ହାଇୱାକୁ ପଛରୁ ଧକ୍କା ଦେଲା ସ୍କର୍ପିଓ, 6 ଆହତ

By ETV Bharat Odisha Team

Published : Mar 10, 2024, 8:02 PM IST

thumbnail

Sever Road Accident in Sundargarh: ରାଉରକେଲା: ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛରୁ ଧକ୍କା ଦେଲା ସ୍କର୍ପିଓ । ଦୁଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଚାରି ଜଣ ଗୁରୁତର ରହିଛନ୍ତି ଏବଂ ଦୁଇ ଜଣ ଆହତ ହୋଇଛନ୍ତି  । ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥ ବରଘାଟ ଠାରେ ଏହି ଦୁର୍ଘଟଣା ଘଟିଛି  ।  

ଏହା ମଧ୍ୟ ପଢ଼ନ୍ତୁ... କୁସୁମୁଣ୍ଡା ଘାଟିରେ ଓଲଟିଲା ଟ୍ରାକ୍ଟର, 35 ଜଣ ଯାତ୍ରୀ ଆହତ

ହାଇୱାଟି ବାମ ଆଡ଼କୁ ସାଇଡ଼ କରି ପାର୍କିଂ କରିଥିବା ବେଳେ ପଛରୁ ଆସି ସ୍କର୍ପିଓ ପିଟିଦେଇଥିଲା । ନିକଟରେ ଥିବା ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇ ଥିବା ଜଣାପଡିଛି । ତେବେ ଝାଡ଼ଖଣ୍ଡର ରାଞ୍ଚି ଠାରୁ ଏକ ପରିବାର କିଛି ପାରିବାରିକ କାର୍ଯ୍ୟରେ ଯୋଗ ଦେବାପାଇଁ ରାଞ୍ଚିରୁ ରାଉରକେଲା ଦେଇ ବଣାଇ ଅଭିମୁଖେ ଯାଉଥିଲେ। ବରଘାଟ ଅଞ୍ଚଳରେ ଠାରେ ହଠାତ ସ୍କର୍ପିଓର ବ୍ରେକ ତେଲ ସିଲ ଫାଟି ବ୍ରେକ ତେଲ ଲିକ ହେବାରୁ ବ୍ରେକ ଧରିନଥିଲା ଫଳରେ ଦୁର୍ଘଟଣା ଘଟିଥିଲା । ତେବେ ଏହି ଘଟଣା ପ୍ରାୟ ସାଢ଼େ ଚାରିଟା ବେଳକୁ ହୋଇଥିବା ଜଣା ପଡିଛି ।  

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.