ଘରୋଇ ମାଇନିଂ ଲୁଟ, ବନ୍ଧୁକ ଦେଖାଇ ଲୁଟିନେଲେ 10 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

By ETV Bharat Odisha Team

Published : Feb 8, 2024, 5:30 PM IST

thumbnail

Miscreants Looted Around 10 Lakh: ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ଅପରାଧିକ କାର୍ଯ୍ୟାକଳାପ । ଗତକାଲି ଦୁଇ ଦୁର୍ବୃତ୍ତ ଏକ ଘରୋଇ ମାଇନିଂ ଅଫିସ ଭିତରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କା । ସମ୍ପୂର୍ଣ୍ଣ ଘଟଣା ବର୍ତ୍ତମାନ CCTVରେ କଏଦ । ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅନ୍ତର୍ଗତ ଗୀତରାଣୀ ମହାନ୍ତି ଆଇରନ ଓର ମାଇନ୍ସରେ ଏହି ବଡ଼ ଧରଣର ଲୁଟ୍ ହୋଇଛି । ବନ୍ଧୁକ ଦେଖାଇ କର୍ମଚାରୀ ମାନଙ୍କୁ ମାଡ଼ ମାରି ଆଖି ପିଛୁଳାକେ ଲୁଟିନେଲେ ୧୦ ଲକ୍ଷ ଟଙ୍କା ।  

ସୂଚନାଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ଲୁଟେରାମାନେ ଗୀତାରାଣୀ ମହାନ୍ତି ମାଇନ୍ସରେ ଅଫିସରେ ପଶିଥିଲେ । ପ୍ରଥମେ ସେମାନେ ମାଇନିଂର ପାଚେରୀ ଡେଇଁ ଭିତରକୁ ପଶିଥିଲେ । ଏହାପରେ କାହାକୁ ସନ୍ଦେହ ନହେବା ପାଇଁ କର୍ମଚାରୀ ମାନଙ୍କ ଭଳି ରେଡିୟମ ଜ୍ୟାକେଟ ପିନ୍ଧି ମୁହଁ ଘୋଡାଇ ଅଫିସ ଆଡକୁ ଯାଇଥିଲେ । କର୍ମଚାରୀ ମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ୧୦ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହାପରେ ପୋଲିସରେ ଖବର ଦେଇଥିଲେ କର୍ମଚାରୀ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ .....ପୋଲିସ ହାବୁଡରେ ମହିଳା ଚୋର, ଚାକରାଣୀ ସାଜି କରୁଥିଲା ଲୁଟ

ଏହାସହ ଲୁଟେରାମାନେ ଟାଙ୍ଗିଆରେ ଅଫିସର ଆସବାବ ପତ୍ରକୁ ନଷ୍ଟ କରିଥିଲେ । ଏହି ଘଟଣାରେ ମୋଟ ୫ ଜଣ ଦୁର୍ବୃତ୍ତ ସାମିଲ ଥିବା ସୂଚନା ମିଳିଛି । ଅନ୍ୟ ତିନି ଜଣ ଦୁର୍ବୃତ୍ତ ବାହାରେ ଛପି ରହିଥିଲେ । ପୋଲିସ ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏଥିରେ ସାମିଲ ରହିଛନ୍ତି । ତେବେ ଏହି ଘଟଣା ପୁରା ସିସିଟିଭିରେ କଏଦ ହୋଇଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.