ETV Bharat / bharat

Yasin Malik life imprisonment: 19 ଆନ୍ଦୋଳନକାରୀଙ୍କୁ ଗିରଫ କଲା ପୋଲିସ

author img

By

Published : May 29, 2022, 8:54 PM IST

ଆତଙ୍କବାଦୀ ୟାସିନ ମଲ୍ଲିକକୁ ଦଣ୍ଡାଦେଶ ପରେ ଭାରତ ବିରୋଧୀ ନାରା ଦେଇଥିବା 19 ଆନ୍ଦୋଳନକାରୀଙ୍କୁ ଗିରଫ କଲା ପୋଲିସ । ଘଟଣା ଦିନ ପ୍ରତିବାଦ କରିବା ସହ କରିଥିଲେ ପଥରମାଡ । ଅଧିକ ପଢନ୍ତୁ

Yasin Malik life imprisonment: 19 ଆନ୍ଦୋଳନକାରୀଙ୍କୁ ଗିରଫ କଲା ପୋଲିସ
Yasin Malik life imprisonment: 19 ଆନ୍ଦୋଳନକାରୀଙ୍କୁ ଗିରଫ କଲା ପୋଲିସ

ଶ୍ରୀନଗର: ଆତଙ୍କବାଦୀ ୟାସିନ ମଲ୍ଲିକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ପରେ କାଶ୍ମୀରରେ ବିରୋଧ ପ୍ରଦର୍ଶନ କରି ଭାରତ ବିରୋଧୀ ନାରା ଦେଇଥିବା 19 ଯୁବକଙ୍କୁ ଗିରଫ କରିଛି ପୋଲିସ । ଦଣ୍ଡାଦେଶ ଘୋଷଣା ହେବା ଦିନ ଏହି ଯୁବକମାନେ ରାୟକୁ ବିରୋଧ କରିବା ସହ ୟାସିନ ମଲ୍ଲିକ ସପକ୍ଷରେ ଓ ଭାରତ ବିରୋଧୀ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ, ଏହି ଉତ୍ୟକ୍ତ ଯୁବକମାନେ ଯବାନଙ୍କ ଉପରେ ପଥରମାଡ ମଧ୍ୟ କରିଥିଲେ ।

  • #Update | Jammu and Kashmir | 19 accused arrested so far in relation to arson, stone-pelting, sloganeering outside the house of Yasin Malik on May 25th: Srinagar Police pic.twitter.com/Rxzofg2j8i

    — ANI (@ANI) May 29, 2022 " class="align-text-top noRightClick twitterSection" data=" ">

ଏନେଇ ସ୍ଥାନୀୟ ଥାନାରେ ଏତଲା ନମ୍ବର-10/2022 ରେ କେସ ରେଜିଷ୍ଟର କରିବା ସହ ଏମାନଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ପୋଲିସ । ଘଟଣା ପରେ ସମସ୍ତେ ଫେରାର ଥିବାବେଳେ ଏକାଧିକ ରେଡରେ ପୋଲିସ ଏମାନଙ୍କୁ ଠାବ କରିବାରେ ସଫଳ ହେବା ସହ ଆଜି 19 ଜଣଙ୍କୁ ଗିରଫ କରାଯାଇଛି । ଏହିପରି ଜାତୀୟତା ବିରୋଧୀ କାର୍ଯ୍ୟକଳାପକୁ ଆଦୌ ଗ୍ରହଣ କରାଯିବ ନାହିଁ ଓ ଏଥିରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ କାଶ୍ମୀର ପୋଲିସ ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.