ଆଠଗଡ଼ରେ ହେବ ପୂର୍ବ ଭାରତର ସର୍ବବୃହତ କ୍ରିକେଟ ଏକାଡେମୀ, କୋଚିଂ ଦେବେ ରବି ଶାସ୍ତ୍ରୀ

By ETV Bharat Odisha Team

Published : Feb 10, 2024, 7:28 PM IST

thumbnail

କଟକ: ପୂର୍ବ ଭାରତର ସର୍ବବୃହତ କ୍ରିକେଟ ଏକାଡେମୀ ହେବ MGM ରେସିଡେନ୍ସିଆଲ ସ୍କୁଲ ଅଫ ଏକାଡେମୀ । କଟକର ଆଠଗଡ଼ ଅଞ୍ଚଳରେ ଏହି ଏକାଡେମୀ କାର୍ଯ୍ୟକ୍ଷମ ହେବ । ଏହି କ୍ରିକେଟ୍‌ ଏକାଡେମୀରେ ନଜର ଆସିବେ ଭାରତୀୟ ପୂର୍ବତନ କ୍ରିକେଟର ତଥା କୋଚ୍ ରବି ଶାସ୍ତ୍ରୀ । ଟେକ୍ନିକାଲ ଦିଗ ଉପରେ ଗାଇଡ୍‌ କରିବେ ରବି ଶାସ୍ତ୍ରୀ । କୋଚିଂ ଓ ଫିଜିଓ ଭଳି ଅନ୍ୟାନ୍ୟ କ୍ରିକେଟିଂ ଦିଗ ଉପରେ କ୍ରିକେଟ ଖେଳାଳିମାନଙ୍କୁ ଦେବେ ପ୍ରଶିକ୍ଷଣ । ଏନେଇ ଆସନ୍ତା ମାର୍ଚ୍ଚ ମାସରେ ଓଡିଶା ଆସିବେ ରବି ଶାସ୍ତ୍ରୀ । ଏହାପରେ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କୁ ଭେଟିବା ପରେ MGM ସ୍କୁଲ ଅଫ ସ୍ପୋର୍ଟସ୍‌ ଓ ରବି ଶାସ୍ତ୍ରୀଙ୍କ କ୍ରିକେଟ ଅନୁଷ୍ଠାନ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହେବ । ଏହାପରେ ଏହି ଏକାଡେମୀଟି ଏପ୍ରିଲ ମାସରୁ ଆରମ୍ଭ ହେବ । ତେବେ ଓଡିଶା କ୍ରିକେଟକୁ ଆହୁରି ଆଗକୁ ନେବା ପାଇଁ ଏଭଳି ଚିନ୍ତା କରାଯାଇଛି ବୋଲି ଇଟିଭି ଭାରତକୁ ସୂଚନା ଦେଇଛନ୍ତି MGMର ମୁଖ୍ୟ ପଙ୍କଜ ଲୋଚନ ମହାନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.