ରଥଉତ୍ସବରେ ଦଳାଚକଟା, ରଥ ମାଡିଯିବାରୁ 3 ମୃତ - Chariot Tragedy

By ETV Bharat Odisha Team

Published : Apr 29, 2024, 2:30 PM IST

thumbnail

Chariot Tragedy: ବେଙ୍ଗାଲୁରୁ: କର୍ଣ୍ଣାଟକରେ ଅଘଟଣ । ରଥଉତ୍ସବରେ ରଥ ମାଡିଯିବାରୁ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଆହତ ହୋଇଥିବା ସୂଚନା । ରବିବାର ଦିନ ବିଜୟପୁର ଜିଲ୍ଲାର ଇଣ୍ଡି ତାଲୁକର ଲାଖିଆନା ଗ୍ରାମରେ ଥିବା ସିଦ୍ଧଲିଙ୍ଗା ସ୍ବାମୀଜୀ ମେଳା(ରଥଉତ୍ସବ) ରେ ଏହି ଘଟଣା ଘଟିଛି। ତିନି ମୃତକ ହେଉଛନ୍ତି ଅଭିଷେକ ମୁଜାଗୋଣ୍ଡା , ସୋବୁ ସିନ୍ଦେ ଓ ସୁରେଶ କାଟାକାଡୋଣ୍ଡା । ରଥଉତ୍ସବରେ  ହଜାର ହଜାର ଲୋକ ଅଂଶଗ୍ରହଣ କରିଥିଲେ। ମେଳାରେ ରଥଯାତ୍ରା ସମୟରେ ଦଳାଚକାଟା ପରିସ୍ଥିତି ଉପୁଜିଥିଲା । ଫଳରେ ରଥ ଚକ ତଳରେ 7 ଜଣ ଫସିଯାଇଥିଲେ । ଫଳସ୍ୱରୂପ, ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ଆଉ ଜଣେ ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ହୋଇଥିଲା।  ଚାରି ଜଣ ଗୁରୁତର ଆହତହ୍କୁ ବିଜୟପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ପରିଚୟ ମିଳିପାରିନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାୟାଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.