ନିମାପଡ଼ା ଓ ଡେଲାଙ୍ଗରେ ବିଜେପିର ୪୫ ତମ ପ୍ରତିଷ୍ଠା ଦିବସ ପାଳିତ - BJP Foundation Day

By ETV Bharat Odisha Team

Published : Apr 6, 2024, 10:14 PM IST

thumbnail

BJP Foundation Day ନିମାପଡ଼ା: ଆଜି ଭାରତୀୟ ଜନତା ପାର୍ଟୀର ପ୍ରତିଷ୍ଠା ଦିବସ । ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ୪୫ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ନିମାପଡ଼ା ନୂଆ ବସଷ୍ଟାଣ୍ଡ ଠାରୁ ବିଜେପି କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନିମାପଡ଼ା ବାରବାଟି ସ୍ଥିତ ପୂନେଶ୍ୱରୀ ମନ୍ଦିର ଠାରେ ପହଞ୍ଚିବା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଆଗକୁ ନେବା ପାଇଁ ବିଜେପି ହାତ ମୁଠାକୁ ଟାଣ କରିବାକୁ  ଜନସାଧାରଣଙ୍କୁ ନିବେଦନ କରିଛନ୍ତି ନିମାପଡ଼ା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟିକା ପ୍ରାର୍ଥିନୀ ପ୍ରଭାତୀ ପରିଡ଼ା । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ୧୧ ନମ୍ବର ଜୋନ ଜିଲ୍ଲାପରିଷଦ ପ୍ରମୋଦ କୁମାର ରାଉତରାୟ, ଏନଏସିର ୨ ନମ୍ବର କାଉନସିଲର ନିରଞ୍ଜନ ନାୟକ, ସାଇଁସ ପଞ୍ଚାୟତ ସରପଞ୍ଚ ଦେଶବାସୀ ଆଚାର୍ଯ୍ୟ, ମଣ୍ଡଳ ସଭାପତି ସହିତ ବିଭିନ୍ନ ମଣ୍ଡଳ ସଭାପତି ଓ କର୍ମୀମାନେ ଯୋଗ ଦେଇଥିଲେ । 

ସେହିପରି ଡେଲାଙ୍ଗ-ପିପିଲି ଭାରତୀୟ ଜନତା ପାର୍ଟୀ ପକ୍ଷରୁ ୪୫ ତମ ପ୍ରତିଷ୍ଠା ଦିବସ ଅବସରରେ ଡେଲାଙ୍ଗ କଲ୍ୟାଣପୁର ପଞ୍ଚାୟତ ତୋଟାସାହି ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ପୁରୀ ଜିଲ୍ଲା ସଭାପତି ତଥା ପିପିଲି ବିଜେପି ବିଧାୟକ ପାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ବରେ ୨୦ଟି ପରିବାର ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ନେଇ କର୍ମୀମାନେ କହିଛନ୍ତି । ଆଗାମୀ ନିର୍ବାଚନରେ ବିଜେପି ପୁରୀ ଲୋକସଭା ଆସନ ସହିତ ପିପିଲି ବିଧାନସଭା ଆସନ ଦଖଲ କରିବ ବୋଲି ଦମ୍ଭୋକ୍ତି ପ୍ରାକଶ କରିଛନ୍ତି ଆଶ୍ରିତ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ସହିତ ବିଭିନ୍ନ ମଣ୍ଡଳ ସଭାପତି ଓ କର୍ମୀମାନେ ଯୋଗ ଦେଇଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.