ହୋଲିରେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ମୃତ - Young Men Drowned To Death In Pond

By ETV Bharat Odisha Team

Published : Mar 26, 2024, 5:46 PM IST

thumbnail

Young Man drowned to death while bathing in Cuttack: କଟକ: ହୋଲିରେ ଘଟିଲା ଅଘଟଣ।ହୋଲି ଖେଳ ସାରି ଗାଧେଇବା ପାଇଁ ପୋଖରୀକୁ ଯାଇ ଆଉ ଫେରିଲେନି ଯୁକ୍ତ ଦୁଇର ଛାତ୍ର ଆଶିଷ କୁମାର ଦାସ । ସୂଚନା ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ଥାନା ଛାଣିପୁର ଗ୍ରାମର ସରୋଜ କୁମାର ଦାସଙ୍କ ପୁଅ ଆଶିଷ କୁମାର ଦାସ ସାଙ୍ଗ ମାନଙ୍କ ସହ ହୋଲି ଖେଳିସାରି ପାଖ ଗାଁ କରମୁଆଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ଗୋଡ଼ ଖସି ଯାଇଥିଲା ।  

ଏହା ମଧ୍ୟ ପଢ଼ନ୍ତୁ.... ହୋଲି ଅଘଟଣ ଏଡାଇବାକୁ ପ୍ରସ୍ତୁତି, ଜଳାଶୟ-ନଦୀପଠା ଜଗିଛନ୍ତି ଅଗ୍ନିଶମ ବାହିନୀ - Fire Team Alert For Holi

ସେଠାରୁ ତାଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇକି ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତୁ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା ଜଣାପଡ଼ିଛି । ତେବେ ପ୍ରତିବର୍ଷ ହୋଲିରେ ନିଶା ସେବନ କରି ଲୋକ ନଦୀରେ ଗାଧୋଇବାକୁ ଯାଇଥାନ୍ତି । ଆଉ ଚୋରା ବାଲିରେ ଗୋଡ଼ ଫସିବା ପରେ ଆଉ ପାଣିରୁ ଉଠି ପାରନ୍ତିନି । ତେବେ ବର୍ତ୍ତମାନ ସମୟରେ ଏହି ଦିଗ ଉପରେ ରାଜ୍ୟ ଅଗ୍ନିଶମ ବିଭାଗ ବେଶି ଗୁରୁତ୍ବ ଦେଉଥିବା ବେଳେ କଟକ ସହରରେ ହୋଲିରେ ଯେପରି କୌଣସି ଅଘଟଣ ନଘଟେ ସେ ଦିଗରେ ଯଥେଷ୍ଟ ଧ୍ୟାନ ଦେଇଛନ୍ତି କଟକ ଅଗ୍ନିଶମ ବିଭାଗ। ଏହି ବିପଦ ଆସିବାକୁ ନଦେବା ପାଇଁ ଲୋକ ମାନେ ସଚେତନତା ଅବଲମ୍ବନ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ କଟକ ଅଗ୍ନିଶମ ଅଧିକାରୀ ।

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.