ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ଅନୁପମ ସାହା - New Collector Of Jagatsinghpur

By ETV Bharat Odisha Team

Published : Apr 6, 2024, 10:13 PM IST

thumbnail

ଜଗତସିଂହପୁର: ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଅନୁପମ ସାହା । ସେ ପୂର୍ବରୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୋ ସ୍କୁଲ୍ ଏବଂ ଶ୍ରମ କମିଶନରର ସଦସ୍ୟ ସଚିବ ଭାବେ କାର୍ଯ୍ୟରତ ଥିଲେ । କାର୍ଯ୍ୟଭାର ଗ୍ରହଣ କରିବା ପରେ ନୂତନ ଜିଲ୍ଲାପାଳ ଆଗାମୀ ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ ଏବଂ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିଥିଲେ ।  

ସେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ, ପୋଲିଂ ବୁଥ୍ ଓ ସେଠାରେ ଆବଶ୍ୟକୀୟ ସୁବିଧାସୁଯୋଗ ସହ ନିର୍ବାଚନକୁ ସ୍ଵଚ୍ଛ, ନିରପେକ୍ଷ ଓ ଅବାଧ ଭାବେ ସମ୍ପାଦନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜଗତସିଂହପୁର ଜିଲ୍ଲାକୁ ଏକ ସାକ୍ଷର ଓ ସଚେତନ ଜିଲ୍ଲା ଭାବେ ସମ୍ବୋଧିତ କରି ଜିଲ୍ଲାପାଳ ନିର୍ବାଚନ ସମୟରେ ସମସ୍ୟାର ସମାଧାନ ଏବଂ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ କାର୍ଯ୍ୟ ସମ୍ପାଦନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ (ପାରାଦ୍ବୀପ) ଲଲିତ ମୋହନ ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ,ଉପ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏବଂ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ନୂତନ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ...ବରଗଡ଼ରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ CEO, ଆଦର୍ଶ ଏବଂ ସଖି ବୁଥକୁ ଗୁରୁତ୍ବ - CEO VISITS BARGARH 

ଅନୁପମ ସାହା ପୂର୍ବରୁ ଗଜପତି ଜିଲ୍ଲାପାଳ ଭାବେ ନିର୍ବାଚନ ଦାୟିତ୍ଵ ସମ୍ପାଦନ କରିଥଲେ । ଜଗତସିଂହପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ପାରୁଲ ପଟାୱରୀଙ୍କର ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି ହୋଇଛି । ସୂଚନାଯୋଗ୍ୟ ଯେ ପୂର୍ବତନ ଜିଲ୍ଲାପାଳ ପାରୁଲ ପଟାୱାରୀଙ୍କୁ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ବଦଳି ନିର୍ଦ୍ଦେଶ ଦିଆଯାଇଥିଲା । ତାଙ୍କୁ କୌଣସି ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟର ଦାୟିତ୍ବ ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ନିର୍ବାଚନ ଆୟୋଗ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲେ । 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.