ETV Bharat / state

ଚଡକ ମେଳାରେ ଦଳାଚକଟା, ପଶ୍ଚିମବଙ୍ଗ ମହିଳା ମୃତ - Chadaka Mela

author img

By ETV Bharat Odisha Team

Published : Apr 12, 2024, 12:19 PM IST

Chadaka Mela Mishap
Chadaka Mela Mishap

Chadaka Mela Mishap: ବାଲେଶ୍ୱର ଭୋଗରାଇ ଠାରେ ଚଡକମେଳାରେ ଅଘଟଣ । ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Chadaka Mela Mishap

ବାଲେଶ୍ୱର: ଜିଲ୍ଲାର ଭୋଗରାଇ ଚନ୍ଦନେଶ୍ୱରରେ ଚାଲିଥିବା ଚଡକ ମେଳାରେ ଅଘଟଣ ଘଟିଛି । ଦଳା ଚକଟାରେ ଜଣେ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ନୀଳ ପୋଖରୀରେ ବୁଡ ପକାଇ ଦଣ୍ଡ ମୁଣ୍ଡିଆ ମାରିବା ସମୟରେ ଜଣେ 58 ବର୍ଷର ମହିଳା ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ୱାସ୍ଥ୍ୟ ଶିବିରକୁ ନିଆଯାଉଥିବା ବାଟରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାର ଭୋଗରାଇ ଚନ୍ଦନେଶ୍ୱରରେ ଚାଲିଥିବା ଚଡକ ମେଳାର ନୀଳ ପର୍ବରେ ପ୍ରବଳ ଭକ୍ତ ସମାଗମ ହୋଇଥିଲା । ଭିଡ ମଧ୍ୟରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳାଜଣକ ପଶ୍ଚିମବଙ୍ଗ ରାଜ୍ୟର ଖଡ଼ଗପୁର ଥାନା ଅର୍ନ୍ତଗତ ଗୁମୁରିଆପାଲ ଗ୍ରାମର 58 ବର୍ଷୀୟା ତୁଳସୀ ମିଦ୍ଦା ବୋଲି ଜଣାପଡ଼ିଛି । ନୀଳ ପୋଖରୀରେ ବୁଡ ପକାଇ ଦଣ୍ଡ ମୁଣ୍ଡିଆ ମାରିବା ସମୟରେ ପ୍ରବଳ ଭିଡ ମଧ୍ୟରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ସ୍ୱାସ୍ଥ୍ୟ ଶିବିରକୁ ନିଆଯାଉଥିବା ବେଳେ ଅଧାବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ.. ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକ ମେଳା, ଭକ୍ତିମୟ ପୁରା ପରିବେଶ - Famous Chadak Mela


ପ୍ରକାଶ ଥାଉକି, ଚନ୍ଦନେଶ୍ୱରଙ୍କ ଚଡକ ମେଳାରେ ନୀଳ ପର୍ବ ଅନ୍ୟତମ । କାମିନୀ ବିବାହ ପରେ ଅନୁଷ୍ଠିତ ହୋଇଥାଏ ଏହି ନୀଳପର୍ବ । ଭକ୍ତ ତଥା ବ୍ରତଚାରୀମାନେ ସକାଳୁ ଆରମ୍ଭ କରିଥାନ୍ତି ମହାଦେବଙ୍କ ପୂଜାର୍ଚ୍ଚନା । ଅପରାହ୍ନରେ ମନ୍ଦିର ସଂଲଗ୍ନ ନୀଳ ପୋଖରୀରେ ଜଳକ୍ରୀଡ଼ା ସହିତ ଭକ୍ତମାନେ ଥମ୍ବୀ କାଠର ଅନୁସନ୍ଧାନ କରନ୍ତି । ଥମ୍ବୀକାଠଙ୍କୁ ମନ୍ଦିର ସମ୍ମୁଖକୁ ଉଠାଇ ଆଣି ପୂଜା କରାଯାଏ । ନୀଳ ପର୍ବ ନାମକରଣ ସମ୍ପର୍କରେ ଦୁଇ ଭିନ୍ନ ମତ ପ୍ରକାଶ ପାଇଥାଏ । ପ୍ରଥମତଃ ସାଗର ମନ୍ଥନ କାଳରେ ନୀଳକଣ୍ଠଙ୍କ ବିଷ ପାନର ବିଶେଷତ୍ୱ ଦର୍ଶାଇବା ପାଇଁ ଏପରି ଏକ ନୀଳ ପର୍ବ ପ୍ରଚଳିତ ହୋଇଛି । ଦ୍ବିତୀୟତ୍ୱ ନୀଳ ଚାଷ ପାଇଁ ଅତ୍ୟାଚାରୀତ କୃଷକମାନେ ଆଶୁତୋଷଙ୍କ ଶରଣାପନ୍ନ ହୋଇଥିବାରୁ ଏହି ପର୍ବକୁ ନୀଳ ପର୍ବ ବୋଲି କୁହାଯାଉଥିବା ଶୁଣିବାକୁ ମିଳେ ।

ଏହି ପର୍ବରେ ଜିଲ୍ଲା ତଥା ବାହାର ଜିଲ୍ଲାରୁ ହଜାର ହଜାର ଭକ୍ତ ସାମିଲ ହେଉଥିବା ଯୋଗୁଁ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ଏଭଳି ଦଳାଚକଟାରେ ଅସୁସ୍ଥ ହେବା ଭଳି ଅଘଟଣ ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.