ETV Bharat / state

ଠିକାଦାର ଘରୁ ମିଳିଲା ନାବାଳିକାର ଝୁଲନ୍ତା ମୃତଦେହ

author img

By ETV Bharat Odisha Team

Published : Mar 13, 2024, 9:14 AM IST

Minor Found Dead in Bhubaneswar
Minor Found Dead in Bhubaneswar

Minor Girl Dead Body found Hanging Inside Home: ଠିକାଦାର ଘରୁ ନାବାଳିକାର ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା ଚନ୍ଦକା ପୋଲିସର ଛାନଭିନ ଆରମ୍ଭ । ଅଧିକ ପଢନ୍ତୁ

Minor Found Dead in Bhubaneswar

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର । ବିଦ୍ୟୁତ ଠିକାଦାରଙ୍କ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତକ ଜଣକ ଘରର ସହାୟିକାଙ୍କ ଝିଅ ବୋଲି ଜଣାପଡିଛି । ଚନ୍ଦକା ଥାନା କ୍ରିଷ୍ଣା ଏନକ୍ଲେଭରୁ ମୃତଦେହ ଜବତ କରିଛି କମିଶନରେଟ୍ ପୋଲିସ । ମୃତ ନାବାଳିକା ଗୌତମୀ ସିଂ ହୋଇଥିବା ବେଳେ ସେ ଠିକାଦାରଙ୍କ ଘରୋଇ ସହାୟିକାଙ୍କ ଝିଅ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ମଙ୍ଗଳବାର ସକାଳ ୮ଟା ସମୟରେ କ୍ରିଷ୍ଣା ଏନକ୍ଲେଭରୁ ୨୦୮ ନମ୍ବର ଘରର ବେଡରୁମରୁ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଘରର ଭିତରପଟୁ କବାଟ ବନ୍ଦ ସହ ଫ୍ୟାନରେ ମୃତଦେହ ଝୁଲୁଥିବା ଦେଖି ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତନାଘନା ଆରମ୍ଭ କରିଛି । ତେବେ ଠିକାଦାରଙ୍କ ଉପର ଘରେ ଠିକାଦାର ତାଙ୍କ ପରିବାର ସହ ରହୁଥିଲେ । ମୃତକଙ୍କ ମାଆ ଠିକାଦାରଙ୍କ ଘରୋଇ ସହାୟିକା ଭାବେ କାର୍ଯ୍ୟ କରୁଥିଲେ ।

ତେବେ ମୃତ ନାବାଳିକାଙ୍କ ମାଆଙ୍କ କହିବା ଅନୁସାରେ, "ଝିଅର ବୟସ ୧୬ ବର୍ଷ ହୋଇଥିବା ବେଳେ ସେ ଘରର ସହାୟିକା ଭାବେ କାମ କରୁଥିଲେ ଓ ମାଲିକର ଘରେ ରହୁଥିଲେ । ତେବେ ସକାଳୁ କେହି ନଥିବା ବେଳେ ଘର ଭିତରେ ସେ ଝୁଲୁଥିବା ଦେଖିବାକୁ ପାଇଥିଲେ । ତାର‌ ବେକ ଏକ ଓଢଣିରେ ବନ୍ଧା ହୋଇଥିଲା । ତେଣୁ କେମିତି ହେଲା ସେନେଇ କିଛି କହିପାରିବି ନାହିଁ । କିନ୍ତୁ ସେ ଗୋଟେ ପୁଅ ସହିତ କଥା ହେଉଥିବାର ଘର ମାଲିକାଣୀ କହିଥିଲେ । ଆମେ ମଧ୍ୟ ବୁଝାସୁଝା କରିଥିଲୁ । ହଠାତ କଣ ହେଲା କହିପାରିବିନି ।"

ଏହା ମଧ୍ୟ ପଢନ୍ତୁ: ପୂର୍ବ ଶତ୍ରୁତାରୁ ଜଘନ୍ୟକାଣ୍ଡ, ମହିଳାଙ୍କୁ ପଥର ଛେଚି ନିର୍ମମ ହତ୍ୟା !

ଏନେଇ ପୋଲିସ ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଇଛି । ତେବେ ଘରର ମାଲିକ ଓ ମାଲିକାଣୀଙ୍କ ସହ ଉପରେ ରୁମରେ ଏକୁଟିଆ ନାବାଳିକା ଜଣକ ରହିବା, ତଳେ ବାପା ମାଆ ରହିବା ସହ ଘରେ ସକାଳୁ କେହି ନଥିବା ବେଳେ ଏପରି ଘଟିବା ଏକ ସନ୍ଦେହଜନକ ମୋଡକୁ ନେଉଛି । ରାତିରେ କିଛି ଘଟିଛି ଯେଉଁ କାରଣରୁ ଏଭଳି ମୃତଦେହ ସକାଳୁ ଦେଖିବାକୁ ମିଳିଛି ନା ସକାଳୁ ଏପରି ଘଟଣା ଘଟାଇଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏନେଇ ଚନ୍ଦକା ଥାନାଧିକାରୀ କହିଛନ୍ତି ଯେ, ସକାଳ ସମୟରେ ଝିଅଟି କବାଟ ଖୋଲି ଡ୍ରାଇଭରଠୁ ପରିବା ରଖିଛି । ତେଣୁ ପୋଲିସ ଝିଅର ମୋବାଇଲ ନମ୍ବରକୁ ନେଇ ଯାଞ୍ଚ କରିବା ସହ ବେଡ଼ ରୁମରୁ କିଛି ଗୋଲାପ ଫୁଲ ଜବତ କରିଛି । ପୋଲିସ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଥିବା ବେଳେ ଏନେଇ ବିଦ୍ୟୁତ ଠିକାଦାରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଲୁଚାଇ ଚପାଇ ବିନା ସାଇଣ୍ଟିଫିକ ଟିମରେ‌ ପୋଲିସ ତଦନ୍ତ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.