ETV Bharat / bharat

ବିଶ୍ବାସରେ ବିଷ ଦେଲା ସାଙ୍ଗ, ଗଣଦୁଷ୍କର୍ମର ଶିକାର ହେଲେ ନାବାଳିକା

author img

By

Published : Dec 25, 2022, 2:09 PM IST

ମୁମ୍ବାଇ ଲୋୟର ପାରେଲ ଅଞ୍ଚଳରେ ଲଜ୍ଜା ଜନକ ଘଟଣା । ଗଣଦୁଷ୍କର୍ମର ଶିକାର ହେଲେ ନାବାଳିକା । ଅଧିକ ପଢନ୍ତୁ

minor girl gang raped in mumbai
minor girl gang raped in mumbai

ମୁମ୍ବାଇ: ସାଙ୍ଗ ସାଜିଲା ସୈତାନ । ସାଙ୍ଗ ହୋଇ ସାଙ୍ଗକୁ କଲା ଦୁଷ୍କର୍ମ । ଜନ୍ମଦିନ ପାର୍ଟି କରିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ନାବାଳିକା । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ । ଅଭିଯୋଗ ପରେ ୬ ଜଣଙ୍କୁ କାବୁ କଲା ପୋଲିସ । ସେମାନଙ୍କ ମଧ୍ୟରୁ ୩ଜଣ ନାବାଳକ ରହିଥିବା ସୂଚନା ମିଳିଛି ।

ଏନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଦୁଷ୍କର୍ମ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୩ଜଣ ନାବାଳକ ରହିଥିବା ବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ଜଣେ ସାଙ୍ଗ ମଧ୍ୟ ସେମାନଙ୍କ ମଧ୍ୟରେ ରହିଛନ୍ତି ।

ଗତ ଶୁକ୍ରବାର ଦିନ ଏକ ସ୍ଥାନରୁ ପୀଡିତା ଓ ତାଙ୍କ ବନ୍ଧୁ ଜନ୍ମଦିନ ପାଳନ କରିବାକୁ ଯାଇଥିଲେ । ସେଠାକୁ ଅନ୍ୟ ୫ ଅଭିଯୁକ୍ତ ମଧ୍ୟ ଆସିଥିଲେ । କିଛି ସମୟ ପରେ ସମସ୍ତେ ଏକାଠି ନାବାଳିକାକୁ ଗଣ ଦୁଷ୍କର୍ମ କରିଥିଲେ । ସ୍ଥାନୀୟ ବାସିନ୍ଦା ନାବାଳିକାଙ୍କ ଚିତ୍କାର ଶୁଣି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଥାନାରେ ନାବାଳିକାଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ କରି ୬ ଜଣଙ୍କୁ କାବୁ କରିଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ତିନି ଅଭିଯୁକ୍ତଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦେଇଛି ପୋଲିସ ।

ଗତ ଶୁକ୍ରବାର ମୁମ୍ବାଇରୁ ଆଉ ଏର ଲଜ୍ଜାଜନକ ଘଟଣା ମଧ୍ୟା ସାମ୍ନାକୁ ଆସିଥିଲା । ଝିଅକୁ ଦୁଷ୍କର୍ମ କରିଥିଲା ବାପା । ଦିନେ କି ଦୁଇ ଦିନ ନୁହେଁ ବରଂ ୪ ବର୍ଷ ଧରି ଝିଅକୁ ଦୁଷ୍କର୍ମ କରିଚାଲିଥିଲା ବାପା । ଅଭିଯୁକ୍ତ ବାପା ଏପରି କରିନାମା କରିଚାଲିଥିବା ବେଳେ ଅଟକାଇବା ବଦଳରେ ଉତ୍ସାହିତ କରୁଥିଲେ ପୀଡିତାଙ୍କ ମାଆ । ମହାରାଷ୍ଟ୍ରର ପୁଣେର କୋଣ୍ଡଓ୍ବାରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ତେବେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢିଚାଲିଥିବା ବେଳେ ଅସୁରକ୍ଷିତ ହୋଉପଡୁଛନ୍ତି ମହିଳା । ବିଗତ କିଛି ଦିନରେ ଅନେକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଗତ କିଛି ଦିନ ତଳେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରୁ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା । ମହିଳା ଜଣଙ୍କ ସହରର ବେଞ୍ଜ ସର୍କଲରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଗତ ୧୭ ତାରିଖ ଦିନ ଜଣେ ବ୍ୟକ୍ତି ମହିଳାଙ୍କ ସନାତନଗରର ଏକ ଘରକୁ ନେଇଯାଇଥିଲେ । ସେଠାରେ ସେ ଅନ୍ୟ ତିନି ସାଙ୍ଗଙ୍କ ସହ ମଦ୍ୟପାନ କରି ତାଙ୍କୁ ତିନି ଦିନ ଧରି ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ସୋମବାର ମହିଳାଙ୍କୁ ଉକ୍ତ ସ୍ଥାନରେ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ସହରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହାପରେ ମହିଳା ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.