ବିଜେପିର ୪୫ତମ ପ୍ରତିଷ୍ଠା ଦିବସ: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ଦିବ୍ୟାଙ୍ଗଙ୍କ ସହ ପାଳିଲା ଦଳ - BJP Foundation Day

By ETV Bharat Odisha Team

Published : Apr 6, 2024, 7:00 PM IST

thumbnail

BJP Foundation Day: ଭୁବନେଶ୍ବର: ଆଜି ହେଉଛି ଭାରତୀୟ ଜନତା ପାର୍ଟିର ୪୫ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଭୁବନେଶ୍ୱର(ମଧ୍ୟ) ନିର୍ବାଚନ ମଣ୍ଡଳୀରେ ଧୁମଧାମରେ ପାଳନ କରିଛି ଦଳ । ଦିବ୍ୟାଙ୍ଗଙ୍କ ସହ ଏହି ପ୍ରତିଷ୍ଠା ଦିବସ ପାଳନ କରିଛି ବିଜେପି  । 'ବ୍ଲାଇଣ୍ଡ ଆସୋସିଏସନ' ରେ ଦିବ୍ୟାଙ୍ଗଙ୍କ ସହ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି ବିଜେପିର ମଧ୍ୟମ ଭୁବନେଶ୍ୱରର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସମେତ ଅନ୍ୟ ନେତା ଓ କର୍ମୀ । ପତାକା ଉତ୍ତୋଳନ ସହ ଦିବ୍ୟାଙ୍ଗଙ୍କୁ ମିଠା ଖୁଆଇ ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଉଦ୍ୟମ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ...ବିଜେପିର ପ୍ରତିଷ୍ଠା ଦିବସ: ବ୍ରହ୍ମପୁରରେ ଗଣଦୌଡ, ଅରେଞ୍ଜ ସୁନାମୀ ଶୁଭାରମ୍ଭରେ ସାମିଲ ହେବାକୁ ପ୍ରଦୀପଙ୍କ ଆହ୍ବାନ - BJP Foundation Day

ସେପଟେ ଆଜି ବିଜେପିର ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳୁଛନ୍ତି ନେତା ଓ କର୍ମୀ । ବିଭିନ୍ନ ସ୍ଥାନରେ ଏନେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.