ETV Bharat / state

କୁସୁମୁଣ୍ଡା ଘାଟିରେ ଓଲଟିଲା ଟ୍ରାକ୍ଟର, 35 ଜଣ ଯାତ୍ରୀ ଆହତ

author img

By ETV Bharat Odisha Team

Published : Mar 9, 2024, 8:48 PM IST

Tractor Overturned In Kandhamal: ଜାଗର ଯାତ୍ରା ଦେଖିବାକୁ ଯାଇଥିବା 35 ଜଣ ଯାତ୍ରୀ ଟ୍ରାକ୍ଟର ଓଲଟିବା ଫଳରେ ଆହତ । ଗତକାଲି ଝିରିପାଣି ଅଞ୍ଚଳର ଲୋକେ ବେଲଘରକୁ ଜାଗର ଯାତ୍ରା ଦେଖିବାକୁ ଯାଇ ଫେରୁଥିବା ବାଟରେ ଦୁର୍ଘଟଣା ଘଟିଥିଲା । ଅଧିକ ପଢନ୍ତୁ

କୁସୁମୁଣ୍ଡା ଘାଟିରେ ଓଲଟିଲା ଟ୍ରାକ୍ଟର, 35 ଜଣ ଯାତ୍ରୀ ଆହତ
କୁସୁମୁଣ୍ଡା ଘାଟିରେ ଓଲଟିଲା ଟ୍ରାକ୍ଟର, 35 ଜଣ ଯାତ୍ରୀ ଆହତ

କୁସୁମୁଣ୍ଡା ଘାଟିରେ ଓଲଟିଲା ଟ୍ରାକ୍ଟର, 35 ଜଣ ଯାତ୍ରୀ ଆହତ

ଫୁଲବାଣୀ: ଜାଗର ଯାତ୍ରା ଦେଖି ଫେରିବା ବେଳେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । କନ୍ଧମାଳ ଜିଲ୍ଲାର ବେଲଘର ଥାନା ଝିରିପାଣି ସିକକି ଗ୍ରାମ ନିକଟସ୍ଥ କୁସୁ ମୁଣ୍ଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ 35 ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେଥି ମଧ୍ୟରୁ 15 ଜଣ ଗୁରୁତର ଥିବା ଜଣାପଡ଼ିଛି । ଆହତମାନଙ୍କୁ ସ୍ଥାନୀୟ ଲୋକ ଏବଂ ନିକଟରେ ଥିବା ସିଆଇପିଏଫ କ୍ୟାମ୍ପର ଯବାନ ମାନେ ଉଦ୍ଧାର କରି ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ମିଳିଥିବା ସୂଚନା ପ୍ରକାରେ ଗତକାଲି ଝିରିପାଣି ଅଞ୍ଚଳର ଲୋକେ ବେଲଘରକୁ ଜାଗର ଯାତ୍ରା ଦେଖିବାକୁ ଯାଇ ଫେରୁଥିବା ବାଟରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଆହତ ଓ ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି । ତେବେ ଟ୍ରାକ୍ଟରକୁ ନ୍ୟୁଟ୍ରାଲ କରି ଟ୍ରାକ୍ଟର ଡ୍ରାଇଭର ଘାଟି ଗଡ଼ାଉ ଥିବାରୁ ଏହି ଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ସୂଚନା ମିଳିଛି l ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ମୁତାବକ ଦୁର୍ଘଟଣାରେ 10 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ତୁମୁଡ଼ିବନ୍ଧ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବାଲିଗୁଡ଼ା ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ .... ମଝି ରାସ୍ତାରେ ବ୍ରେକ ଫେଲ ହେଲା ଟ୍ରକ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇଲା ଜୀବନ

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛରୁ ଧକ୍କା ଦେଲା ସ୍କୁଟି । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ପବିତ୍ର ଶିବରାତ୍ରି ପାଇଁ ଚାରିଆଡ଼େ ଉତ୍ସବର ମାହୋଲ୍ ଚାଲିଥିବା ବେଳେ ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ସଦର ଥାନା ୧୬ ନମ୍ବର ଜାତୀୟ ରାଜପଥ ତାପଙ୍ଗ ଓଭର ବ୍ରିଜ୍‌ରେ ଏହି ଦୁର୍ଘଟଣା ଘଟିଛି, ଯେଉଁଥିରେ 2 ଜଣଙ୍କର ମୃତ୍ୟୁ ଘଟିଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲା ବାଙ୍କି ଥାନା ତୁଳସୀପୁରର ବିଧିନାଥ ମଲ୍ଲିକ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟଜଣ ମୃତକଙ୍କ ପରିଚୟ ମିଳିପାରି ନାହିଁ । ତେବେ ଦୁଇ ଜଣ ମାଛ ବ୍ୟବସାୟୀ ବୋଲି ଜଣାପଡିଛି । ସେହିପରି ଆହତ ଜଣକ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡିପଡ଼ାର ସଞ୍ଜୟ ମାର୍ଥା ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.