ଥାନା ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ, ହତ୍ୟା ଆଭିଯୋଗ ଆଣିଲେ ପରିବାର ଲୋକ

By ETV Bharat Odisha Team

Published : Mar 13, 2024, 10:38 PM IST

thumbnail

Youth Dead in Kalahandi: ଭବାନୀପାଟଣା: ଥାନା ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ତେତେଲପଡା ଗ୍ରାମର ଏକ ବିଲରୁ ଜଣେ ଯୁବକଙ୍କ ମୃତ ଦେହକୁ ସ୍ଥାନୀୟ ପୋଲିସ ଆଜି ଉଦ୍ଧାର କରିଛି। ମୃତ ଯୁବକଙ୍କ ନାମ ସୁରେଶ ବିହାର ହୋଇଥିବା ବେଳେ ସେ ରଣପୁର ଗ୍ରାମର ବୋଲି ଜଣାପଡିଛି । ଏପଟେ ଚାଷ ଜମିରେ ସନ୍ଦେହଜନକ ଅବସ୍ଥାରେ ସାନ ଭାଇର ମୃତଦେହ ପଡିଥିବାରୁ ଯୋଜନା କରି ହତ୍ୟାକାଣ୍ଡ କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ବଡ଼ ଭାଇ ରୋହିତ ବିହାର।  

ଏହା ମଧ୍ୟ ପଢ଼ନ୍ତୁ... ଠିକାଦାର ଘରୁ ମିଳିଲା ନାବାଳିକାର ଝୁଲନ୍ତା ମୃତଦେହ

ଏହି ଘଟଣାକୁ ନେଇ ରୋହିତ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ତେବେ ଆଜି ବୁଧବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ପରିବାର ବର୍ଗ ୨ କିମି ଷ୍ଟ୍ରେଚରରେ ବୋହି ମୃତଦେହକୁ ଥାନାକୁ ଆଣିଥିଲେ । ଏହି ଘଟଣାରେ ସାମିଲ ଥିବା ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅପରାହ୍ନରେ ଥାନା ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ ପରିବାର ଓ ସମ୍ପର୍କୀୟ । ତେବେ ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା। 

ସୂଚନା ଅନୁଯାୟୀ, ଗତ ସୋମବାର ଜୁନାଗଡ଼ ଥାନା ସର୍ଗିଗୁଡ଼ା ଗାଁରେ ଏକ ବିବାହ ଉତ୍ସବରେ ସାମିଲ ହେବା ପାଇଁ ତେତେଲପଡ଼ା ଗାଁର ସୁରେଶ ବିହାରୀ ସମ୍ପର୍କୀୟ ଭଣଜା ସତ୍ୟ ମଙ୍ଗରାଜଙ୍କ ସହ ବାଇକରେ ଯାଇଥିଲେ। ସେଠାରୁ ସେ ବରଯାତ୍ରୀରେ ସାମିଲ ହୋଇ ଅନ୍ୟ ଗାଁକୁ ଯାଇଥିଲେ। ବାହାଘର ପରେ ସୁରେଶ ସର୍ଗିଗୁଡ଼ା ଘରକୁ ଆସି ନଥିଲେ, କିନ୍ତୁ ସତ୍ୟ ଘରକୁ ଫେରି ଆସିଥିଲେ। ଦିନକ ପରେ ସୁରେଶଙ୍କ ମୃତଦେହ ତେନ୍ତେଲପଡା ସ୍ଥିତ ନିଜ ଚାଷ ଜମିରୁ ମିଳିଥିଲା । 

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.