ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

By ETV Bharat Odisha Team

Published : Feb 6, 2024, 9:36 PM IST

thumbnail

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଉଦଘାଟିତ ହୋଇଛି 2ୟ ଓଡିଶା ଅନ୍ତଃ ବିଶ୍ବବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ସାରା ରାଜ୍ୟର 27ଟି ବିଶ୍ବବିଦ୍ୟାଳୟର 25 ଶହରୁ ଅଧିକ ଛାତ୍ରଛାତ୍ରୀ ସାତୋଟି ଖେଳରେ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତା ୬ ଫେବୃଆରୀରୁ ଆରମ୍ଭ ହୋଇ ୧୩ ଫେବୃଆରୀରେ ଉଦଯାପିତ ହେବ  । 

ଏହା ମଧ୍ୟ ପଢନ୍ତୁ ...  IIT ମାଡ୍ରାସର ବଡ଼ ଘୋଷଣା; ଚଳିତବର୍ଷରୁ  ବିଟେକ୍ ଆଡମିସନରେ 'ସ୍ପୋର୍ଟ୍ସ କୋଟା'

ଉଭୟ ପୁରୁଷ ଓ ମହିଳା ବର୍ଗରେ କ୍ରିକେଟ, ଫୁଟବଲ, ଭଲିବଲ, ବାସ୍କେଟବଲ, କବାଡି, ଖୋଖୋ ଓ ହକି ଭଳି ସାତୋଟି ଖେଳ ଏହି କ୍ରୀଡା ପ୍ରତିଯୋଗିତାରେ ଖେଳାଯିବ  । ରେଭେନ୍ସା ବିଶ୍ବବିଦ୍ୟାଳୟର ପୁରୁଣା ଓ ନୂଆ କ୍ୟାମ୍ପସରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ କ୍ରୀଡାର ଭିତ୍ତିଭୂମି ଓ କ୍ରୀଡାବିତ ମାନେ ଏବେ ବିଶ୍ବସ୍ତରରେ ପହଞ୍ଚି ସାରିଲେଣି ବୋଲି କହିଥିଲେ । 

କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଭାରୋତ୍ତୋଳକ କେ. ରବିକୁମାର, ମାରଥନର ବିବେକାନନ୍ଦ ତ୍ରିପାଠୀ, କ୍ରିକେଟର ଚିନ୍ମୟାନନ୍ଦ ଜେନା ଓ ବ୍ୟାଡମିଣ୍ଟନ ଖେଳାଳି ଅନୁପ ମିଶ୍ରଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଐତିହାସିକ ରେଭେନ୍ସା ବିଶ୍ବବିଦ୍ୟାଳୟର ବିକାଶ ପାଇଁ 250 କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି ବୋଲି ସୂଚନା ଦେଇଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ।  

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.