ଜଟଣୀରେ ଦମ ଦେଖାଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୁଜିତ - Odisha Assembly Election 2024

By ETV Bharat Odisha Team

Published : Apr 29, 2024, 9:10 AM IST

thumbnail


 Independent candidate Sujit Balabantaroy: ଖୋର୍ଦ୍ଧା: ଜଟଣୀରେ ଜମୁଛି ପ୍ରଚାର । ଦମ ଦେଖାଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୁଜିତ । ତେବେ 3 ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ମୈଦାନ ମୁହାଁ ପ୍ରାର୍ଥୀ । ଲୋକଙ୍କ ନିକଟତର ହେବା ଓ ଲୋକଙ୍କୁ ଭୋଟ ଭିକ୍ଷା କରିବା ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରୟାସ । ଆଜିଠୁ (ସୋମବାର) ଦ୍ୱିତୀୟ ପର୍ଯ୍ୟାୟ ନୋମିନେସନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ଘର ଘର ବୁଲି ପ୍ରଚାର ଆରମ୍ଭ କରିଦେଇଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । 

ଜଟଣୀ ଅଞ୍ଚଳରେ ଯୁବ ସଂଗଠକ ଭାବରେ ପରିଚୟ ପାଇଥିବା ସୁଜିତ ବଳବନ୍ତରାୟ ଚଳିତ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜଟଣୀ ନିର୍ବାଚନ ମଣ୍ଡଳୀରେ ଯୁବକଙ୍କୁ ନେଇ ଏକ ସ୍ୱତନ୍ତ୍ର ସଂଗଠନ କରିଥିବା ସୁଜିତ ଚଳିତ ନିର୍ବାଚନରେ ଯୁବକମାନଙ୍କୁ ଅସ୍ତ୍ର କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେହିପରି ଜଟଣୀବାସୀ ଏଥର ପାର୍ଟି ନୁହେଁ ବରଂ ମାଟି ପୁଅକୁ ସମର୍ଥନ କରିବେ ବୋଲି ଆଶା ରଖିଛନ୍ତି ସୁଜିତ । ଜଟଣୀର ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । 



ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.