ଖଡ଼ିଆଳରେ ବଢୁଛି ବିଜେପିର ଶକ୍ତି, ଦଳରେ ସାମିଲ ହେଲେ ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ - Khariar Assembly Constituency

By ETV Bharat Odisha Team

Published : Apr 15, 2024, 11:07 PM IST

thumbnail

Khariar Assembly Constituency ନୂଆପଡା: ଆଜି (ସୋମବାର) ନୂଆପଡା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଖଡ଼ିଆଳ ଅଗ୍ରସେନ ଭବନ ଠାରେ ବିଜେପି ପାର୍ଟି ପକ୍ଷରୁ ବୁଥ ବିଜୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଲବିକା କେଶରୀ ସିଂଦେଓଙ୍କ ନେତୃତ୍ୱରେ ବିଶାଳ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି ।

ପ୍ରଥମେ ଖଡ଼ିଆଳ ବହୁ ପ୍ରାଚୀନ ବଡ ଦଧିବାମନ ମନ୍ଦିର ଠାରେ ପୂଜା ଅର୍ଚ୍ଚନା କରି ଠାକୁରଙ୍କ ଆଶୀର୍ବଦ ଲାଭ କରି ବିଶାଳ ରାଲିରେ ବାହାରିଥିଲେ ଉଭୟ ବିଜେପି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ । ପରେ ଅଗ୍ରସେନ ଭବନ ଠାରେ ବୁଥ ବିଜୟ ମିଶ୍ରଣ ପର୍ବ ଆୟୋଜନ କରାଯାଇଛି । ସଭାରେ ଜିଲ୍ଲା ବିଜେପି ସଭାପତି ସୁବ୍ରତ କୁମାର ଠାକୁର ମଞ୍ଚ ପରିଚାଳନା କରିଥିବାବେଳେ, ବିଧାୟକ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି, ସାଂସଦ ପ୍ରାର୍ଥୀ ମାଳବିକା କେଶରୀ ସିଂଦେଓଙ୍କ ଉପସ୍ଥିତରେ ଶତାଧିକ କଂଗ୍ରେସ, ବିଜୁ ଜନତା ଦଳ କର୍ମୀ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଏହାସହ ଆଦିବାସୀ ନେତା ବିକ୍ରମ ସିଂ ମାଝୀ ଶତାଧିକ ସମର୍ଥକଙ୍କୁ ନେଇ ବିଜେପିରେ ଯୋଗ ଦେଇଛନ୍ତି । ନିର୍ବାଚନରେ ଆଦିବାସୀଙ୍କ 40 ହଜାର ଭୋଟ ବିଜେପିକୁ ଦେବେ ବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି । ବିଜେପିର ଶକ୍ତି ପ୍ରଦର୍ଶନରେ ହଜାର ହଜାର ନେତା କର୍ମୀ ଯୋଗଦେଇ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଜେପି ବିଜୟୀ ହେଲେ ଖଡ଼ିଆଳ ସହରକୁ ରେଳ ପଥ ଆଣିବା ସହିତ ଖଡ଼ିଆଳ ଅଞ୍ଚଳର ବିକାଶ କରିବେ ବୋଲି ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ପ୍ରତିଶୃତି ଦେଇଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.