ETV Bharat / bharat

ବିବାହ ପାଇଁ ରାଜି ନହେବାରୁ ଆପତ୍ତିଜନକ ଭିଡିଓ ଭାଇରାଲ କଲେ ଯୁବକ, ଚରମ ନିଷ୍ପତ୍ତି ନେଲେ ନାବାଳିକା

author img

By ETV Bharat Odisha Team

Published : Nov 5, 2023, 8:11 PM IST

ଆପତ୍ତିଜନକ ଭିଡିଓ ଭାଇରାଲ ଜୀବନ ହାରିଲେ ନାବାଳିକା , ମୁଖ୍ୟ ଅଭିଯୁକ୍ତ ଗିରଫ
ଆପତ୍ତିଜନକ ଭିଡିଓ ଭାଇରାଲ ଜୀବନ ହାରିଲେ ନାବାଳିକା , ମୁଖ୍ୟ ଅଭିଯୁକ୍ତ ଗିରଫ

ଆପତ୍ତିଜନକ ଭିଡିଓ ଭାଇରାଲ ହେବାରୁ ଜୀବନ ହାରିଲେ ଜଣେ ୧୭ ବର୍ଷିୟା ନାବାଳିକା । ୪ ଜଣଙ୍କ ନାମରେ ମାମଲା ରୁଜୁ, ମୁଖ୍ୟ ଅଭିଯୁକ୍ତକୁ ଗିରଫ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ବନ୍ଦ ଘରୁ ନାବାଳିକଙ୍କ ମୃତଦେହ ଉଦ୍ଧାର । ଆପତ୍ତି ଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ନାବାଳିକା ଜଣକ ଜୀବନ ହାରିଥିବା ପୋଲିସ ସୂଚନା ଦେଇଛି । ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାରେ । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଅନ୍ୟ ୩ ଜଣଙ୍କ ନାମର ମଧ୍ୟ ମାମଲା ରୁଜୁ କରିଛି । ଅଭିଯୁକ୍ତ ଜଣକ ସଂଖ୍ୟାଲଘୁ ସମ୍ପ୍ରଦାୟ ହୋଇଥିବା ବେଳେ ବିବାହ ପାଇ ନାବାଳିକାକୁ ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲା । ପରେ ଆପତ୍ତିଜନକ ଭିଡିଓ ଭାଇରାଲ କରିଥିଲା । ଏହାକୁ ସହ୍ୟ ନ କରି ପାରି ଚରମ ନିଷ୍ପତ୍ତି ନେଇଛନ୍ତି ନାବାଳିକା । ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ ନଭେମ୍ବର ୩ ତାରିଖ (ଶୁକ୍ରବାର) ଦିନ ଲଖିମପୁର ଖେରୀ ଜିଲ୍ଲାରେ ଗୋଟିଏ ବନ୍ଦ ଘରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଉକ୍ତ ନାବାଳିକାର ପରିବାର ଲୋକେ କୌଣସି କାରଣରୁ ବାହାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ନାବାଳିକା ଜୀବନ ହାରିଥିଲେ । ପୋଲିସ କହିବା ଅନୁଯାୟୀ, ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲେ । ଅଭିଯୁକ୍ତ ଜଣକ ନାବାଳିକାକୁ ବାରମ୍ବାର ନିର୍ଯାତନା ଦେବା ସହ ବ୍ଲାକ ମେଲିଙ୍ଗ କରୁଥିବା ମଧ୍ୟ ଅଭିଯୋଗ ଆଣିଥିଲେ ପରିବାର ଲୋକେ ।

ଏହା ପରେ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା ପୋଲିସ ।
ଏହା ମଧ୍ୟ ପଢନ୍ତୁ...ପୂର୍ବ ଶତ୍ରୁତାରୁ ବିଶ୍ରାରେ ଫୁଟିଲା ଗୁଳି ! ଯୁବକ ଗୁରୁତର

ଲଖିମପୁର ଏସପି ଗଣେଶ ପ୍ରସାଦ ସାହା କହିଛନ୍ତି, "ଏହି ଘଟଣାରେ ଗତ ଶନିବାର ଦିନ ଜଣେ ୨୦ ବର୍ଷୀୟା ଯୁବକକୁ ଗିରଫ କରାଯାଇଛି । ୪ ଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଅଭିଯୁକ୍ତର ବାପା ,ଏବଂ ଦୁଇ ଭାଇ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । ସେମାନଙ୍କ ବିରୋଧରେ ଧାରା ୩୨୩ ,୩୦୬, ୩୭୬ , ୫୦୬ ଏବଂ ପୋକ୍ସୋ ଆକ୍ଟ ଲଗାଯାଇଛି । ଏହାର ତଦନ୍ତର ଭାର ଡିଏସପି ଆଦିତ୍ୟ କୁମାର ଗୌତମଙ୍କୁ ପ୍ରଦାନ କରାଯାଇଛି ।" ଏହା ସହ ଶନିବାର ଦିନ ଆଇଜି ତରୁନ ଗାବା ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଥିଲେ ।ଏହା ପରେ ନାବାଳିକାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.