM
2022 UP polls: ୧୦୦ ଆସନରେ ଲଢିବ AIMIM

2022 UP polls ନେଇ AIMIM ମୁଖ୍ୟ ଓୱେସୀଙ୍କ ସୂଚନା । ୧୦୦ ଆସନରେ ଲଢିବ ଦଳ । ମେଣ୍ଟ ପାଇଁ ଗୋଟିଏ କିମ୍ବା ଦୁଇଟି ଦଳ ସହ ଜାରି ରହିଛି ଆଲୋଚନା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଲ୍ ଇଣ୍ଡିଆ ମଜଲିସ୍-ଇ-ଇଥେହାଦ୍-ଉଲ୍-ମୁସଲିମେନ (AIMIM)ର ମୁଖ୍ୟ ଓଓ୍ବେସୀ ବଡ ଘୋଷଣା କରିଛନ୍ତି । ମୋଟ 403 ବିଧାନସଭା ଆସନ ମଧ୍ୟରୁ 100ଟି ଆସନରେ ତାଙ୍କ ଦଳ ନିର୍ବାଚନ ଲଢିବ ବୋଲି ସୂଚନା ଦେଇଛନ୍ତି AIMIM ମୁଖ୍ୟ ଅସାଦୁଦ୍ଦିନ ଓଓ୍ବେସୀ ।

ଲକ୍ଷ୍ନୌରେ AIMIM ମୁଖ୍ୟ ଅସାଦୁଦ୍ଦିନ ଓଓ୍ବେସୀ କହିଛନ୍ତି, AIMIM 100ଟି ଆସନରେ ନିର୍ବାଚନ ଳଢିବାକୁ ନିଷ୍ପତ୍ତି ନେଇଥିବାବେଳେ ଗୋଟିଏ କିମ୍ବା ଦୁଇଟି ଦଳ ସହ ମେଣ୍ଟ ନେଇ ଆଲୋଚନା ମଧ୍ୟ ଜାରି ରହିଛି । ମେଣ୍ଟ ହେବକି ନାହିଁ ତାହା ଆଗାମି ଦିନରେ ସ୍ପଷ୍ଟ ହେବ । କିନ୍ତୁ ପୂର୍ବାପେକ୍ଷା ଉତ୍ତର ପ୍ରଦେଶରେ AIMIM ସ୍ଥିତି ସୁଧୁରିଛି ବୋଲି କହିଛନ୍ତି ଓଓ୍ବେସୀ ।

ସେହିପରି ରାଷ୍ଟ୍ରୀୟ ଲୋକ ଦଳ (RLD) ସମାଜବାଦୀ ପାର୍ଟି (SP) ସହ ମେଣ୍ଟ ଗଠନ କରିବାକୁ ସୂଚନା ଦେଇଛି । ଏହି ପ୍ରସଙ୍ଗରେ ଦଳର ସଭାପତି ଜୟନ୍ତ ଚୌଧୁରୀ କହିଛନ୍ତି ଯେ ଏହି ମାସ ଶେଷ ସୁଦ୍ଧା ଦୁଇ ଦଳ ସାଙ୍ଗ ହୋଇ ନିର୍ବାଚନ ଲଢିବେ କି ନାହିଁ ତାହା ସ୍ପଷ୍ଟ ହୋଇଯିବ । ଏହି ପ୍ରସ୍ତାବ ଉପରେ ଉଭୟ ଦଳ ବିଚାରବିମର୍ଶ ଜାରି ରଖିଛନ୍ତି ।

ଗତ 2017 ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (BJP) ମୋଟ 403 ଆସନରୁ 312ଟି ଆସନରେ ବୃହତ ବିଜୟ ସହ କ୍ଷମତାକୁ ଆସିଥିଲା । ସେହିପରି ସମାଜବାଦୀ ପାର୍ଟି (SP) 47ଟି ଆସନ, ବହୁଜନ ସମାଜବାଦୀ ପାର୍ଟି (BSP) 19ଟି ଆସନ ହାତେଇବାରେ ସଫଳ ହୋଇଥିଲେ । କିନ୍ତୁ କଂଗ୍ରେସ ନୈରାଶଜନକ ଭାବେ ମାତ୍ର ୭ ଆସନରେ ସନ୍ତୁଷ୍ଟ ହେବାରେ ବାଧ୍ୟ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.