ETV Bharat / state

ପଦ୍ମ ଶିବିରରେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ - Jyoti Panigrahi Joins Bjp

author img

By ETV Bharat Odisha Team

Published : Apr 15, 2024, 10:03 PM IST

Jyoti Panigrahi Joins Bjp: ଆଜି ବିଜେପିରେ ସାମିଲ ହେଲେ ବିଜେଡିର ବରିଷ୍ଠ ନେତ୍ରୀ ଜ୍ୟୋତି ପାଣିଗ୍ରାହୀ । ସେହିପରି ନୂଆପଡାୁରୁ ବିଜେଡି ଛାଡିଥିବା ସରୋଜ ପାଣିଗ୍ରାହୀ ମଧ୍ୟ ପଦ୍ମ ଧରିଛନ୍ତି । ଅଧିକ ପଢନ୍ତୁ

ବିଜେପିରେ ମିଶିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ
ବିଜେପିରେ ମିଶିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ

ବିଜେପିରେ ମିଶିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ

ଭୁବନେଶ୍ବର: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ସେ ପୂର୍ବରୁ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଛନ୍ତି । ସେ ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ । ହେଲେ ଆଜି ବିଜେଡି ଛାଡି ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ଏହାସହ ଜ୍ୟୋତିଙ୍କ ସ୍ବାମୀ ସରୋଜ ପାଣିଗ୍ରାହୀ ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି ।

ବିଜୁ ବାବୁଙ୍କ ଧରମ ଝିଅ ଜ୍ୟୋତି ପାଣିଗ୍ରାହୀ ଦୀର୍ଘ ଦିନ ଧରି ବିଜେଡିରେ ଥିଲେ । ନିକଟରେ ସେ ଏବଂ ବରିଷ୍ଠ ବିଜେଡି ନେତା ସରୋଜ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଥିଲେ । ଆଜି ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଦୁଇ ନେତା ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ନୂଆପଡ଼ାରୁ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବିଜେଡିରେ ସମ୍ପାଦକ ଥିବା ସରୋଜ ସାହୁ ଏବଂ ଜିଲ୍ଲା ଯୁବ ବିଜେଡି ସଭାପତି ହରିଶଚନ୍ଦ୍ର ପଣ୍ଡା । ହରିଶଚନ୍ଦ୍ର ହେଉଛନ୍ତି ବସନ୍ତ ପଣ୍ଡାଙ୍କ ପୁତୁରା । ତାଙ୍କ ସହ ଡ଼ୁମେରପାଣି ସରପଞ୍ଚ ଟିକେରାମ ସାହୁଙ୍କ ଓ ଅନେକ କର୍ମୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ଏହିଭଳି ଭାବେ ବିଜେପିର ମିଶ୍ରଣ ପର୍ବରେ ଏକାଧିକ କର୍ମୀ ଯୋଗ ଦେଇଛନ୍ତି । ବିଜେଡି ଛାଡ଼ି ପଦ୍ମ ଧରିଲେ ପୁରୀ ସଦର ନିର୍ବାଚନ ମଣ୍ଡଳୀର ପ୍ରମୁଖ ନେତା ପ୍ରସନ୍ନ ମିଶ୍ର । ଏହି ମିଶ୍ରଣ ପର୍ବରେ ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି, "ଓଡ଼ିଶାବାସୀଙ୍କୁ ଗୋଟିଏ ପରେ ଗୋଟିଏ ପ୍ରତିଶୃତି ଦେଇ ଦୀର୍ଘ ୨୪ ବର୍ଷ ଧରି ପ୍ରତାରଣା କରିଆସୁଛି ଶାସକ ଦଳ । ବିଜେଡି ଶାସନରେ ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ ଅସୁରକ୍ଷିତ । ଏ ସରକାର ହଟିବା ଦରକାର । ଓଡିଶାବାସୀ ମନସ୍ଥିର କରିଛନ୍ତି ଯେ, ଏଥର ବିଜେଡିକୁ ବିଦା କରି ଭାରତୀୟ ଜନତା ପାର୍ଟିକୁ ସରକାରରେ ବସାଇବେ । ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ଡବଲ ଇଞ୍ଜିନ ସରକାର ଆବଶ୍ୟକ ।"

ଏହା ମଧ୍ୟ ପଢନ୍ତୁ.....କଂଗ୍ରେସରୁ ମିଳିଲାନି ଟିକେଟ୍‌, ବିଜେଡିରେ ସାମିଲ ହେଲେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପୀଡିକା - BJD Joining Program

ସେପଟେ ଦିନକୁ ଦିନ ବିଜେପି ଶିବିରରେ ଆମଦାନୀ ନେତାଙ୍କ ଭିଡ଼ ଜମିବାରେ ଲାଗିଛି । ଫଳରେ ବିଜେପି ଦିନରୁ ଦିନ ନିଜର ସଂଗଠନକୁ ମଜବୁଥ୍ କରୁଥିବା ଚର୍ଚ୍ଚା ହେଉଛି । ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବସନ୍ତ ପଣ୍ଡାଙ୍କ ସହ ଅନେକ ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.