ETV Bharat / bharat

ରାଜସ୍ଥାନରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ଖୁଡିକୁ ହତ୍ୟା କରି ୧୦ଖଣ୍ଡ କଲା ପୁତୁରା

author img

By

Published : Dec 17, 2022, 10:31 PM IST

nephew killed his aunt and cut her into 10 pieces
ରାଜସ୍ଥାନରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି

ରାଜସ୍ଥାନ ଜୟପୁରରେ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ପୁନରାବୃତ୍ତି ଘଟିଛି (Murder of Woman in Jaipur) । ପୁତୁରା ନିଜ ଖୁଡ଼ିକୁ ହତ୍ୟା କରିବା ପରେ ୧୦ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗୁଥିବା କହିଛି ପୋଲିସ । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ପୁନରାବୃତ୍ତି (Murder of Woman in Jaipur) । ଏଠାରେ ଜଣେ ଯୁବକ ନିଜ ସମ୍ପର୍କୀୟ ଖୁଡିଙ୍କୁ ହତ୍ୟା କରି ତାଙ୍କ ଶରୀରରକୁ ୧୦ ଖଣ୍ଡ କରିଛି (10 pieces of dead body after murder of woman) । ଏହାପରେ ଦେହବାଶେଷକୁ ପ୍ରତିଦିନ ଜଙ୍ଗଲରେ ଫିଙ୍ଗୁଥିଲା । ରୋଷେଇ ଘର ଶରୀରକୁ ଖଣ୍ଡ ଖଣ୍ଡ କରିବା ପରେ ଚଟାଣ ଧୋଇବା ସମୟରେ ମୃତ ମହିଳାଙ୍କ ଝିଅ ସେଠାରେ ପହଞ୍ଚିଥିଲେ । ଏନେଇ ସେ ପୋଲିସକୁ ଖବର ଦେବା ପରେ ଅଭିଯୁକ୍ତ ପୁତୁରାକୁ ଗିରଫ କରିଛି ପୋଲିସ ।

ଏହି ପୁରା ଘଟଣା ଗତ ଡିସେମ୍ବର ୧୧ ତାରିଖ ସନ୍ଧ୍ୟାରେ ଘଟିଛି । ମୃତ ସରୋଜ ଶର୍ମାଙ୍କର ୨ଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି । ଉଭୟ ଝିଅ ବିବାହିତ ଏବଂ ପୁଅ ବିଦେଶରେ ରୁହନ୍ତି । ସାନ ଝିଅ ପୂଜା ତାଙ୍କ ମା'ଙ୍କ ହତ୍ୟା ମାମଲା ଦାଏର କରିଛନ୍ତି । ଡିସିପି ଦେଶମୁଖ କହିଛନ୍ତି ଯେ ଅଭିଯୋଗକାରିଣୀଙ୍କ ମାମୁଁଙ୍କ ପୁଅ ତଥା ହତ୍ୟାକାରୀ ଅନୁଜ ସରୋଜଙ୍କ ଯତ୍ନ ନେଉଥିଲେ। ଅନୁଜ ଏବଂ ସରୋଜ ଦେବୀ ବିଦ୍ୟା ନଗରର ଏକ ଫ୍ଲାଟରେ ରହୁଥିଲେ । ସରୋଜ ଦେବୀ ଅନୁଜଙ୍କ ଖର୍ଚ୍ଚ ବହନ ମଧ୍ୟ କରୁଥିଲେ। ମୃତ ମହିଳା ସରୋଜଙ୍କ ମୃତ୍ୟୁକୁ ପ୍ରାୟ ୨୭ ବର୍ଷ ବିତିଗଲାଣି ।

ଏହା ବି ପଢନ୍ତୁ- ବିବାହ ପାଇଁ ଜିଦ୍‌ ଧରିଲା ପ୍ରେମିକା, ଜୀବନରୁ ମାରି ୩୫ ଖଣ୍ଡ କରିଦେଲା ପ୍ରେମିକ

ହତ୍ୟାକାରୀ ଅନୁଜ ଗତ ୧୧ ତାରିଖରେ ସରୋଜଙ୍କ ଝିଅକୁ ଫୋନ କରିଥିଲା ଏବଂ କହିଥିଲା ଯେ ଖୁଡ଼ି ଗାଈକୁ ରୁଟି ଦେବାକୁ ଯିବା ପରେ ଆଉ ଘରକୁ ଫେରିନାହାନ୍ତି । ଏହାସହିତ ସେ ବିଦ୍ୟାଧର ନଗର ଥାନାରେ ନିଖୋଜ ନେଇ ଅଭିଯୋଗ ମଧ୍ୟ କରିଛନ୍ତି ଏବଂ ପୋଲିସ ତାଙ୍କୁ ଖୋଜିବା ଲାଗି ପ୍ରୟାସ କରୁଛି । ମୃତ ମହିଳାଙ୍କ ଝିଅ ପୂଜାଙ୍କୁ ଅନୁଜଙ୍କ ଉପରେ ସନ୍ଦେହ ହୋଇଥିଲା । ଏହାପରେ ସେ ଅନୁଜଙ୍କ ଆସୁଥିବା ସମ୍ପର୍କରେ ନ କହି ଡିସେମ୍ବର ୧୩ ତାରିଖରେ ଅନୁଜଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ଅନୁଜ ରୋଷେଇ ଘର ରକ୍ତ ଛିଟାର ଦାଗକୁ ଧୋଉଥିଲା ।

ପୂଜା ରକ୍ତ ଦାଗ ସମ୍ପର୍କରେ ପଚାରିବା ପରେ ହତ୍ୟାକାରୀ ଅନୁଜ ବାହାନା କରି ପଳାଇଥିଲା । ପୂଜାଙ୍କ ସନ୍ଦେହ ଆହୁରି ବଢିବା ପରେ ସେ ଭଉଣୀ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁଜକୁ ଗିରଫ କରିଛି । ପଚରା ଉଚୁରା ପରେ ପୋଲିସ ଜାଣିବାକୁ ପାଇଛି ଯେ ଅନୁଜ ନିଜ ଖୁଡ଼ିଙ୍କ ହତ୍ୟା କରିଛି । ଅନୁଜ ନିଜ ଖୁଡିଙ୍କ କୌଣସି କଥାକୁ ନେଇ ତାଙ୍କ ଉପରେ କ୍ରୋଧିତ ହୋଇ ହତ୍ୟା କରିଥିବା ଜଣାପଡ଼ିଛି । ସରୋଜ ରୋଷେଇ ଘରେ କାମ କରୁଥିବା ବେଳେ ସେ ତାଙ୍କ ମୁଣ୍ଡକୁ ଆଘାତ କରି ହତ୍ୟା କରିଥିବା କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.