ସଂସଦ ବଜେଟ ଅଧିବେଶନ ଆରମ୍ଭ, ଦେଖନ୍ତୁ Live

By ETV Bharat Odisha Team

Published : Jan 31, 2024, 10:58 AM IST

Updated : Jan 31, 2024, 12:24 PM IST

thumbnail

ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି  । ଆସନ୍ତା ଫେବୃୟାରୀ ୯ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଅଧିବେଶନ  । ଆଜି ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ରାଜ୍ୟସଭା ଓ ଲୋକସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ  । ଏହାପରେ ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ଅନ୍ତରୀଣ ବା କାମଚଳା ବଜେଟ ଉପସ୍ଥାପନ କରିବେ । ତେବେ ଆସନ୍ତା ଏପ୍ରିଲରୁ ମେ' ମଧ୍ୟରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ଆସିବ ନାହିଁ । କେନ୍ଦ୍ରରେ ନୂଆ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ବଜେଟ ଅଣାଯିବ । ବଜେଟ ଅଧିବେଶନ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଥିଲେ  । ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ନେତାଙ୍କ ସହଯୋଗୀ ଲୋଡିଥିଲେ  । ଦେଖନ୍ତୁ ସଂସଦ ବଜେଟ ଅଧିବେଶନ ଲାଇଭ...

Last Updated : Jan 31, 2024, 12:24 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.