ରଣଜୀ ଟ୍ରଫି ବିଫଳତା, ଓଡିଶା କ୍ରିକେଟର ଦିଗ ଅନ୍ଧକାର ମୁହାଁ !

By ETV Bharat Odisha Team

Published : Feb 22, 2024, 6:55 PM IST

thumbnail

Future of Odisha Cricket Association: କଟକ: ରଣଜୀ ସିଜିନରେ ବିଫଳ ଓଡ଼ିଶା କ୍ରିକେଟ ସଂଘ । ଏହା କେବଳ ଚଳିତ ସିଜିନ କଥା ନୁହେଁ, ବରଂ ବିଗତ ଅନେକ ସିଜିନରେ ଏପରି ଢଙ୍ଗରେ ରଣଜୀ ଟ୍ରଫି ନିରାଶ କରୁଛି ଓଡ଼ିଶା ।  ନୂଆ କୋଚ୍, ପ୍ରଶିକ୍ଷଣ, କ୍ୟାମ୍ପ ଆଦି ସବୁ ଯୋଗାଉଛି ଓସିଏ ହେଲେ ଆଉଟପୁଟ ଫେଲ ।  ଗୋଟିଏ ମ୍ୟାଚରେ ଯଦି ବ୍ୟାଟର ଶତକ କରୁଛି ତାହେଲେ ଅନ୍ୟ ୪ଟି ମ୍ୟାଚରେ ଫେଲ ।  ନାହିଁ ସ୍ଥିର ପ୍ରଦର୍ଶନ ।  ବୋଲର ମଧ୍ୟ ସମାନ ପ୍ରଦର୍ଶନ କରୁଛନ୍ତି । ଏପରି ସ୍ଥଳେ ଓସିଏକୁ ସିଧାସଳଖ ନିନ୍ଦା କରିବା ସହ ଓଡ଼ିଶାର କ୍ରିକେଟ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ରୀଡା ସମୀକ୍ଷକ ପବନ ଅଗ୍ରୱାଲ ।  

ଏହା ବି ପଢନ୍ତୁ- ଆଠଗଡ଼ରେ ହେବ ପୂର୍ବ ଭାରତର ସର୍ବବୃହତ କ୍ରିକେଟ ଏକାଡେମୀ, କୋଚିଂ ଦେବେ ରବି ଶାସ୍ତ୍ରୀ  

ଚଳିତ ରଣଜୀ ସିଜିନ ଉପରେ ଯଦି ନଜର ପକାଇବା ତେବେ ୭ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୪ଟି ମ୍ୟାଚରେ ପରାଜୟର ସାମ୍ନା କରିଛି ଓଡ଼ିଶା ଦଳ । ଏହାସହ ଏଲିଟ ଗ୍ରୁପ ଡିର ୭ ନମ୍ବର ସ୍ଥାନରେ ରହି ଚଳିତ ବର୍ଷ ରଣଜୀ ସିଜିନ ଶେଷ କରିଛି ଓଡ଼ିଶା ।  ତେବେ ଏହି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଉଭୟ ଓସିଏ ଓ ଖେଳାଳିମାନେ ଦାୟୀ ।  ମାଇଣ୍ଡ ସେଟର ଅଭାବ, ଜିଲ୍ଲା ସ୍ତରରେ ଏକାଡେମୀ ନିର୍ମାଣ ଓ ଏହାବ୍ୟତୀତ ଓଡ଼ିଆ କୋଚଙ୍କୁ ବେଶୀ ଫୋକସ ସ୍ଥାନରେ ଅନ୍ୟ ରାଜ୍ୟର ଖେଳାଳିମାନଙ୍କୁ କୋଚ୍ କରି ଓସିଏ ଆଣୁଛି । ଯାହା ଘରୋଇ ପରିବେଶ ସହ ଖାପ ଖୁଆଇବାରେ ବିଫଳ ହେଉଛନ୍ତି । କେବଳ ରଣଜୀ ଟ୍ରଫି ନୁହଁ ଏହାସହ ମୁସ୍ତାକ ଅଲି, ବିଜୟ ହଜାରେ ଟ୍ରଫି ଆଦିରେ ଓଡ଼ିଶା ନିରାଶ କରି ଚାଲିଛି ।  ଯାହା ପାଇଁ ଗୋଟିଏ ହେଲେ ଖେଳାଳି ଜାତୀୟ ଦଳରେ ସ୍ଥାନ ପାଇ ପାରୁନାହାନ୍ତି ।  ତେଣୁ ଏବେଠୁ ଯଦି ଓସିଏ କିଛି ଚିନ୍ତା ନ କରେ ତେବେ ଆଗାମୀ ଭବିଷ୍ୟତରେ ଓଡ଼ିଶା କ୍ରିକେଟ ଅନ୍ଧକାର ମୁହାଁ ହେବ ବୋଲି କହିଛନ୍ତି କ୍ରୀଡା ସମୀକ୍ଷକ ।  

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.